ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୁମାରବନ୍ଧ ସମଲେଶ୍ଵରୀ ମନ୍ଦିର ଏକ ପୁରାତନ ଶକ୍ତି ପୂଜାସ୍ଥଳୀ। ପ୍ରତ୍ୟେକ ବର୍ଷ ଦେବୀ ସମଲେଶ୍ଵରୀଙ୍କ ବଏଲ ପୂଜା ଏଠାରେ ମହାସମାରୋହରେ ପାଳନ କରାଯାଏ। ହେଲେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଠାରେ ଏ ବର୍ଷ କେବଳ ଚଣ୍ଡୀପାଠ ଓ ତନ୍ତ୍ରପୂଜା କରାଯାଇଛି। ଏ ବର୍ଷ ଏଠାରେ କର୍ତ୍ତା ଭାବରେ ଦାୟିତ୍ୱ ନେଇଥିଲେ କମିଟି ସଭାପତି ଉମାକାନ୍ତ ପଣ୍ଡା ଓ ତାଙ୍କ ସହଧର୍ମିଣୀ ସୁବ୍ରତା ପଣ୍ଡା। ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ସଚ୍ଚିଦାନନ୍ଦ ମିଶ୍ର, ଝାଙ୍କର ଲକ୍ଷ୍ମୀକାନ୍ତ ଅଢା ଓ ନୃସିଂହ ବଗାର। କୋରୋନା କଟକଣା ଯୋଗୁଁ କମିଟି ତରଫର ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ଥିଲା। ସମସ୍ତ ପ୍ରକାରର ପାରମ୍ପରିକ ଅନୁଷ୍ଠାନ ଯଥା ବାଜା, ଶୋଭାଯାତ୍ରା, ବଏଲ ବା କାଳିସୀଙ୍କ ଗ୍ରାମ ପରିକ୍ରମା ଏ ବର୍ଷ ବନ୍ଦ ରଖାଯାଇଥିଲା।
ରାଜ୍ୟ
କୋଭିଡ କଟକଣାରେ ପାଳିତ ହେଲା ବାର୍ଷିକ ବଏଲ ପୂଜା।
- Hits: 199