ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା ଦେଲେ ଏନଏନଏମ କର୍ମୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ହସ୍ପିଟାଲ ସମ୍ମୁଖରେ ଧାରଣା ଦେବା ପରେ  ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣ ଦେଇଛନ୍ତି ଏନଏନଏମ କର୍ମୀ । ଜିଲ୍ଲାର ବିଭିନ୍ନ ସି ଏଚ ସି ରେ ଥିବା ଏନ ଏମ କର୍ମୀ କୁ ଚାକିରି ର ନିଦ୍ଧାରିତ ସମୟ ପୁର୍ବରୁ ଛଟେଇ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏନ ଏନ ଏମ କର୍ମୀ ଙ୍କ ସପକ୍ଷରେ ଜିଲ୍ଲା ବିଜେପି ମଧ୍ୟ ଆଜି ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣ ଦେଇଥିଲା  ।

ପ୍ରଥମେ ହସ୍ପିଟାଲ ସମ୍ମୁଖରେ ପରେ ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ । ସମ୍ବଲପୁର ଜିଲ୍ଲା କୋଭିଡ ଡ୍ୟୁଟିରେ ଥିବା ବିଭିନ୍ନ ସି ଏଚ ସି  ର ୧୬୪ ଜଣ ଏନ ଏନ ଏମ କର୍ମି କୁ ଚାକିରି ଛଟେଇ କରାଯାଇଛି । କୋଭିଡ ଆରମ୍ଭ ସମୟରେ ପ୍ରଥମେ ୬୪ ଜଣ କୁ ନିଯୁକ୍ତି ଓ ପରେ ୧୪୭ ଜଣ କୁ ନିଯୁକ୍ତି ଦିଆଯାଇଥିଲା । ଏହି ଏନଏମ କର୍ମୀ ଜିଲ୍ଲାର କୋଭିଡ ହସ୍ପିଟାଲରେ ଡ୍ୟୁଟି ସହ କିଛି ଜଣ ଗାଁ ଗାଁ ଘର ଘର ବୁଲି ଆକ୍ଟିଭ ସରଭିଲାନ୍ସ ବା ସ୍ଵାସ୍ଥ୍ୟ ସେବା ଯାଂଚ କରୁଥିଲେ । ତେଵେ ଏମାନଙ୍କୁ ପ୍ରତେକ ତିନି ମାସରେ ଥରେ ଚାକିରି ରିନ୍ୟୁ କରାଯାଇଥାଏ । ଏମାନ ଙ୍କୁ ସେପ୍ଟେମ୍ବର ଶେଷରେ ପୁଣି ତିନି ମାସ ପାଇ ନିଯୁକ୍ତି ଦିଆଯାଇଥିଲା । ହେଲେ ଅଚାନକ ଅକ୍ଟୋବର ୩୦ ତାରିଖ ନୋଟିସ ଆସିଲା ଚାକିରିରୁ ଛଟେଇ କରାଯାଇଥିବା ।ଯାହାକି ଆଉ ଦୁଇ ମାସ ବାକି ରହି ଥିବା ଅଭିଯୋଗ କରିଛନ୍ତି ।

 ତେବେ ଏମାନ ଙ୍କ ଭିତରୁ ପ୍ରଥମ ପର୍ୟ୍ୟୟରେ ନିଯୁକ୍ତି ପାଇଥିବା ୬୪ ଜଣ ଓ ଦିତ୍ଵୀୟ ପର୍ୟ୍ୟ|ୟ ର  ୧୪୭ ରୁ ୧୦୦ ଜଣ ମୋଟ ୧୬୪ ଜଣ ଙ୍କୁ ଛଟୋଇ ହୋଇଛି । ତେଵେ ଅନେକ କର୍ମି ଏବେ ମଧ୍ୟ ତିନିମାସ ର କାମ କରିଥିଲେ ମଧ୍ୟ  ଦରମା ପାଇ ନାହାନ୍ତି । ଶନିବାର ଏହାକୁ ନେଇ ଏନ ଏମ କର୍ମୀ ମ‍ାନେ ହସ୍ପିଟାଲ ସମ୍ମୁଖରେ ଧାରଣ ସହ ବିକ୍ଷୋଭ କରିଥିଲେ ।ସେପଟେ ଆଜି ଜିଲ୍ଲାପାଲ   କାର୍ଯ୍ୟଲୟ ସମ୍ମୁଖରେ ଧାରଣ ସହ ବିକ୍ଷୋଭ କରିଛନ୍ତି । ତେଵେ ଜିଲ୍ଲା ବିଜେପି ମଧ୍ୟ ଏନ ଏନ ଏମ କର୍ମୀ ଙ୍କ ସପକ୍ଷରେ ରହି ଵିକ୍ଷୋଭ ସହ ଧାରଣ ଦେଇଛି । ଏହି କର୍ମୀ ମାନେ ସଟଡାଉନ ଲକଡାଉମ ସମୟରେ ନିଜ ଜୀବନ କୁ ବାଜି ଲଗାଇ କରୋନା ଯୋଦ୍ଧା ସାଜି ଲୋକଙ୍କ ଜୀବନ ଵଚାଇ ଥିଲେ । ଏମାନେ ଥିଲେ ଆଗକୁ ପୁଣି କରୋଣା ସଂକ୍ରମଣ ରେ ହେଲେ କାର୍ଯ୍ୟ କରିବେ । ଏଭଲି କାହିକି ଜିଲ୍ଲାପ୍ରଶାସନ ଏମାନଙ୍କୁ ଅଣଦେଖା କରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ରବିନାୟକ କହିଛନ୍ତି  ।

0
0
0
s2sdefault