ହେଡଲାଇନସ୍:

ତଲାବିରା ଗ୍ରାମକୁ ଉଛେଦ କରିବା ସହ କୋଇଲା ପରିବହନକୁ ବିରୋଧ କଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଏନଏଲସି ଏବଂ ଆଦାନି କମ୍ପାନୀ ଯୋଗୁଁ କ୍ଷତିଗ୍ରସ୍ତ ତଲାବିରା ବସ୍ତି କୁ ବିସ୍ଥାପନ ତଥା ଗ୍ରାମ ପାଖରେ ମାଟି ପକା ଏବଂ କୋଇଲା ପରିବହନ କୁ ବିରୋଧ କରିବା ପାଇଁ  ଗ୍ରାମବାସୀ ଏବଂ ତଲାବିରା ପୁଜା କମିଟି ତରଫରୁ ସମ୍ପାଦକ  ମନବୋଧ ଦାସ , ଖଗେଶ୍ବେର ପ୍ରଧାନ, ପ୍ରଶ୍ନନ୍ନ କୁମାର ନାଥ ଏବଂ ଗ୍ରାମବାସୀ ଙ୍କ ତରଫ ରୁ କିଶୋର ସାହୁ, ଦିବାକର ଭୋଇ, ଶୁନିଲ ଦାସ,ଉମାକାନ୍ତ ନାଥ,ନେପାଲ ସାଲିମା, କର୍ମଜୀବୀ ଏକତା ସଂଗଠନ ର ଆବାହକ  ହେମନ୍ତ କୁମାର ପାଣ୍ତେ ପ୍ରଥମେ ମୁଦିପଡା ସ୍ଥିତ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ  ରମେଶ କୁମାର ଏକ୍କା ଙ୍କୁ ଭେଟି ଗାଁ ବସ୍ତି କୁ ଲାଗି କମ୍ପାନୀ ମାଟି ପକାଇବା ଦ୍ୱାରା ପ୍ରଦୁଷଣ ଘଟୁଛି ଏବଂ ବିନା ବିଶୋଧନ କରି କୋଇଲାଖଣି ଭିତରୁ ବାହାରୁ ଥିବା କୋଇଲା ପାଣି ବନ୍ଧକଟା ରେ ପଶିବା ଦ୍ୱାରା ବନ୍ଧ ଓ ପାନୀୟଜଳ  ପ୍ରଦୁଷଣ ଘଟୁଛି ପୁଣି ରାସ୍ତା କୁ ବିନା କଂକ୍ରିଟି କରି କୋଇଲା ପରିବହନ କରିବା ପାଇଁ ବ୍ୟବସ୍ଥା କରୁଛି ଯାହାଫଳରେ ଚାଲଟିକ୍ରା ରାସ୍ତା କଡରେ ଥିବା ଚାଷ ଜମି ତଥା ଉତ୍ପାଦିତ ପରିବା ଚାଷ ନଷ୍ଠ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦାବିପତ୍ରରେ ଜଣାଇଥିଲେ I ଆଞ୍ଚଳିକ ଅଧିକାରୀ ଦୁଇଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ I ତାପରେ ଗ୍ରାମବାସୀ ରେଙ୍ଗାଲି ବିଧାୟକ  ନାଉରି ନାୟକଙ୍କୁ ତାଙ୍କ ବାସ ଭବନରେ ଭେଟି ତଲାବିରା ବସ୍ତି କୁ ସମ୍ପୁର୍ଣ୍ଣ ରୁପେ ଉଛେଦ ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ l ତଲାବିରା ଗ୍ରାମର ପାଖା ପ୍ରାୟ ୯୫% ଚାଷ ଜମି ଏନଏଲସି କମ୍ପାନୀ ଦ୍ବାରା ଅଧିଗ୍ରହଣ କରାଯିବା ସହିତ, ଜୀବନ ଜୀବିକା ପାଇଁ ଗ୍ରାମବାସୀ ନିର୍ଭର କରୁଥିବା ରାସ୍ତା ଘାଟ, ବନ୍ଧକଟା ତଥା ଚାଷ ଜମି କୁ ଯୋର ଜବର ଦସ୍ତି କବଜା କରି ଏନଏଲସି କମ୍ପାନୀ ମାଟି ପକାଉଛି l ଯାହା ଫଳରେ ତଲାବିରା ବସ୍ତିର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମଧ୍ୟ ତତ୍ କାଲିନ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏନଏଲସି କମ୍ପାନୀର ସିଏମଡି ରାକେଶ କୁମାର ତଲାବିରା ବସ୍ତି କୁ ଯାଇ ଲୋକମାନଙ୍କର ସମସ୍ୟା କୁ ହୃଦୟଙ୍ଗମ କରି ବସ୍ତି ବିସ୍ଥାପନର ପ୍ରସ୍ଥାବ ସରକାରଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ l

ବିଧାୟକ  ନାଉରି ନାୟକ ସଙ୍ଗେ ସଙ୍ଗେ ଏ ବିଷୟରେ କେନ୍ଦ୍ର କୋଇଲା ମନ୍ତ୍ରୀ  ପ୍ରହଲ୍ଲାଦ ଯୋଶୀ ଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇବା ସହିତ ଏହାର ଏକକିତା ନକଳ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା, ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଓ ଜିଲ୍ଲାପାଳ, ସମ୍ବଲପୁର ଙ୍କୁ ପ୍ରେରଣ କରିବା ସହିତ ଏ ବିଷୟରେ ଆରପିଡିଏସି ବୈଠକରେ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ସେ ନିଜେ ମାନ୍ୟବର ସାଂସଦଙ୍କ ସହ କିଛି ଗ୍ରାମବାସୀଙ୍କୁ ନେଇ ଦିଲ୍ଲୀରେ ମାନ୍ୟବର କୋଇଲା ମନ୍ତ୍ରୀ ଙ୍କୁ ଦେଖାକରି ଏହାର ଗମ୍ଭୀରତା ବିଷୟରେ ଅବଗତ କରାଇବେ ବୋଲି ଗ୍ରାମବାସୀଙ୍କୁ କହିଥିଲେ।

0
0
0
s2sdefault