ଆସନ୍ତାକାଲି ସୁନାଦେଇ ଯାତ୍ରା, ବିନା ଭକ୍ତରେ ହେବ ମାଙ୍କ ପୂଜାର୍ଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା(ଭାଗିରଥି ଭୋଇ)-ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ ଛତରଯାତ୍ରା ଆସନ୍ତାକାଲି ଅନୁଷ୍ଠିତ  ହେବ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ, ବିନା ଭକ୍ତରେ ଏ ବର୍ଷ ପୂଜାର୍ଚନା କରାଯିବ । ଭିଡକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଯାତ୍ରା ଦେଖି ନ ଯିବାକୁ ବାରଣ କରାଯାଇଛି । ପୂଜା ପାଇଁ କୋମନା ଥାନାରେ ଏକ ଶାନ୍ତି ବୈଠକ ବସିଥିଲା ଓ ଏଥିରେ ସୁନାବେଡା ଅଂଚଲବାସୀ ସାମିଲ ହୋଇ ଏଭଳି ନିଷ୍ପତି ନେଇଛନ୍ତି । ଆସନ୍ତାକାଲି  ପ୍ରବଳ ଭିଡକୁ ନଜର ରେ ରଖି ସୁନାବେଡା କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ବୋଲି ସୂଚନା ମିଲିଛି । ଏଠି ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୂଚନାଥାଉକି, ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି |  ବର୍ଷ ୫୦ ହଜାର ରୁ ଅଧିକ ଲୋକ ଏହି ଛତରଯାତ୍ରା ଦେଖିବାକୁ ଆସିଥାନ୍ତି । କିନ୍ତୁ ଏଥର କରୋନା କଟକଣା ପାଇଁ ସୁନାଦେଇଙ୍କ ପୀଠ ଖାଁ ଖାଁ ଲାଗିବ । 

 

0
0
0
s2sdefault