ମ୍ୟାଲେରିଆ ନିୟନ୍ତ୍ରଣ ଓ ଏହାର ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ ।
ମାଲକାନଗିରି (ଶ୍ରୀନିବାସ ପାତ୍ର) : ଜିଲ୍ଲାରେ ଗତବର୍ଷ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ୩୬୪୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ଏ ବର୍ଷ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ୧୩୪୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ୬୩ .୧୮ % ମ୍ୟାଲେରିଆ ରୋଗୀ ହ୍ରାସ ହୋଇଛି । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାର ନୋଡ଼ାଲ ଅଧିକାରୀ ଭାବରେ ଦାୟୀତ୍ବ ଦିଆଯାଇ ଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧୂନରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆର ନିୟନ୍ତ୍ରଣ ତଦାରଖ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଅଛି । ୧୪ ଜଣ ଜିଲ୍ଲା ସ୍ତରର ଅଧକାରୀଙ୍କୁ ମ୍ୟାଲେରିଆ କାର୍ଯ୍ୟକ୍ରମ ଓ ମଶାରୀ ବ୍ୟବହାର ତଦାରଖ କରିବା ପାଇଁ ନିୟୋଜିତ କରାଯାଇଛି । ୫୯ଜଣ ପଞ୍ଚାୟତ ନିର୍ବାହୀ ଅଧୁକାରୀ , ୨୯ ଜଣ ରାଜସ୍ବ ନିରିକ୍ଷକ , ୧୩୦୫ ଜଣ ଶିକ୍ଷକ , ୭୯ ଜଣ ବନରକ୍ଷୀ , ୧୦୦ ବନ ସଂରକ୍ଷକ ସମିତି ଅନିମେଟର ଚିହ୍ନଟ କରାହୋଇଛି ଓ ଲୋକମାନେ କିପରି ମଶାରୀ ବ୍ୟବହାର କରିବେ ସେଥିପାଇଁ ନିୟୋଜିତ କରାଯାଇଛି । ଜଣେ ଲେଖାଏଁ ସ୍ବାସ୍ଥ୍ୟ କର୍ମୀଙ୍କୁ ୨ ରୁ ୩ ସ୍ବାସ୍ଥ୍ୟ ଉପକେନ୍ଦ୍ର ଦାୟୀତ୍ବ ଦିଆଯାଇଛି । ୧୯୨୭ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଓ ୧୫୫୧ ଗ୍ରାମରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ମଶା ବାହିତ ରୋଗ ନିୟନ୍ତ୍ର ପାଇଁ ସଚେତନତା କାର୍ଯ୍ୟକ୍ରମ ସଂପୁର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମ ୧୦.୦୮.୨୦୨୦ ରୁ ଆରମ୍ଭ ହୋଇଛି । ୨୮ଟି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ମଶା ବାହିତ ରୋଗ ସମ୍ବନ୍ଧ ସଚେତନତା କରାଯାଉଛି । ୨୨୦୦ ମଶାରୀର ବ୍ୟବହାର ଓ ଉପକାରିତା ଚେତନତା ଟିନ ପ୍ଲେଟ ସବୁ ଗ୍ରାମର ଜନଗହଳି ପୂର୍ଣ୍ଣ ସ୍ଥାନ ଲଗାଯାଇଛି । ରାତିରେ ଆଶା ଓ ଅଙ୍ଗନୱାଡି ଓ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ମଶାରୀ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ବୁଝାଇବା ଓ ରାତିରେ ମଶାରୀ ବ୍ୟବହାର କରିବା ପାଇଁ ସଚେତନତା ଘଣ୍ଟି ବଜାଉଛନ୍ତି । ୩୮୦ ଟି ଗ୍ରାମରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ନଭେମ୍ବର ଓ ଡିସେମ୍ବର ମାସ ସଂପୁର୍ଣ୍ଣ କରାଯିବ । ଯାହାକି ୫୯୭୧୦ ଲୋକଙ୍କ ମ୍ୟାଲେରିଆ ପରିକ୍ଷା କରିବା ସହିତ ଅନ୍ୟାନ୍ୟ ଚିକିତ୍ସା କରାଯିବ । ଆସନ୍ତା ୨ ମାସ ମଧ୍ୟରେ ଜିଲ୍ଲାର ୪୬୬ ଗ୍ରାମରେ ଡି.ଡି.ଟି ସିଞ୍ଚନ କରାଯିବ , ଯାହାକି ୨୯୯୪୨ ଘର ଓ ଲୋକଙ୍କୁ ସୁରକ୍ଷା ଦେଇପାରିବ ।
ଗତ ଫେବୃୟାରୀ ଓ ମାର୍ଚ୍ଚ ୨୦୨୦ ରେ ୪୨୯୦୦୨ ଦିର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ଜିଲ୍ଲାରେ ବଣ୍ଟନ କରାଯାଇଛି ଓ ଶତପ୍ରତିଶତ ମଶାରୀ ବ୍ୟବହାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ଆଜିର ଏହି ସମ୍ମିଳନୀରେ ଜିଲ୍ଲାପାଳଙ୍କ ମନୀଷ ଅଗ୍ରୱାଲ ଙ୍କ ସହ ଜିଲ୍ଲାର ଏକାଧିକ ବିଭାଗ ର ମୁଖ୍ୟ ଅଂଶଗ୍ରହଣ କରିଥିଲେ ।