ଏକ ମାସ ବ୍ୟାପି ବିଜେଡିର କରୋନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ରାଜ୍ୟ ବ୍ୟାପି ଅକ୍ଟୋବର ୦୨ ରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର କରୋନା ଜନ ସଚେତନତା ଅଭିଜାନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାମିଲ ହୋଇ ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାସ୍କ ବଣ୍ଟନ,ସେନିଟାଇଜ,ରକ୍ତ ଦାନ ଶିବିର ଆଦି ଅନୁଷ୍ଠିତ ହୋଇଥିଲା !

ଆଜି ଉଦଯାପିତ ହୋଇଯାଇଛି। ସୋନାପାଲି ସ୍ଥିତ ଆଦିବାସୀପଡା (ଆଖାଡାସାଲ) ଠାରେ କରୋନା ଯୋଦ୍ଧାକୁ ସମ୍ମାନୀତ କାର୍ଯ୍ୟକ୍ରମ କରାଯାଇଛି ! କରୋନା ଯୋଦ୍ଧା ହିସାବରେ ଡକ୍ଟର ୩ଜଣ, ଆଶାକର୍ମୀ ୨୨ଜଣ, ଏ.ଏନ.ଏମ କର୍ମୀ ୩ଜଣ,ନର୍ସ ୩ଜଣ, ଫାର୍ମାସିଷ୍ଟ ୩ଜଣ, ଆଟେନେଣ୍ଡ ୭ଜଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ହେଲେ- ସମ୍ବଳ, ଆଲ୍ଲାହଜରତ କମିଟି, ସ୍ୱଇଚ୍ଛା, ସ୍କାନ, ଏମ୍, ଗୁରୁଦ୍ୟ।ରା ପ୍ରବନ୍ଧନ କମିଟି, ସାକ୍ଷୀପଡା ଯୁବକ ସଙ୍ଘ ଓ କରୋନାରେ ବିଜୟିନୀ ଥିବା ସେହେନାଜ ବେଗମ, ସଲମା ବେଗମ ଇତ୍ୟାଦି ୫୧ଜଣଙ୍କୁ ସମ୍ମାନୀତ କରାଯାଇଥିଲା । 

ନୂତନ ଭାବରେ କ୍ରିଷ୍ଣାରାନୀ ସାହୁ ଓ ଗ୍ରୁପ ମୋଟ ୧୧ଜଣ ବିଜୁ ଜନତାଦଲରେ ଯୋଗଦାନ କଲେ । ଏବଂ ସାନିଟାଇଜର ଓ ମାସ୍କ ବଣ୍ଟନ କରି ସଚେତନ କରାଗଲା । ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ପୂର୍ବତନ ସଭାପତି ଆର୍ତ୍ତତ୍ରାଣ ମିଶ୍ର,ଜିଲ୍ଲା ମହିଳା ସଭାପତି ରାଜଳଷ୍ମୀ ପ୍ରଧାନ, ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାସ,ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ରାଜ୍ୟ ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତାଦଲର ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ବିଜୁ ଯୁବ ଜନତାଦଲର ସାଧାରଣ ସମ୍ପାଦକ ସତିଶ ବିଶି, ବୁଲୁ ତ୍ରିପାଠୀ,ଦୁଲାଲ ଚନ୍ଦ୍ର ରାୟ,ସତ୍ୟେନ୍ଦ୍ର ଦାଶ,ବବି ସିଂ,ଭାବେଶ ଚାନ୍ଦ,ମୁନୁ ସିଂଦେଓ, ସହଦେଵ ମୁଣ୍ଡା, ରାଜ କୁମାର ସାହୁ, ପ୍ରଶାନ୍ତ ବଗର୍ତ୍ତି, ମାୟାଧର ଜେନା, ସୁରେଖା ସାହୁ,କାନନଵାଲା ପଟ୍ଟନାୟକ,ପୁଷ୍ପାଞ୍ଜଳୀ କେର୍କେଟା,ନିଳିମା ମର୍ଲ୍ଲିକ, ନିୟତି ସେନ, ସଲମା ୱାସିନ,ସୁଧୀର ଜସ୍ବ।ଲ,ରାଙ୍ଗେନାଥ ଷଡଙ୍ଗୀ,ପ୍ରହଲ୍ଲାଦ ଗୁରୁ, ନଜମା, ଏମ୍.ଡି.ସନାଉଲ୍ଲା,ସଞ୍ଜୟ ମହାପାତ୍ର,ସଂଜୀବ ଶଡଙ୍ଗୀ,ଅରକ୍ଷିତ ବେହେରା, ସଂଜୀବ ପଟ୍ଟନାୟକ,ମମତା ପଣ୍ଡା, ଜୟକୃଷ୍ଣ ବେହେରା,ରେଣୁ ମରେଇ, କୁନ୍ତି ସିଂ, ଲାତିକା ସାହୁ, ବିଶ୍ୱ।ମିତ୍ର ସାହୁ, ଜିତେଦ୍ରୀୟ ବିଶି, ସୁନନ୍ଦା ଚଇନି, ଅନୀଲ ପାଣିଗ୍ରାହୀ, ସିବାନି ମହାରଣା, ସୁରି ବିଶ୍ଵାଳ, ଶୁମନ୍ତ ପଣ୍ଡା, ଅଙ୍ଗତ ସ୍ୱାଇଁ, ଜାଫର ଅଲ୍ଲୀ ଖାନ,ଆରିଫ ଖାନ,ମମତା ମୁଦୁଲି, ପ୍ରମୁଖ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ !

         

0
0
0
s2sdefault