-
ମାନସୀ ନିମ୍ଭାଲ ହେଲେ ଓଏସଏଏମ୍ ବୋର୍ଡର ସଦସ୍ୟ ସହ ଟିଡିକଲ ଏମଡି
-
ସୁରେନ୍ଦ୍ରଙ୍କ ଠାରୁ ସିଡିଏ ଅଧ୍ୟକ୍ଷ କାଢି ଦିଆଗଲା ମାଥିଙ୍କୁ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ ସରକାର କରିଛନ୍ତି ଛୋଟ ଅଦଳବଦଳ | କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭାଲଙ୍କୁ ଓଏସଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଓ ଟିଡିକଲ ଏମଡି (ଅତିରିକ୍ତ ) ଭାବେ ଦାୟିତ୍ୱ ଦିଆଯାଇଛି ।
ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କ ହାତରୁ ସିଡ଼ିଏର ଅଧ୍ୟକ୍ଷ ଭାବେ ଥିବା ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇ ୧୯୯୪ ବ୍ୟାଚ୍ ଆଇଏଏସ୍ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ବିଭାଗ ସଚିବ ଜି.ମାଥିଭାଥନନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ସେହିପରି ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିବା ୦୧୪ ବ୍ୟାଚ୍ ଆଇଏଏସ୍ ଡକ୍ଟର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।