ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡା: ସ୍ଥାନୀୟ ବୁଡପଡା ବୁରୋମାଲ ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ଆଜି ତାର ୨୧ତମ ପଞ୍ଜୀକୃତ ଦିବସ ପାଳିତ କରିଛି। ଏହି ବିଦ୍ୟାଳୟଟି ୧୯୯୮ ମସିହାରେ ସରବାହାଲ ଠାରେ ସ୍ଥାପିତ ହୋଇଥିବା ବେଳେ ଏହାର ଠିକ ଏକ ବର୍ଷପରେ ତଥା ୨୬.୧୦.୧୯୯୯ ମସିହାରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ରେଜିଷ୍ଟାର ଧ୍ରୁବ ଚରଣ ପଞ୍ଚଭାୟାଙ୍କ ସ୍ବାକ୍ଷରରେ ମାନ୍ୟବର ଭାରତ ସରକାରଙ୍କ ସମିତି ନିବଦ୍ଧନ ଆଇନ ୧୮୬୦ ୨୧ ଧାରା ରେ ପଞ୍ଜିକରଣ ହୋଇଥିଲା। ପ୍ରଥମ ବର୍ଷରେ ମାତ୍ର ୧୬ ଜଣ ମୁକ ବଧିର,ଦୃଷ୍ଟି ବାଧିତ ଓ ମାନସିକ ଅନଗ୍ରସର ଛାତ୍ର ଛାତ୍ରୀ ଙ୍କୁ ନେଇ ଆରମ୍ଭ କରା ଯାଇ ଥିବାବେଳେ ବର୍ତ୍ତମାନ ୧୨୫ ଜଣ ଛାତ୍ରଛାତ୍ରୀ ସ୍ଵତନ୍ତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ବିଦ୍ୟାଳୟଟି ଝରସୁଗୁଡାର ଏକମାତ୍ର ଭାରତ ସରକାରଙ୍କ ଦ୍ବାରା ଅନୁଦାନ ପ୍ରାପ୍ତ ସ୍ବତନ୍ତ୍ର ବିଦ୍ୟାଳୟ ଏବଂ ଗତ ୨୦୧୭ ମସିହାରେ ବିଦ୍ୟାଳୟଟି ଆଇ ଏସ ଓ ୯୦୦୧-୨୦୧୫ ପ୍ରମାଣିତ ଓଡ଼ିଶାର ଦ୍ୱିତୀୟ ଅନୁଷ୍ଠାନ ରୂପେ ମାନ୍ୟତା ପ୍ରାପ୍ତ ହୋଇଛି। ଉକ୍ତ ପଞ୍ଜୀକୃତ ଦିବସରେ ସ୍କୁଲର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର, ସଚିବ ହରିଶଙ୍କର ପୁରୋହିତ, ସହ ସଚିବ ବିଜୟ ସାହିଗଲ, ସଂଯୋଜକ ବିଶ୍ୱ ନାଥ ନାଏକ, ଗୁଣନିଧି ଭଇଁସା, ସ୍କୁଲ ଅଧକ୍ଷ୍ୟା ମମତା ଦାଶ, ଶିକ୍ଷୟତ୍ରୀ ସୁଲୋଚନା ସାହୁ, ସୁରେନ୍ଦ୍ର ମହାନନ୍ଦ, ଲିଲିମା ନାଏକ, ଭୂମିସୁତା ନାଏକ, ପ୍ରମୁଖ ଉପସ୍ଥିତ ରହି ବଡ଼ମାଲ ପଂଚାୟତ ଅନ୍ତର୍ଗତ ରାଉତବନ୍ଧ, କୁକୁରଜଙ୍ଘ।,ହରେକୃଷ୍ଣ ପୁର, ମୁଣ୍ତ।ପଡା, ବୁରୋମାଲ,ବୁଡପଡା ଓ ଗୌନ୍ତିଆ ପଡାରେ ଥିବ ଗରିବ ଦିବ୍ୟାଙ୍ଗ ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ମାକ୍ସ, ସାନିଟାଇଜର, ସାବୁନ, ବିସ୍କୁଟ ବଣ୍ଟନ କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ କୋବିଡ଼ ସମୟରେ ଦିବ୍ୟାଙ୍ଗ ପିଲାଙ୍କ ଯତ୍ନ ଓ ସୁରକ୍ଷା କିଭଳି କରାଯିବ ବୁଝାଇଥିଲେ। ଏହା ସହ ଏକ ଗରିବ ପରିବାର କୁ ତିନୋଟି କମ୍ବଳ ସହ ମାକ୍ସ, ସାନିଟାଇଜର ଓ ସାବୁନ ପ୍ରଦାନ କାରାଯାଇଥିଲା। ଗାଁର ଲୋକ ମାନେ ଅନୁଷ୍ଠାନ ଏଭଳି କାମକୁ ଭୁୟସୀ ପ୍ରଶଂସା କରିଥିଲେ।
ରାଜ୍ୟ
ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟର ୨୧ତମ ପଞ୍ଜିକୃତ ଦିବସରେ ଦିବ୍ୟାଙ୍ଗ ମାନଙ୍କୁ ସ୍ବାସ୍ଥ୍ୟ ସାମଗ୍ରୀ ବଣ୍ଟନ।।
- Hits: 250