ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ବାରିପଦା ପିଆରଏମ ମେଡିକାଲ ଓ ହସପିଟାଲରେ ଲଙ୍କାକାଣ୍ଡ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ବାରିପଦା , (ଦିଲ୍ଲୀପ ମହାନ୍ତି : )-:- ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲ ରେ ଆଜି ଜଣେ ଥାଲାସେମିୟା ରୋଗର ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ପ୍ରଥମେ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପରିବାର ପକ୍ଷରୁ ଡିୟୁଟିରେ ଥିବା କର୍ମଚାରୀଙ୍କ ପକ୍ଷରୁ  ଚିକିତ୍ସା ଅବହେଳା ଦାବି କରି ପରିବାର ଲୋକେ ମୃତ ଶରୀରକୁ  ହସପିଟାଲ ଗେଟ୍ ସମ୍ମୁଖରେ ରଖି ଧାରଣାରେ ବସିଥିଲେ । ଦାବିଥିଲା ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ । ଧିରେଧିରେ ଲୋକଙ୍କ ଭିଡ ବଢ଼ିବାରେ ଲାଗିଲା । ଆଉ ମୃତକ ପରିବାରକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ ଦଳର କର୍ମୀମାନେ ମଧ୍ୟ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କପରିବାର ପକ୍ଷରୁ ମୃତ୍ୟୁ ସମୟରେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସଙ୍କୁ ଡାକିବା ପାଇଁ ବାଧ୍ୟ କରାଯାଇଥିଲା । 

ତେବେ ହସପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ବି.ଏନ୍. ମହାପାତ୍ର ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ କହିଥିବା ବେଳେ କିଛି ଉତ୍ୟକ୍ତ ଜନତା ତାଙ୍କୁ ଟଣାଓଟରା କରିବା ଭଳି ଅଭାବନୀୟ ଦୃଶ୍ୟ ଦେକହିବାକୁ ମିଳିଥିଲା  ।  ବାରିପଦା ଟାଉନ ପୋଲିସ ସହ ଏସ୍.ଡି.ପି.ଓ. କେ.କେ.ହରିପ୍ରସାଦ  ଘଟଣା ସ୍ଥଳରେ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ରେଡକ୍ରସ ପକ୍ଷରୁ ଅନୁକମ୍ପା ମୁଳକ ୧୦ହଜାର ଟଙ୍କା ଏବଂ  ହରିଶ୍ଚନ୍ଦ୍ର ଯୋଜନା ରେ ୨ହଜାର ଟଙ୍କା ମୃତକ ପରିବାରକୁ ଦେଇଥିଲେ ଏବଂ ୧୫ଦିନ ଭିତରେ ତଦନ୍ତ କରି ମୃତ୍ୟୁ ର ସ୍ପଷ୍ଟୀକରଣ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପରିଟେଣ୍ଡେଟ୍ ଡାକ୍ତର ବି. ଏନ୍. ମହାପାତ୍ର କହିଛନ୍ତି । ଏହାପରେ ସବୁକିଛି ର ସମାଧାନ ହୋବାପରେ ମୃତକଙ୍କ ପୋଷ୍ଟମୋଟାମ ନିମନ୍ତେ ନିଆଯାଇଥିଲା ।

ଅସହାୟ ପୁଲିସ- ମେଡିକାଲ ସୁପାରିଟେଣ୍ଡେଣ୍ଟଙ୍କୁ ଲୋକେ କଲର ଧରି ଟଣା ଓଟରା କରି ବାହାରକୁ ନେଇ ଆସୁଥିବା ବେଳେ ପୁଲିସ ତାକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଘଟଣା ସ୍ଥଳରେ ସ୍ୱଳ୍ପ ସଂଖ୍ୟକ ପୁଲିସ ଉପସ୍ଥିତି ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିବାର ପରିଲକ୍ଷିତ ହୋଇଥିଲା ।

0
0
0
s2sdefault