ହେଡଲାଇନସ୍:

ପାଣି ପରୀକ୍ଷଣ ପାଇଁ ବ୍ଲକସ୍ତରୀୟ ତାଲିମ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର କାର୍ଯ୍ୟାଳୟ ଠାରେ ଏଫଟିକେ ଓ ପରିମଳ ସର୍ବେକ୍ଷଣ ସମ୍ବନ୍ଧରେ ଆଜି ରେଢାଖୋଲ ବ୍ଲକସ୍ତରୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରେଢାଖୋଲ ଆର.ଡବ୍ଲୁ.ଏସ୍.ଏସ୍ ଓ ପଞ୍ଚାୟତରାଜ ଏବଂ ପାନୀୟ ଜଳ  ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଛି I ବ୍ଲକରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମ ରେ ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ପଞ୍ଚାୟତର ମହିଳା ସ୍ୱୟଂସହାୟକ ଗୋଷ୍ଠୀ କର୍ମଚାରୀ ମାନେ ଯୋଗଦେଇଥିଲେ I ଭିଡିଓ କନଫରେନ୍ସ ମାଧ୍ୟମରେ ଗ୍ରାମାଞ୍ଚଳର ନଳକୂପ ପାଣିକୁ ପରିକ୍ଷା ପାଇଁ ଏସବୁ ତାଲିମ ଦିଆଯାଉଛି ବୋଲି କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ମହାନନ୍ଦିଆ କହିଛନ୍ତି |

0
0
0
s2sdefault