ହେଡଲାଇନସ୍:

ଟଙ୍କା ବାହାରୁ ନଥିଲା, ଏବେ ଏଟିଏମ୍ ରୁ ବାହାରୁଛି ଚିରାଫଟା ନୋଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

24-05-18-sanuja-w.jpg - 136.96 kB

ହରଭଙ୍ଗା, ବୌଦ୍ଧ ( ସିମୁନ୍ ନାଏକ ) ; ସମ୍ପ୍ରତି ବିଭିନ୍ନ ଏଟିଏମ୍ ଗୁଡିକରେ ଟଙ୍କା ରହୁନଥିବା ଘଟଣା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇ ପଡିଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଏସବିଆ ଏଟିଏମ୍ ରୁ ଚିରା , ଫଟା କାଗଜ ଲଗା ଓ ଜରିଲଗା ନୋଟ ବାହାରିବା ଘଟଣା ଲୋକ ଲୋଚନକୁ ଆସିବା ପରେ ଲୋକଙ୍କ ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ  ହୋଇପଡିଥିବା ଲକ୍ଷ  କରାଯାଇଛି ।  ପ୍ରାପ୍ତ ସୂଚନା ମତେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ର ଧଳପୁର ଛକ ଠାରେ ଥିବା ଭାରତୀୟ  ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍ ରୁ ସୋମବାର ଦିନ ସକାଳ ୧୦ ଟା ସମୟରେ ଜିରାଡ ଗ୍ରାମର ସାନୁଜ ପ୍ରଧାନ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେ ନିଜର ଆବଶ୍ୟକତା ଅନୁଯାଇ ଥରେ ୨୦ ହଜାର ଓ ଆଉଥରେ ୧୦ ହଜାର ଏହିଭଳି ଭାବେ ସମୁଦାୟ ୩୦ ହଜାର ଟଙ୍କା ଉଠାଣ କରିଥିଲେ । ମାତ୍ର ସେ ଟଙ୍କା ଗଣିବା ସମୟରେ ୧୫ ଟି ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ସାତୋଟି ନୋଟ ଫଟା ଥାଇ ସେଥିରେ ଜରି ଓ କଗଜ ଲଗାଯାଇଥିବା ଦେଖିବାକୁ ପଇଥିଲେ । ଏହି ସମୟରେ ସମ୍ପୃକ୍ତ ଏଟିଏମ୍ ସମେତ ଆଖପାଖରେ ଥିବା ଲୋକଙ୍କୁ ଡାକି ଦେଖାଇଥିଲେ ।  ଏଘଟଣାର କିଛି ପ୍ରତ୍ୟକ୍ଷ ଦର୍ଶିଙ୍କୁ ଥିବା କିଛି ଲୋକଙ୍କୁ ନେଇ ସ୍ଥାନୀୟ ପୁରୁଣାକଟକ ସ୍ଥିତ ଭାରତୀୟ  ଷ୍ଟେଟ୍ ବ୍ୟାଙ୍କ ର ଶାଖା ପରିଚାଳକଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଶଣ କରିବା ସହିତ ଏହି ନୋଟକୁ ବଦଳାଇବା ପାଇଁ ଅନୁରୋଧ କରିଥିଲେ । ମାତ୍ର ନୋଟ ବଦଳାଇବା ପାଇଁ ବ୍ୟାଙ୍କ କର୍ତୁପକ୍ଷ ନିଜର ମନା କରିବା ରୁ ସେଠାରେ ସେ ଫୋନ୍ ଯୋଗେ ଫୁଲବାଣୀ ସ୍ଥିତ ରିଜୋନାଲ ମ୍ୟାନେଜରଙ୍କୁ ଜଣାଇବା ପରେ ସେ ଶାଖା ପରିଚାଳକଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ କରି  ଟଙ୍କା ବଦଳ କରିବାକୁ ରାଜି ହୋଇ ଟଙ୍କା ଫେରସ୍ତ କରିଥିଲେ । ପ୍ରକାଶ ଥାଉକି ଏକଥା ଜଣାପଡିବା ପରେ ସେହି ଏଟିଏମ୍ ରୁ ଟଙ୍କା ଉଠାଇବା ପାଇଁ ଭୟରେ କୌଣସି ଉପଭୋକ୍ତା ଯାଉନଥିବା ବେଳେ ଆଉକିଛି ଲୋକ ଭୁଲବସତଃ ଆସୁଥିବା ଲୋକଙ୍କୁ ସତର୍କ କରେଇ ଦେଉଥିବା ଦେଖିବାକୁ ମିଳିଥିଲା । 

0
0
0
s2sdefault