ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ଗତ ମାସ 14 ତାରିଖରେ ଯୁଜୁମୁରା ବ୍ଲକ ଅନ୍ତର୍ଗତ ନୂଆ ବରଙ୍ଗା ମାଲ ଗାଁ ର ନୀଳାମ୍ବର ବନଛୋର ଙ୍କ ର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା l ଦୋଦଲୋମୁଣ୍ଡା ଜଙ୍ଗଲ ରୁ ଉଦ୍ଧାର କରିଥଲା ପୋଲିସ । ଆଶଙ୍କା ପ୍ରକାଶ କରାଯାଇଥିଲା ଯେ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି l କିନ୍ତୁ ପରେ ଜଣା ପଡିଲା ଯେ 13 ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗି ଦେଇଥିଲେ l ଉପଯୁକ୍ତ ତଦନ୍ତ ପରେ ପୋଲିସ ସେମାନଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା l ଖବର ନେବାରୁ ଜଣା ପଡିଥିଲା ଯେ ସେମାନେ ବାରହା ଶିକାର ପାଇଁ ତାର ବିଛେଇ ଥିଲେ ତାହା ନୀଳାମ୍ବର ଜାଣି ପାରିଥିଲା ପରେ ପୋଲିସ କୁ ଖବର ଦେଇଦେବା ଭୟରେ 13 ଜଣ ତାକୁ ହତ୍ୟା କରିଦେଇଥିବା ଜଣା ପଡ଼ିଥିଲା l ଯେହେତୁ 7 ମାସର ଛୁଆ ଏବଂ ପତ୍ନୀ ରହିଛନ୍ତି ଏବଂ ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ନ୍ୟାୟ ଭିକ୍ଷା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସେମାନଙ୍କ ଦାବିରହିଥିଲା ଯେ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଉ l ଏବଂ ସ୍ତ୍ରୀ ଙ୍କୁ ଆର୍ଥିକ ସହାୟତା ସହ ବାସଗୃହ ଯୋଗାଇଦିଆଯାଉ।
ରାଜ୍ୟ
ନ୍ୟାୟ ଭିକ୍ଷା ପାଇଁ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ
- Hits: 228