ହେଡଲାଇନସ୍:

ଅଶୀ ଛୁଇଁଲାଣି ବୟସ, ମିଳୁନି ସରକାରୀ ଆବାସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଣ ଖାପ ଖାଉନି ମାପଦଣ୍ଡ ନା ଏହା ପୀରଙ୍କ ପାଇଁ ପ୍ରଶାସନିକ ଉଦାସୀନତାର ଦଣ୍ଡ !

କଳାହାଣ୍ଡି ଧର୍ମଗଡରୁ ସୁଶାନ୍ତ ରାଉତ :   ଅତି ନିରୀହ ଗରିବ ବାସହୀନ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା | ସରକାର ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ,ହେଲେ ଏବେବି ପ୍ରଶାସନ ର ଆଢୁଆଳରେ ରହିଛନ୍ତି ପ୍ରକୃତ ହିତାଧିକାରୀ । ପ୍ରଶାସନିକ କର୍ମଚାରୀମାନଙ୍କ ଅବହେଳା ,ମନମୁଖୀ କାର୍ଯ୍ୟ ପାଇଁ ଏବେବି ଅବହେଳିତ ହୋଇ ପଡିରହିଛନ୍ତି ଅତି ନିରୀହ,ଗରିବ ଶ୍ରେଣୀର ଲୋକେ । 

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡୁମେରଗୁଡା ଗ୍ରାମ ପଞ୍ଚୟତ ଅଧୀନରେ ଥିବା କୀର୍କାକାନୀ ଗ୍ରାମର ପିର ବେୱା ବୟସ -୮୦ ସେହିଭଳି ଜଣେ ବଂଚିତ ପ୍ରଜା |  ସରକାର ଙ୍କ ସାହାଯ୍ୟ କହିଲେ  ରାସନ କାର୍ଡ ଓ ବିଧବା ଭତ୍ତା ଖଣ୍ଡେ।  ଏକ ଝାଟିକୁଟି ଛୋଟ କୁଡ଼ିଆରେ ବସବାସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ କି ଭଳି ଭାବେ ଏକ ବିପଦ ଭରା ଏକ ଛୋଟ କୁଡ଼ିଆରେ ଜୀବନ ଯାପନ କରୁଛନ୍ତି ତାହା ଏ ଦୃଶ୍ୟ ଦେଖିଲେ ଜଣା ପଡ଼େ ଓ ପ୍ରଶ୍ନ ଉଠେ ଏ ଆବାସ ଯୋଜନା କାହାପାଇଁ । ଘର ଖଣ୍ଡିଏ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର କୁ ଗୁହାରି କରିଥିଲେ | ହେଲେ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ହେଲେ ଏବେ ବୟସ ହେଲାଣି ଅଶୀ, ଆଉ କେତେ ବୟସ ହେଲେ ତାଙ୍କର ଘର ଖଣ୍ଡେ ପାଇବାକୁ ଯୋଗ୍ୟତା ହେବ ତାହା ପ୍ରଶାସନରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ଜାଣିଥିବେ |  ଏହି ବିଧବା ଅସହାୟ ବୟସାଧିକ୍ୟ ମହିଳା ଙ୍କୁ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ ନିବେଦନ କରିଛନ୍ତି ।

 

0
0
0
s2sdefault