ଭୁବନେଶ୍ୱର (ଶାସକ ପ୍ରଶାସକ) : ଭାରତ ସରକାରଙ୍କ ରେଳ, ବାଣିଜ୍ୟ ଏବଂ ଶିଳ୍ପ, ଗ୍ରାହକ ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ରେଳବାଇ କର୍ମଚାରୀ ମାନଙ୍କୁ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଶପଥ ପାଠ କରାଇଛନ୍ତି ।
ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ରେଳପଥର ମୁଖ୍ୟାଳୟ ଚନ୍ଦ୍ରଶେଖରପୁରର ରେଳ ସଦାନ ଠାରେ ଉପସ୍ଥିତ ରହି ରାଷ୍ଟ୍ରିୟ ଏକତା ଦିବସରେ ଶପଥ ଗ୍ରହଣ କରିଥିଲେ।
ସାମ୍ପ୍ରଦାୟିକ ସଦଭାବନା, ଜାତୀୟ ସଂହତି, ଏକ ଉନ୍ନତ ଐକ୍ୟବଦ୍ଧ ଗୌରବପୂର୍ଣ୍ଣ ସଂସ୍କୃତି ଓ ବିଭିଡାଟା ମଧ୍ୟରେ ଏକତାକୁ ଦୃଢ଼ୀଭୁତ କରିବା ସମ୍ବନ୍ଧରେ ଗର୍ବ ଅନୁଭବ କରିବା ପାଇଁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଅଛି |
ରେଳବାଇ କର୍ମଚାରୀମାନେ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ରକ୍ଷା କରିବା ସହ କଠିନ ପରିଶ୍ରମ କରିବାକୁ ଶପଥ ନେଇଥିବାବେଳେ ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ବାର୍ତ୍ତା ପହଞ୍ଚାଇବାକୁ ପ୍ରତିଶୃତି ଦେଇଛନ୍ତି | ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦର୍ଶନ ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଥିବା ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦେଶର ଅଖଣ୍ଡତାର ଆଭିମୁଖ୍ୟରେ ନିସ୍ୱାର୍ଥପରତା ଭାବେ ବାର୍ତ୍ତା ବିସ୍ତାର କରିବାକୁ କର୍ମଚାରୀମାନେ ମଧ୍ୟ ଶପଥ ନେଇଛନ୍ତି |
ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଠାରେ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭରଚୁଆଲ ମାଧ୍ୟମରେ ଏହି ସମାରୋହରେ ଯୋଗ ଦେଇ ଶପଥ ନେଇଥିବାବେଳେ ରେଳପଥର ସମସ୍ତ ରେଳମଣ୍ଡଳ ମାନଙ୍କରେ ମଣ୍ଡଳ ରେଳବାଇ ପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠରେ ଭାଗନେଇଥିଲେ | ଯେହେତୁ ରାଷ୍ଟ୍ରିୟ ଏକତା ଦିବସ ଅକ୍ଟୋବର ମାସ ୩୧ ତାରିଖ ରେ (ଶନିବାର) ଅଛି ଏବଂ ଦେଶର ବିଭିନ୍ନ ସ୍ଥାନରେ ଛୁଟିଦିନ ଥିବାରୁ କାର୍ଯ୍ୟଦିବସରେ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା |