ହେଡଲାଇନସ୍:

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର : ଦେବଦୂତ ସାଜିଲେ ଡାକ୍ତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ଛତିଶଗଡ ବସନା ପଟରୁ ଏକ ବାଇକ ରେ ଦୁଇ ଜଣ ଆସୁଥିବା ସମୟରେ ରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରିତ ଆଡୁ ଆସୁଥିବା ଏକ ସେଣ୍ଟୋ କାର ସହିତ ବାଇକର   ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ  ଦୁଇ ଜଣ ବାଇକ ଆରୋହୀ ଗୁରୁତର ଭାବରେ ଆହତ ହୋଇଛନ୍ତି lଘଟଣା ସ୍ଥଳରେ ପହଁଚିଥିବା ଲୋକ  ବାରମ୍ୱାର ୧୦୮କୁ କଲ କଲେମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା ହେଲେ ଅସହାୟ ଙ୍କୁ ଦଇବ ସାହା ଭଳି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ସୁଦିପ୍ତ ସାହୁ ଡିଉଟି ରୁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ସମୟ ରେ ଏହି ଦୁର୍ଘଟଣା ଦେଖି ଅଟକି ଯାଇଥିଲେ ଓ ଅସହାୟ ଅବସ୍ଥାରେ ରକ୍ତଜୁଡ ଅବସ୍ଥାରେ ପଡ଼ିରହିଥିବା ବାଇକ ମାନଙ୍କୁ ତୁରନ୍ତ ନିକଟସ୍ଥ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ନେଇଥିଲେ ବାଇକ ଆରୋହୀ କ୍ଷେତ୍ର କୁମ୍ଭାର ପଦ୍ମପୁର ନିକଟସ୍ଥ ବରିକେଲ ର ହୋଇ ଥିବା ବେଳେ ହୃଦାନନ୍ଦ ବାଗ ବଡମାଲର ବୋଲି ଜଣା ପଡ଼ିଛି । ଡାକ୍ତର ସୁଦୀପ୍ତ ଦୁହିଁଙ୍କୁ ନିଜ ଚାରି ଚକିଆ ଯାନ ସାହାଯ୍ୟ ରେ ପଦ୍ମପୁର ସରକାରୀ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରାଇ ଥିଲେ । ଦୁର୍ଘଟଣା ସ୍ଥଳରେ  ସରାଇକେଲା ସରପଂଚ ଏବଂ ଡ୍ରାଇଭର ସୁରେଶ ସେଠ ଡାକ୍ତର ଙ୍କୁ ଉଠାଚଢା କରିବାରେ ସାହାଯ୍ୟ କରିଥିଲେ lସୂଚନା ଯୋଗ୍ୟ ଏହିକି ସେଣ୍ଟୋ କାର ପଦ୍ମପୁର ପଟୁ ଏକ ଗର୍ଭବତୀ ମହିଳା ଙ୍କୁ ଆଶା ଦିଦି ଧରି ଫେରୁଥିବା ସମୟରେ ଏହି ସଡକ ଦୁର୍ଘଟଣା ଟି  ଘଟିଛି  l

0
0
0
s2sdefault