ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ । ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିଚାଲିଛି ପୁଲିସ । ଆଉ ଏବେ ପୁଣି ଏକ ନୂଆଁ ଅପରେସନ ଆରମ୍ଭ କଲାଣି ପୁଲିସ । ଏଥର ବେଆଇନ କାରବାର କରୁଥିବା ବ୍ୟକ୍ତିଙ୍କୁ ପୁଲିସର ଟାର୍ଗେଟ । ବେଆଇନ ନିଶା ବ୍ୟବସାୟରୁ ନେଇ ସଟ୍ଟା ବଜାର, ସବୁଠି ପୁଲିସର ଚଢଉ। ବେଆଇନ ବ୍ୟବସାୟୀଙ୍କ ନିଦ ହଜାଇ ଦେଲାଣି ପୁଲିସ । ସାରା ଜିଲ୍ଲାରେ ଏବେ ପୁଲିସ ଛାପା ମାରୁଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଛି ଅପରେସନ । ହେଲେ ପୁରୁଣା ଖେଳୁଆଡ ସବୁ ଖସିବାରେ ସଫଳ ହେଉଛନ୍ତି ।ତେବେ ବର୍ତ୍ତମାନ ଅନଲାଇନରେ ଚାଲିଛି ସଟ୍ଟା ବଜାର । ପୁରୁଣା ଖେଳୁଆଡ ସବୁ ଅନଲାଇନ କାରବାର କରୁଥିବା ପୁଲିସ କହିଛି । ସଟ୍ଟା ଡନ ଆନ୍ଥୋନୀ, ଗଜିନଙ୍କ କାରବାର ଉପରେ ବି ପୁଲିସ ନଜର ରଖିଛି । ଅନ୍ୟପଟେ ସଟ୍ଟା କାରବାରକୁ ନୂଆଁ କିଛି ଗୋଷ୍ଠୀ ଏବେ ଆସିଥିବା ପୁଲିସ ସୂଚନା ଦେଇଛି । ହାଇଟେକ ଷ୍ଟାଇଲ ତଥା ମୋବାଇଲ ଯୋଗେ ବର୍ତ୍ତମାନ ସଟ୍ଟା କାରବାର ପରିଚାଳିତ ହେଉଛି । ହ୍ୱାଟସଆପ ଏବେ ସଟ୍ଟା ଡନକୁ ବେଶ ସହାୟକ ହେଉଛି । ପୂର୍ବଭଳି ଚିରକୁଟ ଆଉ ନାହିଁ । ବର୍ତ୍ତମାନ ହ୍ୱାଟସଆପ, ଫୋନ ପେ ଆଦିରେ ଟଙ୍କା ଟ୍ରାନଜେକ୍ସନ ଓ ନମ୍ବର ଦିଆନିଆ ଚାଲିଛି । ତଥାପି ନୂଆଁ ଏହି ଲାଇନକୁ ଆସିଥିବା ଯୁବକମାନେ କିଛି ସ୍ଥାନରେ ଲୋକ ରଖି ସଟ୍ଟା ନମ୍ବର ଲେଖାଉଛନ୍ତି । ସବୁ ସଟ୍ଟା ଡନକୁ ଗିରଫ କରିବାକୁ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିବା ସୂଚନା ମିଳିଛି । ଏହାସହ ଗୁଟଖା କାରବାର ଉପରେ ବି ପୁଲିସ ଚଢଉ ଜାରି ରଖିଛି । ଯୁବଗୋଷ୍ଠୀଙ୍କୁ ଏବେ କଫ ସିରପ ଓ ଟ୍ୟାବ୍ଲେଟ୍ ନିଶା ବାୟା କରିଛି । ମୋଟାମୋଟି ଅପରେସନ କ୍ଲିନ ପରେ ଏବେ ବେଆଇନ ନିଶା କାରବାର ଓ ବେଆଇନ ସଟ୍ଟା କାରବାର ଉପରେ ପୁଲିସ ରୋକ ଲଗାଇବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏ ନେଇ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚରାଯିବାରୁ ବିଭିନ୍ନ ସ୍ଥାନରେ ବେଆଇନ କାରବାର ଉପରେ ଚଢଉ ଜାରି ରହିଛି ବୋଲି ସେ କହିଥିଲେ ।
ରାଜ୍ୟ
ବଲାଙ୍ଗୀର ପୁଲିସର ଅପରେସନ କ୍ଲିନ୍ କ୍ରିମିନାଲ: ଅପରାଧୀଙ୍କ ସହ ଏବେ ଟାର୍ଗେଟରେ ନିଶା ବେପାରୀ ଓ ସଟ୍ଟାବଜାର
- Hits: 576