ଜୀବିକା ପ୍ରୋତ୍ସାହନ ପାଇଁ ଲାଞ୍ଜିଗଡରେ ସରକାରଙ୍କ କୁକୁଡ଼ା ପାଳନ ଯୋଜନା କାର୍ଯ୍ୟାନ୍ୱୟନରେ ବେଦାନ୍ତର ସହଭାଗିତା
ଲାଞ୍ଜିଗଡ଼/କଳାହାଣ୍ଡି (ଶାସକ ପ୍ରଶାସକ):ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟତା ନିମନ୍ତେ କୁକୁଡ଼ା ପାଳନ ଯୋଜନା କାର୍ଯ୍ୟାନ୍ୱୟନରେ ସହଯୋଗ ଆରମ୍ଭ କରିଛି I ଏହି ପ୍ରକଳ୍ପ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବାବେଳେ ଲାଞ୍ଜିଗଡ ଅଞ୍ଚଳରେ ଏନେଇ କମ୍ପାନୀ ସରକାରଙ୍କ ସହ ସହଭାଗିତାରେ କାର୍ଯ୍ୟ କରୁଛି I ସାମ୍ପ୍ରତିକ ପରିସ୍ଥିତିରେ ଯେତେବେଳେ ଦେଶରେ ଆର୍ଥିକ ସ୍ଥିତିର ସୁଧାର ନେଇ ବ୍ୟବସାୟିକ ଗତିବିଧି ଉପରେ ଜୋର ଦିଆଯାଉଛି, ବେଦାନ୍ତ ଅଞ୍ଚଳବାସୀଙ୍କ ଜୀବିକା ନିର୍ବାହରେ ସହାୟତା ନେଇ ବିଭିନ୍ନ ପଦକ୍ଷେପ ନେଇଆସିଛି I 'ନିରନ୍ତର ସାମଗ୍ରିକ ବିକାଶ'ର ଲକ୍ଷ୍ୟ ନେଇ କମ୍ପାନୀ ଏହି ପ୍ରକଳ୍ପର ସହଭାଗୀ ହୋଇଥିବାବେଳେ ଅଞ୍ଚଳବାସୀଙ୍କ ଜୀବିକା ନିର୍ବାହରେ ଆୟ ବୃଦ୍ଧି ହେତୁ ବୈଷୟିକ ସୁବିଧା ତଥା ଆବଶ୍ୟକ ସାଧନ ଯୋଗାଇ ଦେଉଛି I
ସରକାରୀ ପ୍ରକଳ୍ପ ଅନ୍ତର୍ଗତ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମ (ଓପିଏଲଆଇପି) ତଥା କାର୍ଯ୍ୟକାରୀ ସଂସ୍ଥା ଜନସାହାଯ୍ୟ ଦ୍ୱାରା ମନୋନୀତ ୩୫୦ ଜଣ ହିତାଧିକାରୀ ୩୫୦୦ କୁକୁଡ଼ା ଛୁଆ ଏବଂ କୁକୁଡ଼ା ଭାଡ଼ି ପାଇଛନ୍ତି I କିନ୍ତୁ ଆବଶ୍ୟକ ଜ୍ଞାନ କୌଶଳ ଏବଂ କୁକୁଡ଼ା ଖାଦ୍ୟର ଅଭାବରେ ବହୁ କୁକୁଡ଼ା ଛୁଆ ମରିଯିବା ଯୋଗୁଁ ବ୍ୟବସାୟୀ କ୍ଷତି ସହିଲେ I ଏହି ସମସ୍ୟାର ସମାଧାନ ନିମନ୍ତେ ବେଦାନ୍ତ ଲାଞ୍ଜିଗଡ ଓ ସରକାରୀ କାର୍ଯ୍ୟକାରୀ ସଂସ୍ଥା ଜନସାହାଯ୍ୟ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ମିଳିତ ସହଭାଗିତାରେ ଆଗେଇ ଆସିଛନ୍ତି ଏବଂ କମ୍ପାନୀ ପ୍ରତି ଘର ପିଛା ଉନ୍ନତ ଗୁଣବତ୍ତା ଯୁକ୍ତ କୁକୁଡ଼ା ଖାଦ୍ୟ ଯୋଗାଇବା ଆରମ୍ଭକଲା I ପ୍ରକଳ୍ପର ସୁକ୍ଷ୍ମ-ସ୍ତରୀୟ କାର୍ଯ୍ୟାନ୍ୱୟନ ପାଇଁ, ବେଦାନ୍ତ କୁକୁଡ଼ା ଚାଷୀଙ୍କୁ ବୈଷୟିକ ତାଲିମ ଦେବା ସହିତ ନିୟମିତ ଭାବେ କୁକୁଡ଼ାଙ୍କ ସ୍ୱାସ୍ଥ୍ୟ ସ୍ଥିତି ନିରୀକ୍ଷଣ କରୁଛି I
ଏହି ପରିପ୍ରେକ୍ଷୀରେ ବେଦାନ୍ତ ଲାଞ୍ଜିଗଡ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ କମ୍ପାନୀ ସର୍ବଦା ସ୍ଥାୟୀ ଜୀବିକା ନିର୍ବାହ କ୍ଷେତ୍ରରେ ଅଞ୍ଚଳବାସୀଙ୍କୁ ସହାୟତା କରିବା ସହିତ ସାମୁହିକ ବିକାଶ ନେଇ ଚେଷ୍ଟାରତ ରହିଛି I ଏ କ୍ଷେତ୍ରରେ ସରକାରୀ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ କାର୍ଯ୍ୟନ୍ବିତ କରିବା ପାଇଁ କମ୍ପାନୀ ଯଥାସମ୍ଭବ ପ୍ରୟାସରତ ରହିଛି I ସରକାରଙ୍କ କୁକୁଡ଼ା ପାଳନ ଯୋଜନାରେ ସହଭାଗିତା କରି ଅଞ୍ଚଳର କୁକୁଡ଼ା ବ୍ୟବସାୟୀ ଲାଭାନ୍ବିତ ହେବା ଦେଖି ଆମେ ବହୁତ ଆନନ୍ଦ ଅନୁଭବ କରୁଛୁ I ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧି ପର୍ଯ୍ୟାୟରେ ଅଞ୍ଚଳବାସୀଙ୍କ ସ୍ଥାୟୀ ଜୀବିକା ନିର୍ବାହ କ୍ଷେତ୍ରରେ ସହାୟତା କରିବା ସହିତ ''ଆତ୍ମନିର୍ଭର ଭାରତ" ପାଇଁ ଯୋଗଦାନ କରିବା ନେଇ ବେଦାନ୍ତ ପ୍ରତିଶୃତିବଦ୍ଧ ରହିଛି I ବେଦାନ୍ତର ଏତାଦୃଶ ପ୍ରଚେଷ୍ଟାକୁ ଭୁୟସୀ ପ୍ରଶଂସା କରି ବାତେଳିମା ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ କୁଟେଣ୍ଡେଲି ଗ୍ରାମର ଧନୁ ମଝି କହିଛନ୍ତି ଯେ କମ୍ପାନୀ ଦ୍ୱାରା ପ୍ରଦତ୍ତ ବୈଷୟିକ ଜ୍ଞାନ କୌଶଳ ଏବଂ ଆବଶ୍ୟକ ସହାୟତା ଯୋଗୁଁ କୁକୁଡ଼ା ପାଳନ ବ୍ୟବସାୟ ସୁରୁଖୁରୁରେ ଚାଲୁଛି I ଆଶା ଅଛି ଯେ ଆଗକୁ ଆହୁରି ଲାଭ ମିଳିବ ଏବଂ ଏକ ସ୍ଥାୟୀ ଜୀବିକା ନିର୍ବାହରେ ସହାୟତା ମିଳିପାରିବ I
ବେଦାନ୍ତର ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପରିଛନତା, ଜୈବ-ନିବେଶ ତଥା ଗୋଷ୍ଠୀ ଭିତ୍ତିଭୂମି ନେଇ ବିଭିନ୍ନ ସାମାଜିକ ପଦକ୍ଷେପ ଅଞ୍ଚଳର ୬୦ଟି ଗ୍ରାମରେ ପହଞ୍ଚିବା ସହିତ ବାର୍ଷିକ ୧ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ଲାଭାନ୍ବିତ ହୋଇପାରୁଛନ୍ତି I ୩୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦୦ଜଣ ମହିଳାଙ୍କୁ ଆତ୍ମନିର୍ଭର କରିବା, ୬୦୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା, ୩୦୦୦ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଗୁଣବତ୍ତା ମୂଳକ ଶିକ୍ଷା ବ୍ୟବସ୍ଥା, ଅଞ୍ଚଳର ୫.୪ଲକ୍ଷ ବୃକ୍ଷରୋପଣ ତଥା ୫୦୦ରୁ ଉର୍ଦ୍ଧ୍ବ ଭିତ୍ତିଭୂମି ବିକାଶ ଦ୍ୱାରା ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶଧାରା ତ୍ୱରାନ୍ୱିତ ହୋଇପାରିଛି I
ବେଦାନ୍ତ ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି I