'ସରକାରକା ମାଲ ଦରିଆ ମେ ଡାଲ' ନୀତିରେ କୋଟି କୋଟି ଟଙ୍କାର ପାୱାର ଷ୍ଟେସନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଦୀର୍ଘ ୭ ବର୍ଷ ହେଲାଣି କାମ ସରିଛି। ସବୁ ପ୍ରସ୍ତୁତ, ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ଝରିଆବାହାଲଠାରେ ନିର୍ମିତ ହୋଇଥିବା ବିଦ୍ୟୁତ ସବ ଷ୍ଟେସନ। ଶାସକ ଦଳର ପ୍ରଭାବଶାଳୀ ନେତା ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ନିର୍ବାଚନ ମଣ୍ଡଳୀର ସବ ଷ୍ଟେସନ କାର୍ଯ୍ୟକ୍ଷମ ନ ହୋଇ ପାରିବା ଲୋକଙ୍କୁ ବିସ୍ମିତ କରି ଦେଉଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ୫ ରୁ ୭ ବର୍ଷ ହେଲାଣି ଏହି ସବ୍ ଷ୍ଟେସନର କାର୍ଯ୍ୟ ପ୍ରାୟ ନବେରୁ ୯୫ ଶତକଡ଼ା ସରିଯାଇଛି। ଯାହା ବି କାମ ବାକି ରହିଛି ତାହା କରିବାରେ ବିଳମ୍ବ ହେବା କଥା ନୁହଁ। ସ୍ଥାନୀୟ ଗ୍ରାମବାସୀ ଏହି ବିଷୟରେ ବିଦ୍ୟୁତ ବିଭାଗ, ୱେସ୍କୋ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିବା ବେଳେ ଫମ୍ପା ପ୍ରତିଶ୍ରୁତି ବ୍ୟତୀତ ଆଉ କିଛି ମିଳୁନାହିଁ। ଅନେକ ସମୟରେ ନିରାଶ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ସାମାନ୍ୟ ଝଡ଼ବର୍ଷା ହେଲେ ଦୁଇ ତିନି ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରୁ ଆରମ୍ଭ କରି ଚାଷକାର୍ଯ୍ୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହେଉଛି। ବେଳେବେଳେ ଦୁଇରୁ ତିନିଦିନ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି ଲୋକେ। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଲକଡାଉନ ନିମନ୍ତେ ଏହାର କିଛି କାମ ହୋଇ ପାରିନାହିଁ ଏବଂ ଅତିଶୀଘ୍ର ଏହା କାର୍ଯ୍ୟକାରୀ ହୋଇଯିବାର ସମ୍ଭାବନା ଅଛି। 

କିନ୍ତୁ ଦୀର୍ଘ ୭ ବର୍ଷ ଧରି ଏଠାରେ ପଡ଼ି ନଷ୍ଟ ହେଉଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ କିଏ ଦାୟୀ ରହିବ, ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

0
0
0
s2sdefault