ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :/- ଆଜି ସୋହେଲା ଅଂଚଳରେ ବୁଲୁଥିବା ଜଣେ ଅପରିଚିତ ମାନସିକ ବିକୃତ ମହିଳା ଅତି ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିଥିବାର ଖବର ପାଇଲା ପରେ ତତ୍ପର ହୋଇ ପଡ଼ିଥିଲେ  ନିଷ୍ଠା ପରିବାରର ସଦସ୍ୟ ମାନେ । ଉକ୍ତ ମହିଳା ଜଣଙ୍କ ନିଜର ପରିଚୟ ଦେଇ ପାରୁ ନଥିବା ବେଳେ ତାଙ୍କ ଶରୀର ରେ ଘା' ହେବା ସହ ରକ୍ତ ବାହାରୁଥିଲା । ୧୦୮ଅମ୍ବୁଲେନ୍ସ ଯୋଗେ ଆଣି ତାଙ୍କୁ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଭର୍ତି କରାଯାଇ ତାଙ୍କ ର ଚକିତ୍ସା କରାଇ ଥିଲେ ପରିବାରର ସଭ୍ୟମାନେ।ଏହି ଉଦ୍ଧାର କାର୍ଯ୍ୟ ରେ  ନିଷ୍ଠା ପରିବାର ର ଉଦିତ ବାରିକ,  ରୁଦ୍ରପ୍ରତାପ ସାହୁ, ସୁଭମ୍ ନାୟକ, ବିଜୟ କୁମାର ସାହୁ ଓ ରାହୁଲ ଠକ୍କର ପ୍ରମୁଖ ସହଯୋଗ କରିଥିଲେ ବୋଲି ପରିବାରର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଜଣାଇଥିଲେ ।

0
0
0
s2sdefault