ଶାସକ ପ୍ରଶାସକ / ପଦ୍ମପୁର : ସହର ହେଉ କିମ୍ବା ଗାଁକୁ ସହଜରେ ଗମନାଗମନ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡକ ନିର୍ମାନ କରୁଛନ୍ତି , ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ସୁବିଧାରେ ଗମନାଗମନ କରିବା ସାତ ସପନ । ଏପରି ଗାଁ କୁ ପ୍ରଶାସନ ଅଣଦେଖା କରୁଥିବାରୁ ସେଠାକାର ଲୋକମାନେ ନିଜସ୍ୱ ଉଦ୍ୟମରେ ରାସ୍ତା ତିଆରି କରିଥାନ୍ତି । ଏପରି ଏକ ଗାଁ ହେଉଛି ପଦ୍ମପୁର ଉପଖଣ୍ଡ ପାକମାଲ ବ୍ଲକ ଚର୍ଦପାଲି ପଂଚାୟତ ଅନ୍ତର୍ଗତ ଲୁହୁରାକୋଟ ଗାଁ । ବଣ ପାହାଡ ତଥା ନଦୀ ଘେରା ଏହି ଲୁହୁରାକୋଟ ଗାଁକୁ ଆଜି ପର୍ଯ୍ୟନ୍ତ ଏକ ପକ୍କା ସଡକ ହୋଇପାରିଲା ନାହିଁ । ଏହି ଗାଁର ଲୋକମାନେ ବର୍ଷାଦିନ ଡଙ୍ଗା ଯୋଗେ ନଦୀ ପାର ହୋଇ ବିଭିନ୍ନ ଯାଗାକୁ ଯିବା ଆସିବା କରିଥାନ୍ତି । ଏବଂ ପରେ ନଦୀ ମଧ୍ୟରେ ଯିବା ଆସିବା କରିଥାନ୍ତି । ପାହାଡିଆ ରାସ୍ଥା ଦେଇ ଛତିଶଗଡକୁ ଯାଇ ପୁଣି ଓଡିଶାକୁ ଆସିଥାନ୍ତି । ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁ ନାହିଁ ଫଲରେ ଲୋକଙ୍କ ଡାକ୍ତରଖାନା ନେବା ପାଇଁ ମଧ୍ୟ ବହୁ କଷ୍ଟ ଭୋଗିବାକୁ ପଡୁଛି । ବିଭିନ୍ନ ସମୟରେ ପକ୍କା ରାସ୍ତା ପାଇଁ ପ୍ରଶାସନ ପାଖରେ ଗ୍ରାମବାସୀ ଗୁହାରୀ କଲେ ମଧ୍ୟ ପ୍ରଶାସନ ଗାଁ ଲୋକଙ୍କ କଥାମଧ୍ୟ ଶୁଣୁ ନାହିଁ । ତେଣୁ ବାଧ୍ୟ ଗ୍ରାମ ବାସୀ ନଦି ମଧ୍ୟରେ ଏକ ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି । ଗାଁ ର ଲୋକମାନେ ଚାନ୍ଦା କରି ତଥା ଶ୍ରମଦାନ କରି ମୁରୁମ ପକାଇ ଏହି ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି । ଯାହା ଫଲରେ ସେମାନେ କିଛି ମାସ ସୁବିଧାରେ ଗମନାଗମନ କରି ପାରିବେ ।