ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥ ପାଠ କରିଛନ୍ତିା ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ସହ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା ପାଇଁ କର୍ମଚାରୀମାନେ ଶପଥପାଠ କରିଥିଲେ| ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସମସ୍ତ କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଧାନସଭାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |