ହେଡଲାଇନସ୍:

ସାନ୍ତାଳୀ ବୀର ସିଧୁ ଓ କାହ୍ନୁ ମୁର୍ମୁଙ୍କ ଉପରେ ହଲିଉଡ଼ ସିନେମା ମିଛ ଖବର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

20-05-18-sidhu-murmu.jpg - 79.88 kB

ସୋସିଆଲ ମେଡିଆରେ ମିଛ ଖବର ବୁଲୁଛି  :ଭାଇରଲ ମିଛ ,ନିହାତି ଅସମ୍ମାନ 

ବାରିପଦା :ରାଇରଙ୍ଗପୁରର ଆଦିବାସୀ ଯୁବକ ରସିକା   ଟୁଡୁ ୧୦୦କୋଟି ବ୍ୟୟ ଅଟକଳରେ ମୟୁରଭଞ୍ଜର ଆଦିବାସୀ ହିରୋଙ୍କ ଉପରେ ଆଧାରିତ ହଲିଉଡ଼ ସିନେମା " ଶିଦ୍ଧୁ ଆଣ୍ଡ କାହ୍ନୁ"ର ନିର୍ଦ୍ଦେଶନା ଦେଉଛନ୍ତି | ଏହା ଦୁଇ ସାନ୍ତାଳୀ ବୀର ତଥା ସାନ୍ତାଳୀ ସମୁଦାୟର ଗର୍ବ ଓ ଗୌରବ ଶିଦ୍ଧୁ ଆଣ୍ଡ କାହ୍ନୁଙ୍କ ଉପରେ ପର୍ଯ୍ୟବସିତ, ଯେଉଁମାନେ କି ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ |

ସେଇ ବୀରତ୍ବ ପୁର୍ଣ  କାହାଣୀକୁ ନେଇ ନେଇ ନିର୍ମିତ ହୋଇଥିବା ହଲିଉଡ଼ ଚଳଚିତ୍ର  " ଶିଦ୍ଧୁ ଆଣ୍ଡ କାହ୍ନୁ" ଜଣେ ଆଦିବାସୀ ଯୁବକଙ୍କ ଦ୍ୱାରା ନିର୍ଦ୍ଦେଶିତ  ହୋଇଥିବା ଖବର ନିହାତି ଭାବେ ଗର୍ବର ବିଷୟ ବୋଲି ସୋସିଆଲ ମେଡିଆରେ ଖବର ଭାଇରଲ ହୋଇଛି | ହେଲେ ତାହା ଆଦୌ ସତ ନୁହେଁ ବୋଲି ଜଣ ପଡିଛି | କେତେକ ପୁରୁଣା ହଲିଉଡ୍‌ ଫିଲ୍ମର କିଛି ଦୃଶ୍ୟକୁ ଏଡିଟିଂ କରି ଏକ ଟ୍ରେଲର୍‌ ପ୍ରସ୍ତୁତ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେଥିରେ ଯୋଡ଼ା ଯାଇଥିବା ଦୃଶ୍ୟ ମଧ୍ୟ କୃତିମ ଭଳି ଲାଗୁଥିଲେ ବି ଏହାକୁ ସୋସିଆଲ ମେଡିଆରେ ଦାବି କରାଯାଇ ଭାଇରଲ କରାଯିବ ପରେ ସନ୍ଦେହ ହୋଇଥିଲା | ହେଲେ ବାରିପଦାସ୍ଥିତ ସାନ୍ତାଳୀ ଫିଲ୍ମ ଆଣ୍ଡ ଆର୍ଟ ଡେଭଲପମେଣ୍ଟ ଆସୋସିଏସନ୍‌ ଏଭଳି ଖବରକୁ ଖଣ୍ଡନ କରିବା ସହ ମିଛ ଫିଲ୍ମ ନାଁରେ ସାନ୍ତାଳ ସଂପ୍ରଦାୟର ବରପୁତ୍ରଙ୍କୁ ବଦନାମ କରିବାର ଅପଚେଷ୍ଟା ବୋଲି କୁହ ଯାଇଛି | ସୂଚନାଯୋଗ୍ୟ ଯେ ଗତ କେତେଦିନ ହେଲା ୟୁଟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବା ‘ଆନ୍‌ ଅନ୍‌ଟୋଲ୍‌ଡ ଷ୍ଟୋରି, ଏବାଉଟ୍‌ ଦି ଲିଜେଣ୍ଡେରି ସାନ୍ତାଳୀ ୱାରିଅର: ସିଧୁ  ଆଣ୍ଡ କାହ୍ନୁ’ ଶୀର୍ଷକ ଏହି ୨ ମିନିଟ୍‌ ୨୫ ସେକେଣ୍ଡର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଆଉ ଜଣାଇବା ଶୁଣିବା ଲୋକ କ୍ରସଚେକ ନକରି ପାଗଳଙ୍କ ପରି ଶେୟାର କରି ଚାଲିଛନ୍ତି |  

‘ସିଧୁ -କାହ୍ନୁ’ଭ୍ରାତା ହେଉଛନ୍ତି ସାନ୍ତାଳ ଜାତିର ଦୁଇ ବରପୁତ୍ର ।   ଦୁଇ ଭାଇ ଇଂରେଜମାନଙ୍କ ସହ ବୀରତ୍ୱପୂର୍ଣ୍ଣ ଲଢ଼େଇ କରି ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ। ବର୍ତମାନର ଝାରଖଣ୍ଡ ଓ ମୟୂରଭଞ୍ଜରେ ଇଂରେଜମାନଙ୍କ ବିରୋଧରେ ଏକ ବିରାଟ ସାନ୍ତାଳ ମେଳି ର ନେତୃତ୍ୱ ନେଇଥିଲେ ଦୁଇ ବୀର ସ୍ବାଭିମାନୀ ଭାତୃ ଦ୍ବୟ  । ୩୦ ଜୁନ ୧୮୫୫ରେ ସାନ୍ତାଳୀ ନେତା ସିଧୁ  ମୁର୍ମୁ ଏବଂ  କାହ୍ନୁ ମୁର୍ମୁ ପାଖାପାଖି ୫୦୦୦୦ ସାନ୍ତାଳଙ୍କୁ ଏକାଠି କରି ବ୍ରିଟିଶ ରାଜ ବିରୋଧରେ ଯୁଦ୍ଧମ ଦେହି ଡାକରା ଦେଇଥିଲେ | ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସେଇ ବିଦ୍ରୋହକୁ ସାନ୍ତାଳୀ ହୁଳ ବୋଲି କୁହାଯାଉଥିଲା | ଏହି ବିଦ୍ରୋହ ଘୋସଣାପରେ ଅନେକ ଜମିଦାର, ସୁଧଖୋର ମହାଜନଙ୍କୁ ବିଦ୍ରୋହିମାନେ ହତ୍ୟା କଲେ | ଏହା ବ୍ରିଟିଶର ମାନଙ୍କୁ ଚକିତ କରିଦେଇଥିଲା ଆଉ ମୁଣ୍ଡ ବିନ୍ଧ ଆରମ୍ଭ କରିଦେଇଥିଲା ମଧ୍ୟ | ପ୍ରଥମେ ଏକ ଛୋଟିଆ ଟ୍ରୁପ ବ୍ରିଟିଶର ମାନେ ପଠାଇଥିଲେ ବିଦ୍ରୋହ ଦମନ ପାଇଁ | ହେଲେ ବିଦ୍ରୋହ ଥମିବା ବଦଳରେ ବଢିଥିଲା | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଦେଖି ଆସିଥିଲେ ବିରାଟ ବ୍ରିଟିଶ ସେନା ବିଦ୍ରୋହ ଦମନ ପାଇଁ ସ୍ଥାନୀୟ କିଛି ଜମୀନ୍ଦାର ଆଉ ମୁର୍ଶିଦାବାଦର ନବାବଙ୍କ ନେତୃତ୍ୱରେ | ସେତେବେଳେ ଦୁଇ ଭାଇ  ସିଧୁ ଆଉ କାହ୍ନୁଙ୍କ ଧରାଇଦେବା ପାଇଁ  ନାମରେ ବ୍ରିଟିଶର  ରଖିଥିଲେ ୧୦୦୦୦ଟଙ୍କା ପୁରସ୍କାର |

ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମାଟି ପ୍ରେମୀ ସାନ୍ତାଳୀମାନେ କାହ୍ନୁ ଓ  ସିଧୁଙ୍କ ନେତୃତ୍ୱରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଵପୁଶାଳୀ ବ୍ରିଟିଶ ସେନାକୁ ପ୍ରାୟ ୮ ମାସ କଲା ନୟାନ୍ତ କରି ଦେବାପରେ ଶେଷରେ ବ୍ରିଟିଶର ବିଶାଳ ସେନା ଏହି ବ୍ରିଟିଶଵିରୋଧୀ ବିଦ୍ରୋହକୁ ବର୍ବରତାର ସହ ଦମନ କଲେ ଆଉ ଦୁଇ ସାନ୍ତାଳୀ ହିରୋଙ୍କୁ ହତ୍ୟା କଲେ | ହାତୀଙ୍କୁ ଲଗାଇ ସାନ୍ତାଳ ମାନଙ୍କର କୁଡ଼ିଆ ଗୁଡିକୁ ଭାଙ୍ଗି ଦେଇଥିଲେ |

ତିନୋଟି ହଲିଉଡ଼ ସିନେମାର କେତେକ ଦୃଶ୍ୟକୁ ଯୋଡାଯୋଡି ବା ଏଡିଟିଂ କରି ଏଭଳି ସିନେମା କରାଯାଇଥିବା ଜଣାପଡିଛି | 

0
0
0
s2sdefault