ଦୁର୍ଦ୍ଦଶା ଭିତରେ କଟୁଛି ଚାରି ଭାଇ ଭଉଣୀଙ୍କ ଜୀବନ
କଳାହାଣ୍ଡି /ଶାସକ ପ୍ରଶାସକ : ସରକାର ଙ୍କ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ କାହା ପାଇଁ ଯୋଗ୍ୟ ହିତାଧିକାରୀ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳୁଛି | କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ପଞ୍ଚାୟତ ଫୋଇରୀ ପାଣି ଗ୍ରାମରେ | କୌଶିକ ମାଝୀ ପତ୍ନୀ ଉର୍ମିଳା ମାଝୀ ଗତ ପାଞ୍ଚବର୍ଷ ହେବ ସ୍ୱର୍ଗବାସୀ ହେବା ପରେ ବାପା ମାଁ ଛେଉଣ୍ଡ ପିଲାମାନଙ୍କ ୟତ୍ନ ନେବ କିଏ ? ପରିବାର କହିଲେ ଚାରି ଭାଇ ଭଉଣୀ ନାମ ବଡ଼ପୁଅ ଓଙ୍କାର ମାଝୀ (15) ଝିଅ କାନ୍ତି ମାଝୀ (13) ଝିଅ ଇନ୍ଦୁମତି ମାଝୀ (11) ପୁଅ ରାକେଶ ମାଝୀ (8) ବାପା ମାଁ ଛେଉଣ୍ଡ ହେଲାପରେ ଚାରି ଭାଇ ଭଉଣୀ ନାହିଁ ନ ଥିବା ଅସୁବିଧା ଜୀବନଯାପନ କଟାଉଛନ୍ତି | ଓଙ୍କାର ମାଝୀ ଧର୍ମଗଡ଼ରେ କାମକରୁଥିବା ବେଲେ ଛୋଟଦୁଇ ଝିଅ ପରଘରେ ମଜୁରୀ କାମ କରନ୍ତି | ସାନ ଭାଇ ରାକେଶ ଗାଁର ଜଣେ ଲୋକଙ୍କ ଗାଈ ଚରାଉଛନ୍ତି | ତାଙ୍କର ଭଙ୍ଗା ଦଦରା ଘର ଖଣ୍ଡେ ଅଛି ଛାତ ଥାଇ ନ ଥିଲାଭଳି | ମାଟିର କାନ୍ଥ ଗୁଡିକ ଭୁଶୁଡିବାରେ ଲାଗିଛି | କାନ୍ଥକୁ କାନ୍ଥକୁ ଗଛ ଟେକା ଦେଇ ପଲିଥିନ ଢାଙ୍କି ଦିଆଯାଇଛି | ଏଥିରୁ ପ୍ରଶ୍ନ ଉଠେ ସରକାରୀ ଯୋଜନା କାହାପାଇଁ | ଗୋଲାମୁଣ୍ଡାରେ ବ୍ଲକ ଥାଇ ପଞ୍ଚାୟତ ଥାଇ ମଧ୍ୟ ଏପରି ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେବା ଦୀପତଳ ଅନ୍ଧାର ନାହିଁ ତ ଆଉ କଣ | ବାପା ମାଁ ଛେଉଣ୍ଡ ପିଲାମାନେ ଘରଖଣ୍ଡିଏ ଓ ପାଠ ପଢିବା ପାଇଁ ସରକାରୀ ସାହାଯ୍ୟକୁ ହାତ ବଢ଼ାଇଛନ୍ତି | ସରକାର ଓ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା |