ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସିଡିପିଓ ଙ୍କର ଦ୍ୱାରା ସିଝିଲାନି ଭାଜିସାଗ 

  • ଦିଦିଙ୍କର ବଦଳି ଦାବିକଲେ ଗ୍ରାମବାସୀ

ବରଗଡ :- ସରକାର ଅଙ୍ଗନବାଡି କେନ୍ଦ୍ର ଜରିଆରେ ମୁଖ୍ୟତଃ ମହିଳା ଓ ଶିଶୁ ମାନଙ୍କର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ମୂଖ୍ୟତଃ ଗର୍ଭବତୀ ମହିଳା ଙ୍କର ସ୍ୱାସ୍ଥ୍ୟ ତଥା ଶିଶୁ ମାନଙ୍କର ସୁରକ୍ଷା କୁ ପ୍ରାଧାନ୍ୟ ଦେଇ ଅନେକ ପ୍ରକାର କାର୍ଯକ୍ରମ ପରିଚାଳନା କରାଯାଉଛି । ଅଙ୍ଗନବାଡି ଜରିଆରେ ସରକାର  ଶିଶୁ , ମାଁ , ଓ ଗର୍ଭବତୀ ମହିଳା ମାନଙ୍କର ପାଇଁ ଅନେକ ପ୍ରକାର ପୃଷ୍ଟିକର ଖାଦ୍ୟ ମାଗଣାରେ ବିତରଣ କରୁଛନ୍ତି । ହେଲେ କିଛି କରିତକର୍ମା ଅଧିକାରୀ ଓ ସ୍ୱାର୍ଥପର କର୍ମୀ ମାନଙ୍କର ପାଇଁ ସରକାର ଙ୍କର ମହତ ଯୋଜନା ସବୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଫେଲ ମାରୁଥିବା ଲୋକ ଲୋଚନକୁ ଆସିଥାଏ । ଗତ ଦୁଇଦିନ ତଳେ ଏହିଭଳି ଏକ ଘଟଣା ପାଇକମାଲ ବ୍ଲକ ପିପଳପାଲି ଗ୍ରାମରୁ ଆସିଥିଲା । ଉକ୍ତ ଗ୍ରାମରେ କାର୍ଯରତ ଅଙ୍ଗନବାଡି କର୍ମୀ ଦମୟନ୍ତୀ ପଣ୍ଡା ଗତ ତିନି ମାସ ହେଲା ଅଙ୍ଗନବାଡି କେନ୍ଦ୍ରରୁ କୋଣସି ପ୍ରକାର ପୃଷ୍ଟିକର ଖାଦ୍ୟ ପ୍ରଦାନ କରୁ ନାହାନ୍ତି । ଏହାସହିତ ପୂର୍ବରୁ ଗର୍ଭବତୀ ମାଁ ମାନଙ୍କୁ ସରକାରୀ ନିୟମ ମୁତାବକ ମାସକୁ 12ଗୋଟି ଅଣ୍ଡାରୁ ଦିଦି ଜଣକ 6ଗୋଟି ଅଣ୍ଡା ପ୍ରଦାନ କରି ବାକି 6ଗୋଟି ଅଣ୍ଡା ଚଳୁ କରିଦେଉଥିଲେ। ଏ ନେଇ ଗ୍ରାମବାସୀ ମାନେ ସିଡିପିଓ ଙ୍କୁ ଲିଖିତ ଅଭିଯୋଗ କରିବା ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ଉପଜିଲ୍ଲାପାଳ ତୁରନ୍ତ ଅଙ୍ଗନବାଡି କର୍ମୀ ଙ୍କର ଦରମା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ମାମଲାର ସମାଧାନ କରିବା ପାଇଁ ସେହିଦିନ ଦିନ ତମାମ ଗ୍ରାମବାସୀ ମାନଙ୍କୁ ଅପେକ୍ଷା କରାଇବା ପରେ ପାଇକମାଲ ସିଡିପିଓ ପିପଳପାଲି ଗ୍ରାମକୁ ପହଂଛି ଥିଲେ । ହେଲେ ଗ୍ରାମବାସୀ ମାନଙ୍କର ନ୍ୟାୟ ସଂଗତ ତର୍କ ଉପରେ କୋଣସି ସଠିକ ପ୍ରତିକ୍ରିୟା ରଖି ନପାରି ନିରୁପାୟ ହୋଇ ଫେରି ଆସିଥିଲେ ସିଡିପିଓ । ଆଜି ଗ୍ରାମରେ ପୁଣି ଏହି ମାମଲାର ସମାଧାନ ପାଇଁ କିଛି ସ୍ବେଚ୍ଛାସେବୀ ବନ୍ଧୁ ମାନେ ଉଦ୍ୟମ କରିଥିଲେ । ହେଲେ ଅଙ୍ଗନବାଡି କର୍ମୀ ଙ୍କର ରୁକ୍ଷ ମନୋଭାବ ପାଇକମାଲ ସିଡିପିଓ ଙ୍କର ଦାଇତ୍ୱ ହୀନତା କାରଣରୁ ଗ୍ରାମର ମାଁ ମାନେ ଅଙ୍ଗନବାଡି ଦିଦିଙ୍କର ତୁରନ୍ତ ବଦଳି ଦାବି କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଯଦି ଦିଦିଙ୍କର ବଦଳି ନହୁଏ ତେବେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଦେବେ ବୋଲି ଗ୍ରାମର ମାଁ ମାନେ କହିଛନ୍ତି ।।

0
0
0
s2sdefault