ହେଡଲାଇନସ୍:

ମୁଣ୍ଡ ଉପରେ ବର୍ଷା ଋତୁ, ପରିମଳ ଚିନ୍ତା :  ପୌରାଞ୍ଚଳ  କ୍ଲିନ ରଖିବାକୁ  ବୈଠକ ଡ଼ାକିଲେ "କ୍ଲିନ ମ୍ୟାନ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଣ୍ଡ ଉପରେ ବର୍ଷା ଋତୁ, ପରିମଳ ଚିନ୍ତା :  ପୌରାଞ୍ଚଳ  କ୍ଲିନ ରଖିବାକୁ  ବୈଠକ ଡ଼ାକିଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦକୁ ପରିମଳ ମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ  ସଦାସର୍ବଦା ପ୍ରାଥମିକତା ଦେଇ ଆସିଥିବା "କ୍ଲିନ ମ୍ୟାନ" ତଥା  ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି  ତାଙ୍କର ଉଦ୍ୟମ ଜାରି ରଖିଆସିଛନ୍ତି ।  ଆଗକୁ ଆସୁଥିବା ବର୍ଷା ଋତୁ ଓ ମହାପ୍ରଭୂଙ୍କ ଘୋଷଯାତ୍ରାକୁ ନଜରକୁ ନେଇ ଉପନଗରପାଳ ଶ୍ରୀ ମହାନ୍ତି ସହରରେ ସଫେଇକୁ ତ୍ୱରାନ୍ନିତ କରାଇବା ନିମନ୍ତେ ମଇ ୨୩ ବୁଧବାର ପୂର୍ବାହ୍ନରେ ପୌରପରିଷଦ ସମ୍ମିଳନୀ କକ୍ଷରେ ସେନିଟ୍ୟାରୀ ଇନ୍ସପେକ୍ଟର ସନ୍ତୋଷ ମହାନ୍ତି, ରାମହରି ମୁର୍ମୁ ଓ ବାଚୁବାବୁ ପ୍ରମୁଖଙ୍କ ସମେତ ସହରର ୨୮ଟି ୱାଡର଼୍ରେ ସଫେଇ ଦାୟିତ୍ୱ ତଦାରଖ କରୁଥିବା ୨୮ ଜଣ ଜମାଦାରଙ୍କୁ ନେଇ ଏକ ବୈଠକରେ ବସିଥିଲେ । ସହରକୁ ସମ୍ପୂର୍ଣ୍ଣ ଭାବେ ପରିମଳମୁକ୍ତ ସହରରେ ପରିଣତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ତେଣୁ ସେନିଟ୍ୟାରୀ ଇନ୍ସପେକ୍ଟର ଓ ସଫେଇ ଦାୟିତ୍ୱରେ ରହିଥିବା ଜମାଦାରମାନେ ଏ ଦିଗରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି କାର୍ଯ୍ୟରେ ସହରବାସୀ ସହଯୋଗର ହାତବଢ଼ାଇ  ଆଗେଇ ଆସିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ନିଜ ନିଜ ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ନାଳ ନର୍ଦ୍ଧମା ଅଥବା ଏଣେତେଣେ ନ ପକାଇ ନିକଟସ୍ଥ ଡ଼ଷ୍ଟବିନ ଭିତରେ ପକାଇବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସହରରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ  ଓ ଦୋକାନୀମାନେ ମଧ୍ୟ ଅଳିଆ ଆବର୍ଜନାକୁ ନିକଟସ୍ଥ ଡ଼ଷ୍ଟବିନରେ ପକାଇବାକୁ କହିଛନ୍ତି । ଏହା ସମ୍ଭବ ହୋଇପାରିଲେ ସଫେଇ କାର୍ଯ୍ୟ ସହଜ ଓ ସରଳ ହୋଇପାରିବ । ତେଣୁ ସମସ୍ତ ଜନସାଧାରଣ ଏଦିଗରେ ସଚେତନ ହୋଇ କାର୍ଯ୍ୟକଲେ ବାରିପଦା ପୌରପରିଷଦ ଏକ ପରିମଳମୁକ୍ତ ସହରରେ ପରିଣତ କରାଇବାର ସ୍ୱପ୍ନ ସାକାର ହୋଇପାରିବ ବୋଲି ଉପନଗରପାଳ ଶ୍ରୀମହାନ୍ତି କହିଥିଲେ । 

0
0
0
s2sdefault