• ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ
• ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଲିଟର ପ୍ରତି 62.65 ଟଙ୍କା ବୃଦ୍ଧି
• ବି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି 57.61 ଟଙ୍କା ବୃଦ୍ଧି
• ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି 45.69 ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ / ଶାସକ ପ୍ରଶାସକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 2020-21 ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଯଥାକ୍ରମେ ଲିଟର ପ୍ରତି 62.65 ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ବି-ହେଭି ମୋଲାସେସ ଇଥାନଲର ବୃଦ୍ଧି ଲିଟର ପ୍ରତି 57.61 ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି 45.69 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ ।
ଏହି ନିଷ୍ପତ୍ତି ଫଳରେ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ । ଏହାସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲର ଉପଲବ୍ଧିକୁ ବୃଦ୍ଧି କରାଯିବ । ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି । ଏହାଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ ।