ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମର ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
• ଦେଶର ଉର୍ଜା ଦାରିଦ୍ର୍ୟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
• ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ ଉକ୍ରୃଷ୍ଟ ସ୍ଥାନ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର – ସେରା ଉଇକ୍ ଦ୍ୱାରା ଆୟୋଜିତ ଇଣ୍ଡିଆ ଏନର୍ଜି ଫୋରମ (ଆଇଇଏଫ) ଚତୁର୍ଥ ସଂସ୍କରଣର ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ଭାରତର ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶ୍ୱ ଶିଳ୍ପକୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ହୋଇପାରିଛି ।
ଯତେବେଳେ କୋଭିଡ୍-୧୯ ଆହ୍ୱାନ ଦେଇ ଉର୍ଜା କ୍ଷେତ୍ର ଗତି କରୁଛି ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଇଣ୍ଡିଆ ଏନର୍ଜି ଫରୋମର ଚତୁର୍ଥ ସଂସ୍କରଣ ଭାରତର ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାର ଅଙ୍ଗିକାରବଦ୍ଧକୁ ସୂଚାଉଛି । ଦେଶର ଉର୍ଜା ଦାରିଦ୍ର୍ୟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲ ଅଜିଜ୍, ଆମେରିକାର ଉର୍ଜା ସଚିବ ଡ୍ୟାନ ବ୍ରୌଲିଟ୍, ଆଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତି ବିରୋଲ, ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ପିୟୂଷ ଗୋଏଲ ତଥା ବିଶ୍ୱ ଏବଂ ଭାରତର ତୈଳ ଓ ଗ୍ୟାସ କମ୍ପାନୀର ଶିଳ୍ପ ପ୍ରମୁଖ ଓ ସଇଓ ଭିସିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏଭଳି ନେତୃତ୍ୱଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତି ବୈଶ୍ୱିକ ତୈଳ ଓ ଗ୍ୟାସ ଶିଳ୍ପ ସହ ଭାରତର ନିବିଡ଼ ସମ୍ପର୍କ ଏବଂ ଉର୍ଜା ସୁରକ୍ଷା, ପ୍ରଦୂଷଣ ରୋକିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
-