ଅଭିନେତ୍ରୀଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଦେଇଥିବା ଓକିଲଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କଲା ଝାରସୁଗୁଡ଼ା ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଜନୈକ ଓକିଲ ମେହେନ୍ଦୀ ରେଜାଙ୍କୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫେସବୁକ ପୋଷ୍ଟରେ ଅଶାଳୀନ କମେଣ୍ଟ ଦେଇଥିବା ଘଟଣା ବିରୋଧରେ ଗିରଫ କରିବା ଦାବିରେ ଆଜି ଝାରସୁଗୁଡ଼ା ବିଜେପି ଏକ ଦାବିପତ୍ର ଝାରସୁଗୁଡ଼ା ପୋଲିସକୁ ପ୍ରଦାନ କରିଛି। ଏକ ଗଣଧାରଣା ପରେ ଝାରସୁଗୁଡ଼ା ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ୱରେ ଓକିଲଙ୍କ ଏହି ମନ୍ତବ୍ୟ ଜିଲ୍ଲାର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଦର୍ଶାଇ ତାଙ୍କୁ ଗିରଫ କରିବାରେ ବିଳମ୍ବ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ଗିରଫରେ ବିଳମ୍ବ ହେଉଥିବାରୁ ଏହା ଝାରସୁଗୁଡ଼ାର ଏକ ବୃହତ ଗୋଷ୍ଠୀକୁ ମାନସିକ ଆଘାତ ଦେଉଛି। ଯେତେଦିନ ପର୍ଯ୍ୟନ୍ତ ମେହେନ୍ଦୀ ରେଜା ଆତ୍ମସମର୍ପଣ ନ କରିଛନ୍ତି, ତାଙ୍କର ସମ୍ପତ୍ତିକୁ କବଜାରେ ନେବା ପାଇଁ ସେମାନେ ଦାବି କରିଛନ୍ତି। ଶୀଘ୍ର ତାଙ୍କୁ ଗିରଫ ନ କରାଗଲେ ଆଗାମୀ ଦିନରେ ଦଳ ଅନଶନ କରିବାକୁ ବାଧ୍ୟ ହେବ ବୋଲି ସେମାନେ ଜଣାଇଛନ୍ତି।