ହେଡଲାଇନସ୍:

ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ, ଟ୍ରେନ ନମ୍ବର.......!!!!! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱରଠାରେ ପହଁଚୁଥିବା  ଟପ୍ ୫ ବିଳମ୍ବିତ ଟ୍ରେନ୍ର ରିପୋର୍ଟ ଦେଲା  "ରେଲ ଯାତ୍ରୀ" 

୨୭ ଘଂଟା ବିଳମ୍ବ ସହ ବେଙ୍ଗାଲୁରୁ-କାମାକ୍ଷା ହମ୍ସଫର୍ ଏକ୍ସପ୍ରେସ୍ ତାଲିକାର ଶୀର୍ଷରେ

୧୭୦୧୬ ସିକନ୍ଦରାବାଦ୍ -ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ସମୟାନୁବର୍ତ୍ତିତାରେ ଆଗରେ 

24-05-18-rail.jpg - 136.46 kB

ଭୁବନେଶ୍ୱର (SPB) : ଭୁବନେଶ୍ୱର ଆସୁଥିବା ୪୯% ଟ୍ରେନ୍ ସେମାନଙ୍କର ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ଷ୍ଟେସନ୍ରେ ପହଂଚିଥାନ୍ତି ବୋଲି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଟ୍ରାଭେଲ୍ ଆପ୍ "ରେଲ ଯାତ୍ରୀ" ଏକ ରିପୋର୍ଟରେ କହିଛି । "ରେଲ ଯାତ୍ରୀ"ର ଡାଟା ଗବେଷକମାନେ ଟ୍ରେନ୍ ରନିଂ ଷ୍ଟାଟସ୍ ରୁ  ତଥ୍ୟ ସଂଗ୍ରହ କରିଥିଲେ ଏବଂ ଏଥିରେ ଏକ ବିଜ୍ଞ ଆଲ୍ଗୋରିଦମ୍କୁ ବ୍ୟବହାର କରି ଏହି ଷ୍ଟେସନ୍ରେ ଟ୍ରେନ୍ଗୁଡ଼ିକର ପ୍ରଦର୍ଶନ/ଅଣ-ପ୍ରଦର୍ଶନକୁ ଦେଖାଇଛନ୍ତି । "ରେଲ ଯାତ୍ରୀ" ର ସର୍ଭେ ମୁତାବକ, ୧୨୫୦୩ ବେଙ୍ଗାଲୁରୁ କ୍ୟାଂଟ୍- କାମାକ୍ଷା ହମ୍ସଫର୍ ଏକ୍ସପ୍ରେସ୍ ନିକଟ ଅତୀତ ମାସଗୁଡ଼ିକରେ ଭୁବନେଶ୍ୱର ଷ୍ଟେସନ୍ରେ ପହଂଚୁଥିବା ସବୁଠାରୁ ବିଳମ୍ବିତ ଟ୍ରେନ୍ । 

“ଭୁବନେଶ୍ୱରରେ ପହଂଚୁଥିବା ବହୁ ଟ୍ରେନ୍ର ଆଗମନ ସମୟରେ ବଡ଼ ଧରଣର ବିଳମ୍ବ ଦେଖିବାକୁ ମିଳୁଛି । କେତେକ ଟ୍ରେନରେ  ପାଖାପାଖି ୨୪ ଘଂଟା ବିଳମ୍ବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି । ଆମ୍ଭେ ରେଲ୍ୟାତ୍ରୀରେ ନିୟମିତ ଭାବେ ଗଭୀର ଡାଟା ବିଷ୍ଳେଶଣ ପରେ ସାରା ଦେଶର ଟ୍ରେନ୍ ଟ୍ରେଣ୍ଡ ପ୍ରକାଶ କରିଛୁ । ଏହା ଜରିଆରେ ଯାତ୍ରୀମାନେ ପ୍ରଦର୍ଶନକାରୀ/ଅଣ-ପ୍ରଦର୍ଶନକାରୀ ଟ୍ରେନ୍ ସମ୍ପର୍କରେ ବିଶେଷ ଭାବେ ଜାଣିବା ସହ ନିଜର ଯାତ୍ରାକୁ ଉତମ ଭାବେ ପ୍ଲାନ୍ କରିପାରିବେ ବୋଲି ଆମ୍ଭେ ଆଶା ରଖିଛୁ” ବୋଲିି "ରେଲ ଯାତ୍ରୀ" ମୁଖପାତ୍ର ମିସ୍ ଫ୍ଲୋରିନା ସୋରେନ୍ କହିଛନ୍ତି ।

ତେବେ ଯଦି ଆପଣ ଭୁବନେଶ୍ୱର ଯାତ୍ରା କରୁଛନ୍ତି,"ରେଲ ଯାତ୍ରୀ"  ଆପଣଙ୍କ ପାଇଁ ଉତମ ଅନ୍-ଟାଇମ୍ ପ୍ରଦର୍ଶନ ଥିବା ଟ୍ରେନ୍ ସମ୍ପର୍କରେ ମଧ୍ୟ ରିପୋର୍ଟ ଆଣିଛି । ଏଣୁ ନିମ୍ନଲିଖିତ ଟ୍ରେନ୍ରେ ବୁକ୍ କରନ୍ତୁ, ଫଳରେ ଆପଣ ନିଜ ଗନ୍ତବ୍ୟ ସ୍ଥଳୀରେ ଠିକ୍ ସମୟରେ ପହଂଚିପାରିବେ । ଭୁବନେଶ୍ୱର ଷ୍ଟେସନରେ  ସର୍ବାଧିକ ସମୟାନୁବର୍ତି (ଅନ୍-ଟାଇମ୍) ପହଂଚିବାରେ ୧୭୦୧୬ ସିକନ୍ଦରାବାଦ୍ -ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୍ ତାଲିକାର ଶୀର୍ଷରେ ରହିଛି ।

"ରେଲ ଯାତ୍ରୀ" ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଯାତ୍ରୀମାନେ ଏଣିକି ଭୁବନେଶ୍ୱରକୁ ବା ଭୁବନେଶ୍ୱରରୁ ନିଜର ଯାତ୍ରାକୁ ଭଲ ଭାବେ ପ୍ଲାନ୍ କରିପାରିବେ । ଏହାଦ୍ୱାରା ସେମାନେ ଟ୍ରେନ୍ ଯାତ୍ରାର ଅଯଥା ବିଳମ୍ବକୁ ଦୂରେଇ ପାରିବେ । "ରେଲ ଯାତ୍ରୀ"  ନିଜ ରିପୋର୍ଟରେ ପୁନଶ୍ଚ ଦର୍ଶାଇଛି ଯେ ଜୁନ୍-ଅଗଷ୍ଟ ମାସରେ ସାରା ଦେଶର ଟ୍ରେନ୍ ପ୍ରଦର୍ଶନରେ ଉତମ ସ୍ଥିତି ଦେଖିବାକୁ ମିଳିଥାଏ, ଏହି ସମୟରେ ଟ୍ରେନ ଗୁଡିକର ବିଳମ୍ବ ପ୍ରାୟତଃ କମ୍ ରହିଥାଏ ।

0
0
0
s2sdefault