ହେଡଲାଇନସ୍:

ଚରିତ୍ର ପଞ୍ଜିକା ନିୟମାବଳୀରେ ସଂଶୋଧନ ଆଣିଲେ ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ ଏଣିକି କୌଣସି ‘କ’ ଓ ‘ଖ’ ଶ୍ରେଣୀର କର୍ମଚାରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ନ ମିଳିଲେ, ତା’ଙ୍କ ପାଇଁ ପୂର୍ବପରି ପଦବୀ ସଂରକ୍ଷିତ ରଖାଯିବ ନ।ହିଁ ।  ଉକ୍ତ ପଦବୀ ବିପକ୍ଷରେ  ତା’ଙ୍କ କନିଷ୍ଟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ ଓ ଯେବେ ସମ୍ପୃକ୍ତ କର୍ମଚାରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା ମିଳିବ , ସେହିବର୍ଷ ତାଙ୍କୁ ପଦୋନ୍ନତି ଦିଆଯିବ । ଏହାକୁ ନେଇ ସଚିବାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ପର୍ଜ୍ୟାଲୋଚନ। ଲାଗି ରହିବା ସାଙ୍ଗକୁ ଏକ ପ୍ରକାର ଅଶାନ୍ତି ଦେଖା ଯାଇଛି । 

ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ବିଗତ ପାଞ୍ଚ ବର୍ଷର ଚରିତ୍ର ପଞ୍ଜିକା ଦରକାର ହୋଇଥାଏ । ଏଥିମଧ୍ୟରୁ ଯେକୌଣସି ତିନି ବର୍ଷର ପଞ୍ଜିକା ନିତାନ୍ତ ଆବଶ୍ୟକ ହୋଇଥାଏ । କୌଣସି କର୍ମଚାରୀଙ୍କ କ୍ଷେତ୍ରରେ ଏପରି ପଞ୍ଜିକାର କିଛି କାଂଶରେ ଅଭାବ ରହିଲେ, ତାଙ୍କ ପଦୋନ୍ନତି ପ୍ରସଙ୍ଗକୁ ଘୁଞ୍ଚାଇ ଦିଆଯାଏ ଓ ତାଙ୍କ ପାଇଁ ପଦବୀ ସଂରକ୍ଷିତ ରଖାଯାଏ । ପରବର୍ତ୍ତୀ କାଳରେ ଆବଶ୍ୟକ ପଞ୍ଜିକା ଯୋଗାଡ କରାଯାଇ ପାରିଲେ, ତା’ଙ୍କ ପ୍ରସଙ୍ଗ ପୁଣି ବିଚାର କରାଯାଏ  ଏବଂ ସେ ଯୋଗ୍ୟ ବିବେଜିତ ହେଲେ ତା’ଙ୍କ କନିଷ୍ଟ ପଦୋନ୍ନତି ପାଇଥିବା ତାରିଖ ଠାରୁ ତା’ଙ୍କୁ ପଦୋନ୍ନତି ଦିଆଯାଇଥାଏ । ଏ ନିୟମକୁ ଅଗଷ୍ଟ ମାସର ସଂଶୋଧନରେ ଉଠାଇ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପୂର୍ବ ପ୍ରଚଳିତ ଢାଞ୍ଚାରେ ପରିବର୍ତନ ଆଣି ୨୦୧୫-୨୦୧୬ ବର୍ଷ ଠାରୁ ‘କ’ ଓ ‘ଖ’ ଶ୍ରେଣୀର କର୍ମଚାରୀଙ୍କ ପାଇଁ ଏଚ. ଆର. ଏମ. ଏସ. ମାଧ୍ୟମରେ ଚରିତ୍ର ପଞ୍ଜିକା (ପାର) ଲିପିବଦ୍ଧ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ତେଣୁ, ଯେଉଁ କର୍ମଚାରୀଙ୍କର ଆବଶ୍ୟକ ପରିମାଣର ପଞ୍ଜିକା ମିଳୁନ।ହିଁ , ତାଙ୍କର ସେ ପଞ୍ଜିକା ଆଉ ମିଳିବ ନ।ହିଁ । ଅର୍ଥାତ ସେ ଠିକ ସମୟରେ ଏଚ. ଆର. ଏମ. ଏସ. ମାଧ୍ୟମରେ ଚରିତ୍ର ପଞ୍ଜିକା (ପାର) ଲିପିବଦ୍ଧ ପାଇଁ ପଦକ୍ଷେପ ନେଇନାହାନ୍ତି। ଏଚ. ଆର. ଏମ. ଏସ. ମଧ୍ୟ ପିଛିଲା ତାରିଖରେ ପୂର୍ବବର୍ଷ ପାଇଁ ଚରିତ୍ର ପଞ୍ଜିକା ଲିପିବଦ୍ଧ ଗ୍ରହଣ କରିବ ନ।ହିଁ । ଏପରି କ୍ଷେତ୍ରରେ ଉକ୍ତ କର୍ମଚାରୀଙ୍କ ପାଇଁ ପଦବୀ ସଂରକ୍ଷିତ ରଖିବାର କୌଣସି ଯଥାର୍ଥତା ନହିଁ । 

କର୍ମଚାରୀଙ୍କ କହିବା ଅନୁଯାଇ, ଏହା ଫଳରେ ଏପରି କର୍ମଚାରୀଙ୍କ ପଦୋନ୍ନତି ପର ବର୍ଷକୁ ଘୁଞ୍ଚିଯିବ । ଯାହାର ଏକ ବର୍ଷର ପଞ୍ଜିକା ନ।ହିଁ , ତାଙ୍କର ଏକ ବର୍ଷ ଘୁଞ୍ଚିବା ବେଳେ , ଯାହାର ଦୁଇବର୍ଷର ଆବଶ୍ୟକ ତାଙ୍କର ଦୁଇ ବର୍ଷ ଘୁଞ୍ଚିଯିବ । ତା ସାଙ୍ଗକୁ ଏମାନେ ନିଜ ନିଜର କନିଷ୍ଟ ଠାରୁ କନିଷ୍ଟ ହୋଇଯିବେ । ଏପରି ନିୟମ କଲା ବେଳେ ସରକାର ଦେହ ଖରାପ ବା ଅନ୍ୟ କୌଣସି ସମସ୍ୟା ଯାହା ବ୍ୟକ୍ତିର କର୍ତ୍ତୁତ୍ଵର ବାହାରେ , ତାକୁ ବିଚାରକୁ ନେଇ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି । କେବଳ ସେତିକି ନୁହେଁ , ନିର୍ମାଣ ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାଇ – ୨୦୦୬ ବର୍ଷର ମାର୍ଗଦର୍ଶୀକାରେ ଥିବା ପ୍ରାବଧାନ ଅନୁସାରେ,  ଯଦି କୌଣସି ଅଧିକାରୀ ଠିକ ସମୟରେ ଏଚ. ଆର. ଏମ. ଏସ. ମାଧ୍ୟମରେ ପାର ଲିପିବଦ୍ଧ ପାଇଁ ପଦକ୍ଷେପ ନେଇନାହାନ୍ତି, ସେ କ୍ଷେତ୍ରରେ ତାଙ୍କର ଦପ୍ତର ବା ଉପରିସ୍ଥ ଅଧିକାରୀ ସେଥିପାଇଁ ପଦକ୍ଷେପ ନେବେ ଓ ଉକ୍ତ ଅଧିକାରୀଙ୍କ ଚରିତ୍ର ପଞ୍ଜିକା ( ପାର) ସେହି ବର୍ଷ ପାଇଁ ଲିପିବଦ୍ଧ କରାଯିବ । ପ୍ରଶାସନର ସ୍ଵଛତା ଦୃଷ୍ଟିରୁ ଓ କର୍ମଚାରୀଙ୍କ ମଙ୍ଗଳ ପାଇଁ ଅଗଷ୍ଟ ମାସର ଏହି ସଂଶୋଧନକୁ ପ୍ରତ୍ୟାହାର କରିନେବାକୁ ବିଭିନ୍ନ ମହଲରେ ଦାବି ହେଉଛି । 

 

0
0
0
s2sdefault