ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ପୃଷ୍ଟିକର ଖାଦ୍ୟ
ଉପଜିଲ୍ଲାପାଳ ବନ୍ଦ କରାଇଲେ ସମ୍ପୃକ୍ତ ଦିଦିଙ୍କ ଦରମା
ବରଗଡ :- ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରିଛନ୍ତି । ବିଶେଷ କରି କହିବାକୁ ଗଲେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ କୁ ନେଇ ବର୍ତ୍ତମାନ ସମୟରେ ସରକାର ଚିନ୍ତିତ । ଅଙ୍ଗନବାଡି କେନ୍ଦ୍ର ଜରିଆରେ ସରକାର ପ୍ରତ୍ୟେକ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ନିୟମିତ ଭାବରେ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଇ ଆସୁଛନ୍ତି । ହେଲେ ସମୟ ସମୟରେ ଅନେକ ଜାଗାରୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଖାଦ୍ୟ ହେରଫେର ହେଉଥିବା ଖବର ଶୁଣିବାକୁ ମିଳୁଛି । ଏହିଭଳି ଏକ ହେରଫେର ର ଖବର ହସ୍ତଗତ ହୋଇଛି ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ପିପଳପାଲି ଗ୍ରାମରୁ । ବିଗତ ତିନି ମାସ ହେଲା ଏହି ଅଙ୍ଗନବାଡି କେନ୍ଦ୍ରରୁ କୋଣସି ଶିଶୁ କିମ୍ବା ଗର୍ଭବତୀ ମହିଳା କୋଣସି ପ୍ରକାର ପୃଷ୍ଟିକର ଖାଦ୍ୟ ପାଇନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଆଜି ସିଡିପିଓ ଅଫିସର ସୁପ୍ରଭାଇଜର ସ୍ଥାନୀୟ ଗ୍ରାମବାସୀମାନେ ମନେ ଏକତ୍ରିତ ହୋଇ ଆଲୋଚନା କରିଥିଲେ ଓ ସୁପ୍ରଭାଇଜର ଅଭିଯୋଗ ଟି ସମ୍ପୂର୍ଣ୍ଣ ଭାବରେ ସତ ବୋଲି ହୃଦବୋଧ କରିଥିଲେ । ଉକ୍ତ ସଭାରେ ଅଙ୍ଗନବାଡି କର୍ମୀ ଜଣକ ବଡପାଟି କରି ଗ୍ରାମବାସୀ ମାନଙ୍କ ସ୍ୱର ଚାପି ଦେବାର ବିଫଳ ପ୍ରୟାସ କରିଥିଲେ । ଅଙ୍ଗନବାଡି କର୍ମୀ ଙ୍କର ଠାରୁ କୋଣସି ପ୍ରକାର ସକାରାତ୍ମକ ପ୍ରତିକ୍ରିୟା ନ ପାଇବାରୁ ଗ୍ରାମବାସୀ ମାନେ ସିଡିପିଓ ଙ୍କୁ ଲିଖିତ ଅଭିଯୋଗ କେଇଥିଲେ ।
ସରକାର ଙ୍କର ଦ୍ୱାର ପ୍ରଦାନ କରାଯାଉଥିବା ପୃଷ୍ଟିକର ଖାଦ୍ୟ ସବୁକୁ ହିତାଧିକାରୀ ମାନଙ୍କୁ ଦୀର୍ଘ ତିନି ମାସ ହେଲା ନ ଦେଇ ଅଙ୍ଗନବାଡି କର୍ମୀ ଜଣକ ନିଜର କାର୍ଯରେ ଅବହେଳା କରିବା ସହିତ ସମସ୍ତ ଖାଦ୍ୟ କୁ ନିଜେ ହଡପ କରିଦେଇଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ପାଇକମାଲ ସିଡିପିଓ ନିଜେ ଏହାର ତଦନ୍ତ କରି ଦୋଷୀ ଅଙ୍ଗନବାଡି କର୍ମୀ ଙ୍କର ବିରୋଧରେ ତୁରନ୍ତ ଦୃଢ଼ କାର୍ଯନୁଷ୍ଠାନ ଗ୍ରହଣ କରିବା ସହିତ ବର୍ତ୍ତମାନ ର ଅଙ୍ଗନବାଡି ଦିଦିଙ୍କୁ ଅନ୍ୟତ୍ର ନେଇଯିବା ପାଇଁ ଦାବି କରିଛନ୍ତି । ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଉପଜିଲ୍ଲାପାଲ ତନ୍ମୟ ଦରୱାନ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |