ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛନ୍ତି । ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ସମ୍ବଲପୁର - କଟକ ୫୫ ନମ୍ବର ଜାତୀୟ ରାଜପଥ ମାନେଶ୍ୱର ଛକ ଠାରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ ହୋଇଥିବା କୃଷି ଆଇନରେ ଥିବା ଠିକା ଚାଷ ବ୍ୟଵସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ, ଘରୋଇ ମଣ୍ଡି ବ୍ୟବସ୍ଥାକୁ ଚାଷୀ ବିରୋଧ କରିଛନ୍ତି । ଏହି ଆଇନ ଉଭୟ କୃଷକ ଓ ଖାଉଟି ବିରୋଧୀ ବୋଲି ଚାଷୀ ଏହାର ବିରୋଧ କରୁଛନ୍ତି। ଏଥିସହ ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସଂଖ୍ୟା ବୃଦ୍ଧି ଆଦି ଦାବି ରଖିଛନ୍ତି ଚାଷୀ ସଂଗଠନ । ଏହାର ପ୍ରତିବାଦ ରେ ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଦିନ ୧୧ ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି କୄଷି ଆଇନ କୁ ଖୋଲାଖୋଲି ଭାବରେ ଦୃଢ ବିରୋଧ କରିଥିଲେ । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ମାନେଶ୍ୱର ଛକରେ ଅନୁଷ୍ଠିତ ଜାତୀୟ ରାଜପଥ ଅବରୋଧ ରେ ପଶ୍ଚିମ ଓଡିଶା କୄଷକ ସଂଗଠନ ର ଆବାହକ ଅଶୋକ ପ୍ରଧାନ ଙ୍କ ସମେତ ଜିଲ୍ଲା ର ବହୁ ଚାଷି ନେତା ଉପସ୍ଥିତ ରହିଥିଲେ ।
ରାଜ୍ୟ
କୄଷି ଆଇନ ବିରୋଧରେ ଚାଷିଙ୍କ ଜାତୀୟ ରାଜପଥ ଅବରୋଧ ।
- Hits: 259