ହେଡଲାଇନସ୍:

ସରକାରୀ ଭୂତକୋଠି......

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

24-05-18-Prani-chikischha-k.jpg - 80.38 kB

ହରଭଙ୍ଗା ବ୍ଲକରେ  ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ : ଷ୍ଟାଫ୍ ଅଭାବରୁ ଭୂତକୋଠି ପାଲଟୁଛି ପ୍ରାଣୀ ଚିକିତ୍ସାଳୟ

ହରଭଙ୍ଗା , ବୌଦ୍ଧ ( ସିମୁନ୍  ନାଏକ  ) ; ରାଜ୍ୟରେ ପଷୁପକ୍ଷୀ ସଂପଦ ର  ବିକାଶ ଓ ପାଳନ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରି କରିଛନ୍ତି । ସେଥିପାଇଁ ଆବଶ୍ୟକ ହେଉଥିବା ପୁଂଜିର ବ୍ୟବସ୍ଥା ଲାଗି ଆଗ୍ରହି ଚାଷୀ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ର ସବଶିଡ ଯୁକ୍ତ ଋଣ ଯୋଗାଇ ଦେବା ସହିତ ପ୍ରାଣୀଙ୍କ ସ୍ୱସ୍ଥ୍ୟ ଚିକିତ୍ସା ପୋାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବହୁ ପ୍ରାଣୀ ଚିକିତ୍ସାଳୟ ମାନ ନିର୍ମାଣ କରିଛନ୍ତି । ହେଲେ ଏତେ ସବୁ ସୁବିଧା ସତ୍ୱେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଲଗାଣ ଭାବରେ ବିଗତ ପ୍ରାୟ ଦୀର୍ଘ ବର୍ଷ ହେଲା ପ୍ରାଣୀ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର ଓ ଷ୍ଟାଫ୍ ଙ୍କର ନଥିବା ହେତୁ ପ୍ରତି ବର୍ଷ ବିଭିନ୍ନ ସମୟରେ ଏ ଅଂଚଳରେ ରୋଗର ଶିକାର ହେଉଥିବା ଅନେକ ଗାଇ, ଗୋରୁ, ଛେଳି, ମେଣ୍ଢା, ପୋଢ, ମଇଁଷି ଆଦି ଉପଯୁକ୍ତ ଚିକିତ୍ସା ଅଭାବରୁ ଅକାଳରେ ମୃତୁ୍ୟବରଣ କରୁଥିବା ଦେଖାଦେଇଛି । ଅନ୍ୟ ପକ୍ଷରେ ଏଭଳି ସ୍ଥିତିର ଫାଇଦା ନେଇ ଅନେକ ଅନଭିଜ୍ଞ କ୍ୱାକ୍ ସ୍ଥାନିୟ ନିରିହ ସରଳ ଗ୍ରାମବାସୀଙ୍କ ସଚେତନତା ଓ ଅଜ୍ଞତାର ସୁଯୋଗ ନେଇ ଚିକିତ୍ସା ଆଳରେ ମୋଟା ଅଙ୍କ ଅର୍ଥ ଲୁଟୁଥିବା ଭଳି ଅଭାବନିୟ ନଜିର ମାନ ଦେଖିବାକୁ ମିଳୁଛି । ପ୍ରାପ୍ତ ସୂଚନା ମତେ ହରଭଙ୍ଗା ବ୍ଲକର ସମୁଦାୟ ୨୨ ଟି ପଂଚାୟତର ପ୍ରାଣୀ ସଂପଦ ର ଚିକିତ୍ସା ପାଇଁ ପୁରୁଣାକଟକ ଏବଂ ହରଭଙ୍ଗା ଠାରେ ୨ ଟି ପ୍ରାଣୀ ଚିକିତ୍ସାଳୟ ସହିତ ଆଡେଣିଗଡ, ତଳଗାଁ, କୁଶଙ୍ଗ, କରଂଜକଟା, ଧଳପୁର, ରାମଗଡ, ହରେକୃଷ୍ନପୁର, ବୀରନରସିଂପୁର, କେଳାକଟା ଓ ସରସରା ଆଦି ସ୍ଥାନରେ ୧୦ ଟି ଉପଚିକିତ୍ସା କେନ୍ଦ୍ର ରହିଛି  । ତେବେ ଦୀର୍ଘ ଦିନ ଧିରି ଖାଲି ପଡିଥିବା ପୁରୁଣାକଟକରେ ଜଣେ ମହିଳା ଭିଏସ୍ କିଛି ଦିନ ତଳେ ଦାୟତ୍ୱ ଗ୍ରହଣ କରିଥିବା ବେଳେ ସେହିପରି ଦୀର୍ଘବର୍ଷ ପର୍ଯ୍ୟନ୍ତ ଖାଲିଥିବା ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟରେ ଯୋଗଦେଇଛନ୍ତି । ଆଉଜଣେ ମହିଳା ଆଡିସନାଲ ଭିଏସ୍ । ମାତ୍ର ସେ ନିଜ ଦାୟତ୍ୱ ସହିତ ଅତିରିକ୍ତ ଭାବେ ହରଭଙ୍ଗା ଭିଏସ୍ ଓ ବ୍ଲକ ଭେଟନାରି ଆଦି ତିନୋଟି ଗୁରୁ ଦାୟତ୍ୱରେ ଅଛନ୍ତି । ଅନ୍ୟପଟେ ସମ୍ପ୍ରତି କରଂଜକଟା, ଧଳପୁର, ଆଡେଣିଗଡ, ହରେକୃଷ୍ନପୁର ଓ କେଳାକଟା ଆଦି ୫ଟି ପ୍ରାଣୀଧନ କେନ୍ଦ୍ରରେ ୫ ଜଣ ଏଲ୍ଆଇ ଥିବା ବେଳେ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ହେଲା ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲେ ବି ଷ୍ଟାଫ୍ ଅଭାବରୁ କୁଶଙ୍ଗ , ସଙ୍କୁଳେଇ, ତଳଗାଁ, ରାମଗଡ ଓ ବୀରନରସିଂହପୁର ଆଦି ୫ଟି ପ୍ରାଣୀଧନ ସହାୟକ କେନ୍ଦ୍ର ଜରାଜୀର୍ଣ ଅବସ୍ଥାରେ ପଡିରହିଛି । ଏହାର ସୁଯୋଗ ନେଇ ସଙ୍କୁଲେଇ , ତଳଗାଁ ଓ କୁଶଙ୍ଗ କେନ୍ଦ୍ରକୁ କିଛି ଅସାମାଜିକ ତତ୍ୱ ରାଜିରେ ମଦ୍ୟପଙ୍କ ଆଖଡାସାଳ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏନେଇ ବୌଦ୍ଧ ଦାୟତ୍ୱରେ ଥିବା  କନ୍ଧମାଳ ଜିଲ୍ଲା ସିଡିଭିଓ ଡାକ୍ତର ଲଲାଟେନ୍ଦୁ ଆଇଚଙ୍କ ପ୍ରତିକ୍ରିୟା ନେବାରୁ ଷ୍ଟାଫ୍ ନିଯୁକ୍ତି ସମସ୍ୟା ଗୋଟିଏ ବଡ ସମସ୍ୟା ମୁଁ । ଅତିରିକ୍ତ ଦାୟତ୍ୱରେ ଥାଇ ଅଧିକ କଣ ବା କରିପାରିବା ତଥାପି ମୁଁ କମ୍ ଦିନ ଭିତରେ କୁଶଙ୍ଗ ଯାଇ ଲୋକଙ୍କ ସହ ପରାମର୍ଶ କରି ଯେତେଦୁର ସମ୍ଭବ ଷ୍ଟାଫ୍ ଯୋଗାଇ ଦେବାପାଇଁ ବିଭାଗିୟ ଉଚ୍ଚ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । 

0
0
0
s2sdefault