ବେନିୟମ କାମ ଧରା ହେଲେ ଗଣମାଧ୍ୟମ ଢାଲ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏବେ ସାଧାରଣରେ ପ୍ରଶ୍ନ, ଗଣମାଧ୍ୟମ କାମ କଣ ଜମି ମାଫିଆଗିରି !!!

ସାରୁଅ ଜମି କେଳେଙ୍କାରୀ : ଦି ଜଣ ଅଭିଯୁକ୍ତ ବନ୍ଧା ତ ହେଲେ, ଉପରକୁ ଇଓଡବ୍ଲ୍ୟୁର ହାତ ପାଇବ ଟି ?  

 ଭୁବନେଶ୍ୱର: ସତରେ ବଡବଡିଆ କହିଯାଇଛନ୍ତି "ଚୋର ମୁହଁ ଟାଣ" | ଆଉ ଗୋଟେ କଥା ବି କୁହାଯାଏ , "ଅଧର୍ମ ବିତ- ବଢେ  ବହୁତ | ଗଲାବେଳେ ଯାଏ ମୂଳ ସହିତ |"  ପାପ ବା ଅନ୍ୟାୟର ଘଡା ଭରି ଗଲେ ଉଛୁଳିବା ଥୟ | ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ବିଜେଡିର ପୂର୍ବତନ ସଂସଦ ତଥା ବିଜେପିର ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ସାମ୍ରାଜ୍ୟ ପାଇଁ | ଅନ୍ୟାୟ, ବେଆଇନ ଓ ଆତଙ୍କରାଜର ମୂଳଦୁଆ ଉପରେ  ବସିଥିବା ପଣ୍ଡା ସାମ୍ରାଜ୍ୟର କାରନାମା ଏବେ ବିଳମ୍ବରେ ହେଲେ ବି ଆସୁଛି  ପଦାକୁ ଗୋଟିଗୋଟି କରି | ଗଣମାଧ୍ୟମକୁ ନିଜ ରାଜନୈତିକ ସ୍ୱାର୍ଥ ଅନୁକୂଳ ବ୍ୟବହାର କରି ନିଜ ବ୍ୟବସାୟିକ ଓ ରାଜନୈତିକ ଫାଇଦା ଉଠାଇ ଚାଲିଥିବା  ପଣ୍ଡା କମ୍ପାନୀ ଉପରେ ଏବେ କର୍ମଫଳର ମଜଭୁତ ପ୍ରହାର ପଡିଛି ଏବେ ସେ ବିଳିବିଲି ହୋଇ ଲୋକ ମାନସରେ ଭାବମୂର୍ତ୍ତି ବଂଚାଇବା ପାଇଁ ଗଣମାଧ୍ୟମକୁ ଢାଲ କରିଦେଇଛନ୍ତି | ତେଣୁ ଏବେ ଲୋକଙ୍କ ମନରେ ପ୍ରଶ୍ନ,ଯେ ଗଣମାଧ୍ୟମ କାମ କଣ ଜମି ହଡପ ଆଉ ଦୁର୍ନୀତି କରିବା ??

ଭୂଇଁ ଠାରୁ ଆରମ୍ଭ କରି ଖଣି , ବିଜୁଳି ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସବୁଥିରେ ଅନିୟମିତତାର ଜାଲରେ ଛନ୍ଦି ହୋଇପଡିଥିବା ପଣ୍ଡା କମ୍ପାନୀ ଏବେ ନିଜ ରକ୍ଷା କବଚ ଭାବେ ନିଜ ଟିଭି ଚାନେଲକୁ ଢାଲ କରିଛି ଲୋକଙ୍କ  ସିଂପଥି ବା ଅନୁକମ୍ପାଜନିତ ସମର୍ଥନ ପାଇବା ପାଇଁ  | ସରକାରଙ୍କ ଜାଣତରେ ହେଉବା କିଛି ସ୍ଥାନୀୟ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ବା ଏକ ନମ୍ବର ଚାନେଲ ଭାବେ ନିଜ ପତିଆରା ଦେଖାଇ ଅନିୟମିତତାପୂର୍ଣ୍ଣ କାର୍ଯ୍ୟ ଅନେକ କରିଥିବାବେଳେ ପଣ୍ଡା ପରିବାରର ଆତଙ୍କ, ଅନିୟମିତତା ଓ ଦୁର୍ନୀତି ବିଷୟରେ ଲୋକମାନେ ଭୟରେ ଚୁପ ଥିଲେ | ଓରଟେଲ କେବୁଲ ବିଛାକୁ ନେଇ ଓଡିଶାରୁ ନିଜର ଏକ ନମ୍ବର ପ୍ରଭାବଶାଳୀ ପ୍ରତିଦ୍ବନ୍ଦୀ ତଥା ଘରେ ଘରେ ପରିଚିତ ହୋଇଯାଇଥିବା ଈଟିଭିକୁ ହଟାଇବା ପାଇଁ ରାଜଧାନୀର ଛାତିରେ କି ପ୍ରକାର ଆତଙ୍କରାଜ ଓ ଅନିୟମିତତା ସଂଘଟିତ ହୋଇଯାଇଛି ତାହା ଲୋକ ଦେଖିଛନ୍ତି |  କ୍ଷମତାର କେମିତି ଅପବ୍ୟବହାର ହୁଏ ଓ ଲୋକଙ୍କ ପସନ୍ଦକୁ କେମିତି ହତ୍ୟା କରାଯାଏ ନିଜ ଫାଇଦା ପାଇଁ ତାହାର ନଜିର ଦେଖିଛନ୍ତି ଓଡିଶାବାସୀ | ସମୟ ଚକ ବୁଲୁଛି |  ଏବେ ପରିବର୍ତ୍ତିତ ଦୃଶ୍ୟପଟରେ ଲୋକ ଯେତେବେଳେ ମୁହଁ ଖୋଲିଲେ ସେତେବେଳେ ସରକାର ଏବେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଓ ତଦନ୍ତ ଆରମ୍ଭ କରିଛନ୍ତି ପଣ୍ଡା କମ୍ପାନୀର ଯାବତୀୟ କେଳେଙ୍କାରୀ ଅଭିଯୋଗର | ଦୁର୍ନୀତି ତ କରିଥିଲେ, ହେଲେ ଅନୈତିକତାର ସମସ୍ତ ସୀମା ଟପି ଯାଇଥିଲା ପଣ୍ଡା କମ୍ପାନୀ ଜଣେ ମହିଳା ସାଂସଦଙ୍କ ବୋଲି ଦର୍ଶାଇ ବ୍ୟକ୍ତିଗତ ଅସନା ଜାଲି ଭିଡିଓ ଗଣମାଧ୍ୟମରେ ପ୍ରସାରିତ କରିବା ଘଟଣାରେ |  ଗୋଟିଏ ଶ୍ରେଣୀରେ ଗୋଟିଏ ପିଲା ଥାଇ ଏକ ନମ୍ବର ହେଲା ଭଳି, ନିଜର ଦମଦାର ପ୍ରତିଦ୍ବନ୍ଦୀ  ତଥା ନିଜ ଗୁଣାତ୍ମକତା ପାଇଁ ଘରେ ଘରେ ପହଁଚିଯାଇଥିବା ଇ ଟିଭିକୁ ରାସ୍ତାରୁ ହଟାଇବା ପାଇଁ ଅନିୟମିତତା ଓ ଆତଙ୍କରାଜର କେମିତି ସହର ନେଇଥିଲା ପଣ୍ଡା କମ୍ପାନୀ ତାହା କେହି ନହେଲେ ବି ରାଜଧାନୀ ଦେଖିଛି | ରାଜନୈତିକ ଦଳରେ ନିଜ ପାଦ ମର୍ଯ୍ୟାଦାର ଅପବ୍ୟବହାର କରି କିଛି ଅସାଧୁ କର୍ମଚାରୀକୁ ହାତକରୀ ନିଜ ମିଶନରେ ସଫଳ ହୋଇଥିଲା ପଣ୍ଡା କମ୍ପାନୀ | ଫଳରେ ସହସ୍ରାଧିକ କର୍ମଚାରୀଙ୍କ ଦାନାପାଣି ବୁଡାଇ ଈଟିଭି ଭଳି ଲୋକପ୍ରିୟ ଟିଭିକୁ ହଟାଇଥିଲେ ପଣ୍ଡା କମ୍ପାନୀ ଯୋଜନାବଦ୍ଧ ଭାବେ | ଆଉ ଏବେ ଯେତେବେଳେ ସେ ସମସ୍ତ କର୍ମର ଫଳ ଏବେ ଫଳିବାକୁ ବସିଛି ସେତେବେଳେ ଏବେ ଢାଲ ହୋଇଯାଇଛି ଗଣମାଧ୍ୟମ ଆଉ ନିଜ ସ୍ୱାର୍ଥ ସାଧନ ଓ ବ୍ୟକ୍ତିଗତ ଅସୂୟା ମେଣ୍ଟାଇବା ପାଇଁ ପ୍ରସାରିତ ଖବରକୁ କହୁଛି "ଗଣମାଧ୍ୟମ ସ୍ୱାଧୀନତା " | ମହିଳା ସାଂସଦଙ୍କ ବିବାଦୀୟ ଭିଡିଓ ଜାରି କରିବା ଘଟଣାରେ ଯେତେବେଳେ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲେ ବା କ୍ଷତିଗ୍ରସ୍ତ ଲୋକଙ୍କ ଅଭିଯୋଗ କ୍ରମେ ଯେତେବେଳେ ଜମି ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାନ୍ଧିଲା ବା ଯେତେବେଲେ ପଣ୍ଡା କମ୍ପାନୀର ମୁଖିଆ ଓ ତାଙ୍କ ପରିବାରର ମୁଖା ଖୋଲିବାକୁ ବସୁଛି ସେତେବେଳେ ଏବେ ହଠାତ ମନେ ପଡିଛି ଗଣମାଧ୍ୟମର ସ୍ୱାଧୀନତା ଓ ସାମ୍ବାଦିକଙ୍କ କଥା | କିଛି ଦିନ ତଳେ ଜାଲି ସିଡ଼ି ମାମଲାରେ ଜଣେ ସାମ୍ବାଦିକକୁ ପୋଲିସ ଧରି ନେଇ ପଚାର ଉଚରା କରିବା ପରେ ଏବେ ଯେତେବେଳେ ସାରୁଆ ଯାମି ଦୁର୍ନୀତି ଘଟଣାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ତଥା ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର(ସିଏଫଓ) ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନ ଆଇପିସି ଧାରା ୪୨୦/୪୨୩/୪୬୭/୪୬୮/୪୭୧/୧୨୦(ବି) ଏବଂ ଏସସି,ଏସଟି ଆକ୍ଟର ଧାରା ୩(୧)(ଜି)(କ୍ୟୁ) ରେ ଗିରଫ ହେବା ପରେ ଏବେ ପଣ୍ଡା କମ୍ପାନୀ ରଡି ଛାଡ଼ୁଛି ଯେ ଗଣମାଧ୍ୟମ ଉପରେ ଦାଉ ସାଧିଲେ ସରକାର | ସୂଚନାଯୋଗ୍ୟ ଯେ , ସାରୁଆ ଜମି ଦୁର୍ନୀତିର ଏମାନେ ମୁଖ୍ୟ  ଅଭିଯୁକ୍ତ |

 ସାରୁଅରେ ଦଳିତଙ୍କ ଜମିକୁ ଚଞ୍ଚକତାପୂର୍ଣ୍ଣ ଉପାୟରେ ଓଟିଭି ସଂସ୍ଥା ହଡ଼ପ କରିଥିବା ସିଧାସଳଖ ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଜମିକୁ ଶାଗମାଛ ମୂଲରେ ହାତେଇବା, ପାଚେରୀ ନିର୍ମାଣ କରି ରାସ୍ତା ଓ ପାଣି ଅବରୋଧ କରିବା ଏବଂ ପ୍ରତିବାଦ କରୁଥିବା ଲୋକଙ୍କୁ ଧମକେଇ ଆତଙ୍କରାଜ କରୁଥିବା ଭଳି ଅଭିଯୋଗ ଦୀର୍ଘଦିନରୁ ହୋଇଆସୁଥିଲା । ଅଭିଯୋଗ ଅନୁଯାୟୀ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ଇଙ୍ଗିତରେ ହିଁ ସବୁ ବେଆଇନ କାର୍ଯ୍ୟ ଓ ଗୁଣ୍ଡାରାଜ ଚାଲିଥିଲା  । ଏମାନଙ୍କ ବିରୋଧରେ ତିନି ତିନୋଟି ମାମଲା ବାଘମାରୀ ଥାନାରେ ରୁଜୁ ହୋଇଛି ।  କେମିତି ଜଣେ ତଫସିଲଭୁକ୍ତ କର୍ମଚାରୀକୁ ଆଳ କରି କେମିତି ଏସସିଙ୍କ ଜମି ଜାଲିଆତି କରାଯାଇଛି ତାହା ଏବେ ପଦାକୁ ଆସିଛି | ସାରୁଅ ଗ୍ରାମର ବାସିନ୍ଦା ହାଲୁରି ପାହାଡ଼ସିଂହଙ୍କ ଅଭିଯୋଗ ଓ ଓରଟେଲ୍ ରେ ଡ୍ରାଇଭର୍ ଗଞ୍ଜାମର ରବୀନ୍ଦ୍ର କୁମାର ସେଠୀଙ୍କ ପିଟିସନ୍ ହିଁ ଓଟିଭି ଜମି ଜାଲିଆତି ଓ ବେଆଇନ କାରବାରର ପର୍ଦ୍ଦା ଖୋଲିଥିଲା । ଦଳିତ ବର୍ଗର ରବୀନ୍ଦ୍ରଙ୍କୁ ପ୍ରକୃତରେ ସାରୁଅରେ ଦଳିତ ବର୍ଗର ଜମି କିଣିବା ପାଇଁ ବ୍ୟବହାର କରାଯାଉଥିଲା । ଏହି ସବୁ ଜମି ଆସୁଥିଲା ଓଟିଭି ଗ୍ରୁପ୍ ର ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ଖାତାକୁ । ରବୀନ୍ଦ୍ରଙ୍କୁ ସ୍ପଳ୍ପ ଦରମାରେ ଡ୍ରାଇଭର୍ ନିଯୁକ୍ତି ଦେଇ ତାଙ୍କର ପରିଚୟପତ୍ର ଓ ଦସ୍ତଖତକୁ ସମ୍ବଳ କରାଯାଇଥିଲା । ଏସସି ବର୍ଜର ଜମିଜମା କାଗଜପତ୍ରରେ ସେ କେବଳ ଦସ୍ତଖତ ମାରୁଥିଲେ । ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହା କାର୍ଯ୍ୟକାରୀ କରାଯାଉଥିଲା । ରବୀନ୍ଦ୍ରଙ୍କୁ ମାଧ୍ୟମ କରାଯାଇ ୭ ଏକରରୁ ଅଧିକ ଦଳିତ ଜମିକୁ ଶାଗମାଛ ଦରରେ କିଣାଯାଇଛି ଓ ବିଭିନ୍ନ ଅନିୟମିତତା କରାଯାଇଛି |

ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଦାୟିତ୍ୱ ନେବା ପରେ ପାଇଥିଲା ପଣ୍ଡା କମ୍ପାନୀର ଅନିୟମିତତାର ବିଭିନ୍ନ ଖିଅ । ୨୯ ତାରିଖରେ ସାରୁଅ ଯାଇ ୮ ଜଣ ଅଭିଯୋଗକାରୀଙ୍କୁ ପଚରାଉଚୁରା କରି ତଥା ଅଭିଯୁକ୍ତଙ୍କୁ ଜେରା କରିବା ପରେ ଫିଟାଇଛି ଦୁର୍ନୀତିର ଗୁମର ପେଡି | 

ହେଲେ ପ୍ରଶ୍ନ ଉଠୁଛି ଜମିକେଳେଙ୍କାରୀ ହୋଇଛି ନା ନାହିଁ ? ଜମି  କେଳେଙ୍କାରୀ କଣ ଓଟିଭି କରିଥିଲା ?? ଗଣମାଧ୍ୟମ ସଂସ୍ଥାର କାମ କଣ ଜମି ହଡପ କରିବା ??? ଗୋଟେ ବିଲଡର ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଡିରେକ୍ଟରଙ୍କୁ ଗିରଫ କରାଗଲା ଜମି କେଳେଙ୍କାରୀରେ, ଗଣମାଧ୍ୟମକୁ ଜମି ଜାଲିଆତିରେ ପଶିବାକୁ କହିଲା କିଏ  ଓ ଓଟିଭି ଏଠି ଆସିଲା କେଉଁଠୁ ???? ଆରେ ଭାଇ ନିଆଁ ଗିଲିଚ ମାନେ ଅଙ୍ଗାର ହଗିବା ଥୟ, ଯନ୍ତ୍ରଣାକୁ ଦ୍ୱାରା କିଆଁ ?????? ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ସଂଶୟ ସୃଷ୍ଟି ହୋଇଥିବା ବେଳେ ଅନେକ ରାଜନୈତିକ ନେତା ମଧ୍ୟ ବୈଜୟନ୍ତ ପଣ୍ଡା ଓ ତାଙ୍କ ପରିବାରର କେଳେଙ୍କାରୀ ପ୍ରସଙ୍ଗରେ ଓଟିଭିକୁ ଢାଲ କରାଯାଉଥିବା ହୃଦବୋଧ କରି ତାଠାରୁ ଦୂରେଇବା ଆରମ୍ଭ କଲେଣି | 

ସାରୁଅ ଜମି କେଳେଙ୍କାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେବା କ୍ଷଣି ପଣ୍ଡା କମ୍ପାନୀ ନିଜର ଓଟିଭିକୁ ଢ଼ାଲ୍ କରି ସମବେଦନା ଗୋଟାଇବାକୁ ଉଦ୍ୟମ କରିବା ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । 

ମନୋରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ନିର୍ଦ୍ଦେଶକ ଭାବେ ଜମି ଜାଲିଆତିରେ ସଂପୃକ୍ତ ଅଛନ୍ତି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପ୍ରେସ୍ ରିଲିଜ୍ ରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ସୁତରାଂ ଓଟିଭି ଚିଫ୍ ଫାଇନାନସିଆଲ୍ ଅଫିସର ଭାବେ ତାଙ୍କୁ ଗିରଫ କରାଯାଇନାହିଁ । ମାତ୍ର ଓଟିଭି ଅତ୍ୟନ୍ତ ଚତୁରତାର ସହ ଏହାକୁ ବିଭ୍ରାନ୍ତ କରି ଗଣମାଧ୍ୟମର କଣ୍ଠରୋଧ ବୋଲି ପ୍ରଚାର କରୁଛି । ଓଟିଭି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଗିରଫକୁ ରାଜ୍ୟ ସରକାରଙ୍କ ଓଟିଭି ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ବୋଲି କୁହାଯାଇଛି । ଗତ ଦୁଇମାସରେ ଓଟିଭି ବିରୋଧରେ ୧୩ଟି ମିଥ୍ୟା ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ଅଧିକାଂଶ କୋର୍ଟ ଦ୍ୱାରା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଓଟିଭି ନିର୍ଭିକ ଭାବେ ସମ୍ବାଦ ପରିବେଷଣ କରୁଥିବାରୁ ସରକାରଙ୍କ ଆକ୍ରୋଶର ଶିକାର ହେଉଥିବା ଏଥିରେ ସଫେଇ ଦିଆଯାଇଛି । 

ହେଲେ ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଟୁଇଟ୍ ଜରିଆରେ ଦେଇଛନ୍ତି ଏହାର ଶକ୍ତ ଜବାବ | ବୈଜୟନ୍ତ ଓ ଓଟିଭି କାରବାରର ଗୁମର ଖୋଲିଛନ୍ତି ତାଙ୍କ ଟୁଇଟରେ । ଜୟ ପଣ୍ଡାଙ୍କର ୨୧ ଟି କମ୍ପାନୀରେ ସେୟାରହୋଲଡିଂ ଅଛି । ସେହିସବୁ କମ୍ପାନୀରେ ଯେ କୌଣସି ବେଆଇନ କାର୍ଯ୍ୟର ସୁରକ୍ଷା ପାଇଁ ଓଟିଭିକୁ ଢ଼ାଲ୍ କରାଯାଇଛି । ଜୟ ପଣ୍ଡାଙ୍କ ମାଲିକାନାରେ ଥିବା ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ଗିରଫ ହୋଇଥିଲା ବେଳେ ଓଟିଭି ତାଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିବା ତାହାର ଜ୍ୱଳନ୍ତ ଉଦାହରଣ । ଖଣି ମାଲିକ ଏବଂ ବ୍ୟବସାୟୀମାନେ ନିଜର ସୁରକ୍ଷା ପାଇଁ ମିଡ଼ିଆକୁ ଅସ୍ତ୍ର କରିବାର କୌଶଳ ଜୟ ପଣ୍ଡାଙ୍କଠାରୁ ଶିଖିବା ଉଚିତ୍ ବୋଲି ସସ୍ମିତ୍ କଟାକ୍ଷ କରିଛନ୍ତି ।

 ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତିଯେ  ଧର୍ତ୍ତବ୍ୟମୂଳକ ଅପରାଧ କ୍ଷେତ୍ରରେ ପୁଲିସ ଅଭିଯୁକ୍ତଙ୍କୁ ବିନା ନୋଟିସ୍ ଏବଂ ବିନା ସର୍ଚ୍ଚ ୱାରେଣ୍ଟ୍ ରେ ଗିରଫ କରିପାରିବ । ଆଇନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି  । ଦଳିତଙ୍କ ଜମି ହଡ଼ପ ମାମଲାକୁ ସଙ୍ଗୀନ ଅପରାଧ | ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ରଖିଛନ୍ତି ଶ୍ରୀ ମିଶ୍ର । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସାରୁଅ ଜମି ଦୁର୍ନୀତି ମାମଲାକୁ କଡ଼ା ଭାଷାରେ ନିନ୍ଦା କରି ସିଧାସଳଖ ବୈଜୟନ୍ତ ଓ ଜାଗୀ ପଣ୍ଡାଙ୍କ ଉପରକୁ ଅଙ୍ଗୁଳି ଉଠାଇବା ସହ ଦଳିତଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଓଟିଭିକୁ ଢ଼ାଲ୍ କରି ନିଜର ବ୍ୟବସାୟ ଚଳାଇଥିବା ବୈଜୟନ୍ତଙ୍କ ବେଆଇନ କାର୍ଯ୍ୟକଳାପ ସାରା ରାଜ୍ୟ ଦେଖିଛି ବୋଲି ଶ୍ରୀ ବେହେରା କହିଛନ୍ତି । 

 

0
0
0
s2sdefault