ହେଡଲାଇନସ୍:

ବେଲମୁଣ୍ଡା ଗ୍ରାମବାସୀଙ୍କ ମୁହଁରେ ହସ ଫୁଟାଇଲେ ସୁନିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

27-05-18-padam-w.jpg - 98.00 kB

ଶେଷରେ ହାତପାଆନ୍ତାରେ ଲୋକ ପାଇଲେ ପାଣି 

ଗନିଅାଁପାଲି/ ନୀଳ ଦୀପ :   ଜଳ ହିଁ ଜୀବନ । ଜଳକୁ ବାଦ୍ ଦେଇ ଜୀବନର ସ୍ଥିତି ଅସମ୍ଭବ ।  ତେବେ ମନରେ ପ୍ରଶ୍ନ ଆସେ ସାଧାରଣ ବ୍ୟକ୍ତିଟିଏ ଅସମ୍ଭବକୁ ସମ୍ଭବ କରି ପାରୁଥିବା ସ୍ଥଳେ ସରକାର କାହିଁକି ମୌଲିକ ସୁବିଧା ଯୋଗଇଦେବାରେ ବ୍ୟର୍ଥ ।  ଦୀର୍ଘ ଦିନର ଆଶା ଓ ଆକାଂକ୍ଷା  ଫଳବତୀର ରୂପ ନେଇଛି ବେଲମୁଣ୍ଡା ଉପର ପଡାରେ । ମେଲଛାମୁଣ୍ଡା  ଗ୍ରାମ ପଂଚାୟତ ଅର୍ନ୍ତଗତ ବେଲମୁଣ୍ଡାରେ ଦୀର୍ଘ ଦଶନ୍ଧିରୁ ଦେଖାଦେଉଥିଲା ଜଳ ସଙ୍କଟ । ବାରମ୍ବାର ପିଇବା ପାଣି ପାଇଁ ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ ସେ ସୁବିଧାରୁ ବଂଚିତ ହେଉଥିଲେ । ବର୍ତ୍ତମାନର ସରପଂଚ  ସୁନିତା ବରିହାଙ୍କ ବାରମ୍ବାର ପ୍ରୟାସ ଶେଷରେ ବେଲମୁଣ୍ଡା ଗାଁ ଲୋକଙ୍କ ମୁହଁରେ ଫୁଟାଇଛି ହସ |  ଅନେକ ପ୍ରୟାସ ପରେ ବିଫଳତା ଆଗରେ ହାର ମାନିବାକୁ ରାଜିନଥିଲେ  ଶ୍ରୀମତୀ ବରିହା । ତାଙ୍କ ଲକ୍ଷ ଏକମାତ୍ର ଥିଲା କେମିତି ବେଲମୁଣ୍ଡାରେ ପାଣି ପହଂଚିବ | ଶେଷରେ  ଗାଁର ଆର ମୁଣ୍ଡରେ ଗଭୀର ନଳକୂପ ଖନନ କରି ପାଇପ ଦ୍ୱାରା ଜଳ ଯୋଗାଣ ପଡାରୁ ପଡାକୁ ସ୍ୱାଧିନତା ର ଅନେକ ବର୍ଷ ପରେ ଘର ସାମନାରେ ପାଣି ପାଇ ଲୋକଙ୍କ ମୁହଁରେ ଫୁଟି ଉଠିଛି ଖୁସିର ଜୁଆର । ଏହି ମହାନ୍ କାର୍ଯ୍ୟ ପାଇଁ  ଶ୍ରୀମତୀ ବରିହା ସତରେ ବେଲମୁଣ୍ଡା ବାସୀଙ୍କ ପାଇଁ ପ୍ରଶଂସନୀୟ ।     

 

 

 

 

 

 

 

0
0
0
s2sdefault