"ଶାସକ ପ୍ରଶାସକ"ର ଛୋଟ ଉଦ୍ୟମ ଆଣିଦେଲା ବଡ ଖୁସି ଖବର
ଧର୍ମଗଡ ସୁଶାନ୍ତ ରାଉତ : ଶାସକ ପ୍ରଶାସକର ଛୋଟ ଉଦ୍ୟମ ଆଣିଦେଲା ଏକ ଅବହେଳିତ ପରିବାର ପାଇଁ ଆଣିଦେଲା ବଡ ଖୁସି ଖବର | ଗତ ମାସ ଛଅ ତାରିଖ ଦିନ ଆମ "ଶାସକ ପ୍ରଶାସକ" ପୋର୍ଟାଲରେ ଆମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳର ଜଗଦେଵ ହରିଜନ ପରିବାରଙ୍କ ଦୈନ୍ୟତା ବିଷୟରେ ଉଲ୍ଲେଖ କରିଥିଲୁ | ଏହି ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ଯୁବ ସମାଜସେବୀ କୁମାରୀ ଦୀପା ବାରିକ , ଜଗଦେଵ ହରିଜନକୁ ଏକ ପକ୍କା ଘର ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ଅନ୍ୟାନ୍ୟ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଟ୍ୱିଟ ଯୋଗେ ଅନୁରୋଧ କରିଥିଲେ । ବିଳମ୍ବରେ ହେଲେ ସୁଦ୍ଧା ଗତକାଲି କଳାହାଣ୍ଡି ଜିଲ୍ଲାପାଳ ଜଗଦେଵ ହରିଜନ ଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରିଥିବା ଦୀପା ବାରିକ ଙ୍କୁ ଟ୍ୱିଟ ଯୋଗେ ଜଣାଇଥିଲେ ।
ଆମେ ଅକ୍ଟୋବର ୬ ତାରିଖରେ "ଶାସକ ପ୍ରଶାସକ"ରେ ଜଗଦେବ ଓ ମୀରାଙ୍କ ଦୁଃଖ କାହାଣୀ ବିଷୟରେ ଉଲ୍ଲେଖ କରି ଲେଖିଥିଲୁ ଯେ ମୋ ସରକାର କଣ ଏମାନଙ୍କ ପାଇଁ ନାହାନ୍ତି | ଲୋକ ପ୍ରତିନିଧି ଓ ପ୍ରଶାସନିକ କର୍ମଚାରୀ ମାନଙ୍କ ଅବହେଳା ,ମନମୁଖୀ କାର୍ଯ୍ୟ ଯୋଗୁଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡୁମେରଗୁଡା ଗ୍ରାମ ପଞ୍ଚୟତ ଅଧୀନରେ ଥିବା କୀର୍କାକାନୀ ଗ୍ରାମର ଜଗଦେଵ ହରିଜନ(୭୦) ଓ ସ୍ତ୍ରୀ ମୀରା ହରିଜନ ବୟସ -୬୪ କେମିତି ସରକାରୀ ଯୋଜନାରୁ ବଂଚିତ ହୋଇଛନ୍ତି ଓ ଆଜିବି ଏକଛୋଟ ମାଟି କୁଡ଼ିଆରେ ବସବାସ କରୁଛନ୍ତି ସେ ବିଷୟ ଉଲ୍ଲେଖ କରିଥିଲୁ । ଜଗଦେଵ ହରିଜନଙ୍କୁ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ ନିବେଦନ କରିଥିବା ବିଷୟ ମଧ୍ୟ ଆମେ ଉକ୍ତ ଖବରରେ ଉଲ୍ଲେଖ କରିଥିଲୁ | ଆମ ଖବରର ଗମ୍ଭୀରତା ଓ ହରିଜନ ପରିବାରଙ୍କ ଦୈନ୍ୟତାକୁ ହୃଦୟଙ୍ଗମ କରି ଯୁବ ସମାଜସେବୀ ଦୀପା ବାରିକ ଦୃଷ୍ଟି ଆକର୍ଷଣ କରିଥିଲେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏ ନିଜ ଟୁଇଟ ମାଧ୍ୟମରେ | ଆଉ ତାହାର ସୁଫଳ ମିଳିଥିବା ଓ ବାସହୀନ ହରିଜନ ପରିବାର ନାମକୁ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି ଖୋଦ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେବା ପରେ ଶାସକ ପ୍ରଶାସକର ଛୋଟ ଉଦ୍ୟମ ସଫଳ ହୋଇଛି | ତେଣୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଓ ସରକାରଙ୍କୁ ବି ଧନ୍ୟବାଦ | ସର୍ବୋପରି ସମାଜସେବୀ ଦୀପା ବାରିକଙ୍କର ଏହିଭଳି ନିସ୍ୱାର୍ଥପର ଉଦ୍ୟମର ଖୁବ ପ୍ରଶଂସା ହେଉଥିବା ବେଲେ "ଶାସକ ପ୍ରଶାସକ" ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ |