ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )- ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡିଶା ପୋଲିସ ତରଫରୁ ଏକ ବ୍ୟାପକ ମଲ୍ଟି ପାର୍ଟି ଅପରେସନ୍ ଆରମ୍ଭ କରିଥିଲା । ଏହି ମିଳିତ ଅପରେସନରେ ଓଡିଶା ପୋଲିସ, ବିଏସଏଫ ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଅପରେସନ୍ ଗୁରାସେଥୁ ବିଏସ୍ଏଫ୍ ଅଂଶଗ୍ରହଣ କରିଥିଲେ । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଉକ୍ତ ଅଞ୍ଚଳରେ ଅପରେସନ୍ ଆରମ୍ଭ କରାଯାଇଥିଲା । ଯାହା ସ୍ୱାଭିମାନ ଅଞ୍ଚଳ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ପ୍ରମୁଖ ମାଓବାଦୀ ଲୁଚି ରହିଥିବା ସ୍ଥାନ ଏବଂ ଡମ୍ପର ଆବିଷ୍କାର କରାଯାଇଥିଲା । ଏହି  ଅପରେସନ ସମୟରେ ବହୁ ପରିମାଣର  ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଅନ୍ୟାନ୍ୟ ମାଓବାଦୀ ପୁସ୍ତକ ଜବତ ହୋଇଛି । ଏଥିରେ ଗୋଟିଏ SLR ରାଇଫଲ୍, ଗୋଟିଏ 303 ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଏହି ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା AOBSZC ର ମାଓବାଦୀ କ୍ୟାଡରଙ୍କର ଥିଲା ଏବଂ ସେମାନେ ନିରୀହ ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୁଦ୍ଧରେ ବ୍ୟବହାର କରୁଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ପୁନରୁଦ୍ଧାର ପରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଚାଲିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

0
0
0
s2sdefault