ଦୀପାବଳିରେ ମୁକ୍ତିଲାଭ କରିବା ୱେବ ସିରିଜ 'ପି ସେ ପ୍ଳେଜର'
ଭୁବନେଶ୍ୱର (ଶାସକ ପ୍ରଶାସକ) : ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ | କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର ! ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ ଆସୁଛି ନୂଆ ୱେବ ସିରିଜ୍ 'ପି ସେ ପ୍ଲେଜର୍ ' ! ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଏହି ୱେବ ସିରିଜର ପ୍ରମୁଖ ଚରିତ୍ରରେ ଅଛନ୍ତି ସିନ୍ଦୂରା ରାଉତ ଓ ଅମ୍ରିତା ମିଶ୍ର ! ସିନ୍ଦୂରା ତେଲୁଗୁ ଚଳଚ୍ଚିତ୍ରର ଜଣେ ଚର୍ଚ୍ଚିତ ନାୟିକା ହୋଇଥିବା ବେଳେ ଅମ୍ରିତା ହେଉଛନ୍ତି ଓଡ଼ିଆ ୱେବ ସିରିଜର ପରିଚିତ ଚେହେରା ! ଯୁବ ନିର୍ଦ୍ଦେଶକ ଅବିନାଶ ରାଉତ 'ପି ସେ ପ୍ଳେଜର'ର ନିର୍ଦ୍ଦେଶନା ଦେଇଛନ୍ତି ! ଅବିନାଶ ପୂର୍ବରୁ କେତୋଟି ବଲିଉଡ ଚଳଚ୍ଚିତ୍ର, ଧାରାବାହିକ ଓ ଟେଲିଭିଜନ ଶୋ'ର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ! 'ପି ସେ ପ୍ଲେଜର୍' ୱେବ ସିରିଜ ହେଉଛି ତାଙ୍କର ଡ୍ରିମ ପ୍ରୋଜେକ୍ଟ ! ଅବିନାଶଙ୍କ ମତରେ, 'କଣ୍ଟେଣ୍ଟ ଓରିଏଣ୍ଟେଡ ବା ବଳିଷ୍ଠ କାହାଣୀ ଭିତ୍ତିକ ୱେବ ସିରିଜ ନିର୍ମାଣ କରିବା ଆମର ଲକ୍ଷ୍ୟ ରହିଛି ଯାହା ଜାତୀୟ ସ୍ତରରେ ଚର୍ଚ୍ଚା ଓ ଆଲୋଚନାର ପରିସରକୁ ଆସି ପାରିବ | ସିନ୍ଦୂରାଙ୍କ ଅଭିନୀତ ଏହା ପ୍ରଥମ ହିନ୍ଦୀ ୱେବ ସିରିଜ ହୋଇଥିବା ବେଳେ ଏଥିରେ ସେ ବେଶ ପ୍ରଭାବଶାଳୀ ଅଭିନୟ କରିଛନ୍ତି |' ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନ୍ୟାୟିକ ମାନ୍ୟତା ମିଳିଥିଲେ ସୁଦ୍ଧା ଆଜିବି ପରିବାର ତଥା ସମାଜର ସ୍ବୀକୃତି ପାଇଁ କିଭଳି ସଂଘର୍ଷ କରିବାକୁ ପଡୁଛି ତାହାର ନିଛକ ଚିତ୍ର ଏଠାରେ ଦେଖିବାକୁ ମିଳେ | ରୋମାଞ୍ଚକ କାହାଣୀରେ ଲଭ୍, ଆକ୍ସନ, ସସ୍ପେନ୍ସ, ଥ୍ରିଲର୍ ଓ ମର୍ଡର ମିଷ୍ଟ୍ରି ସାଙ୍ଗକୁ ଏପରି କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି ଯାହା ଦର୍ଶକଙ୍କୁ ରୋମାଂଚିତ କରିବ ! ତେବେ ଟିଜର ରିଲିଜ ହେବା ପରେ ଏହି ବୋଲଡ ସିନକୁ ନେଇ ଟଲିଉଡ଼ରୁ ଓଲିଉଡ଼ଯାଏ ଚର୍ଚ୍ଚା ଜୋର ଧରିଛି | ଏ ସମ୍ପର୍କରେ ସିନ୍ଦୂରା କୁହନ୍ତି, 'ଜଣେ ଅଭିନେତ୍ରୀକୁ ଚରିତ୍ର ଉପଯୋଗୀ ଅଭିନୟ କରିବାକୁ ହୋଇଥାଏ | ଆଉ ଏଠି ମୁଁ କେଵଳ ମୋ କାମ କରିଛି | ମୋ ଚରିତ୍ରକୁ ଉପଯୁକ୍ତ ନ୍ୟାୟ ଦେବାକୁ ସାଧ୍ୟମତେ ଚେଷ୍ଟା କରିଛି | ଆଶା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ | ମୋ ଅଭିନୟର ସଫଳତା ପଛରେ ନିର୍ଦ୍ଦେଶକଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି, ନଚେତ ମୁଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ଆଦୌ ନ୍ୟାୟ ଦେଇପାରି ନଥାନ୍ତି |' ଏହି ୱେବ ସିରିଜଟି ଓଟିଟି ପ୍ଲାଟଫର୍ମ ଏ ଆର୍ ପ୍ରାଇମରେ ମୁକ୍ତିଲାଭ କରିବ !