ହେଡଲାଇନସ୍:

ଭାଲୁ ଆକ୍ରମଣରେ ଲଂକେଶ୍ଵର ଆହତ : ଗଛରେ ଚଢି ରାମ୍ପୁଡ଼ି କ୍ଷତାକ୍ତ କଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଂଜ ଅନ୍ତର୍ଗତ ଧଳପୁର ପଂଚାୟତର ସାକୁସିଙ୍ଗା ଗ୍ରାମରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ  ଶାକୁସିଙ୍ଗା ଗ୍ରାମର  ଲଙ୍କେଶ୍ୱର ବାରିକ (୪୮) ସୋମବାର ସକାଳ ପ୍ରାୟ ୫ ଟା ସମୟରେ ନିଜ ବାଡି ପଛପଟେ ଶୌଚ ପାଇଁ ଯାଇଥିବା ବେଳେ  ହଠାତ୍ ଗୋଟିଏ ଭାଲୁ ତାଙ୍କ ଆଡକୁ ମାଡିଆସୁଥିବା ଦେଖି ଜୀବନ ରକ୍ଷା କରିବା ପାଇଁ  ପାଖରେ ଥିବା ଏକ ଗଛକୁ ଚଢିଯାଇଥିଲେ ମଧ୍ୟ  ଭାଲୁଟି ତାଙ୍କ  ପଛେ ପଛେ ଗଛକୁ ଚଢି ତାଙ୍କର ଜଂଘ ଓ ପଛପଟ ଅଂଟାକୁ କାମୁଡିବା ସହ ନଖରେ ରାମ୍ପୁଡି କ୍ଷକ୍ତାକ୍ତ କରିପକେଇଥିଲା  । ତେବେ ସେହି ସମୟରେ ତାଙ୍କର ଚିତ୍କାର  ଶୁଣି ଗ୍ରାମର ଧନଂଜୟ ମହାକୁଡ ଓ ଅନ୍ୟ କିଛି ଲୋକ ସେଠାରେ ପହଁଚିବା ଦେଖି ଭାଲୁଟି ଗଛରୁ ଡେଇଁ ପଲାୟନ କରିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଲଙ୍କେଶ୍ୱର ଚଢିଥିବା ଗଛ ଠାରୁ ପ୍ରାୟ ୩୦ ମିଟର ଦୂରରେ  ଅନ୍ୟ ଦୁଇଟି ଭାଲୁ ଥାଇ ମଧ୍ୟ କିପରି ତାଙ୍କୁ ଆକ୍ରମଣ କଲେନାହିଁ ଅତି ଉଦାରଶ୍ୱରରେ କୁହନ୍ତି ପ୍ରତ୍ୟକ୍ଷଦର୍ଶୀ ।  ଧନଂଜୟ ଗଛ ଉପରେ ଚଢି ଅତି ସାବଧାନତାର ସହିତ ଲଙ୍କେଶ୍ୱରଙ୍କୁ ତଳକୁ ଓହ୍ଲାଇବାରେ ସାହାଯ୍ୟ କରି ସେଠାରେ ଉପସ୍ଥିତ ଥିବା ଗାଁ ଲୋକଙ୍କ ସହ ମିଶି ଘରକୁ ବୋହିଆଣିଥିଲେ । ପରେ ତାଙ୍କ ପରିବାର ଲୋକତାଙ୍କୁ ଏକ ଗାଡି ଯୋଗେ ପୁରୁଣାକଟକଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତି କରିଥିଲେ । ଏନେଇ ଲଙ୍କେଶ୍ୱରଙ୍କ ପରିବାର ସଦସ୍ୟ ବନବିଭାଗୀୟ ପୁରୁଣାକଟକ ରେଂଜ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ଲଙ୍କେଶ୍ୱରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି ।  

 

 

 

0
0
0
s2sdefault