ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ ଏବଂ ତାଙ୍କ ଧର୍ମପତ୍ନୀ (ରାଜ୍ୟର ପ୍ରଥମ ମହିଳା ବା ଫାଷ୍ଟ ଲେଡି) କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସମସ୍ତେ ନିଜକୁ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି। ଏ ବିଷୟ ରାଜ୍ୟପାଳଙ୍କ ଟୁଇଟର ହାଣ୍ଡଲରେ ସୂଚନା ଦିଆଯାଇଛି |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟପାଳଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |