ମଣ୍ଡପରେ ମାଁଙ୍କ ଅପରାଜିତା ପୂଜା ସହ ପୂର୍ଣ୍ଣାହୁତି, ମଙ୍ଗଳବାର ଭାସାଣି ଶୋଭାଯାତ୍ରା
ସମ୍ବଲପୁର, (ରମାକାନ୍ତବିଶ୍ବାଳ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ପକ୍ଷରୁ ମାଁଙ୍କ ସାର୍ବଜନୀନ ଦୁର୍ଗା ପୂଜା ସଂପୃର୍ଣ୍ଣ ଭାବରେ କୋଭିଡ କଟକଣାର ନିୟମକୁ ପାଳନ କରି ଅନୁଷ୍ଠିତ ହୋଇଯାଇଛି।କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ମାସ୍କ ,ସେନିଟାଜର,ପ୍ରାଥମିକ ଚିକିତ୍ସାର ସମସ୍ତ ସାମଗ୍ରୀ ସହ ଭକ୍ତଙ୍କୁ ସାମାଜିକ ଦୂରତା ସହ ମାଁଙ୍କ ଦର୍ଶନର ସୁବିଧା କରାଯାଇଥିଲା।
ସୋମବାର ପିଠରେ ମାଁଙ୍କ ଦଶମୀ ପୂଜା ସହ ଅପରାଜିତ ପୂଜା ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଇଛି। ସନ୍ଧ୍ୟାରେ ମହା ଆଳତି ସମୟରେ ମାଁଙ୍କ ପ୍ରତି ଭକ୍ତମାନଙ୍କ ଆବେଗ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ହୋମ ଯଜ୍ଞାଦି ସହ ପୂଜାର ପୂର୍ଣ୍ଣାହୁତି କରି ମାଁଙ୍କ ଘଟ ବିସର୍ଜନ କରାଯାଏଥିଲା।
ମଙ୍ଗଳବାର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ତାହା ମଧ୍ଯ କରୋନା କଟକଣା ଭିତରେ। କରୋନାର କଟକଣା ଯୋଗୁଁ ପୋଲିସ ଫୋର୍ସର ଆବଶ୍ୟକତା ନଥିଲେ ମଧ୍ୟ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ଵର ସାହୁ ଆଇନ ଶୃଙ୍ଖଳା ପ୍ରତି ଯତ୍ନବାନ ଥିଲେ। ପୋଲିସ ଏସଡିପିଓ ତପନ କୁମାର ମହାନ୍ତି ମଧ୍ୟ ପୂଜା ଆରମ୍ଭ ପୂର୍ବରୁ ପୂଜା କମିଟି ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଲୋଚନା କରିଥିଲେ।
କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରସାଦ ସହ ଅନ୍ନ ପ୍ରସାଦର ବ୍ଯବସ୍ଥା କରାଯାଇଥିଲା। ରେଙ୍ଗାଲି ବସଷ୍ଟାଣ୍ଡ ଅଞ୍ଚଳର ସମସ୍ତ ଯୁବକ ମାନଙ୍କର ଉଦ୍ୟମ କ୍ରମେ ସାର୍ବଜନୀକ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। ଯୁବ ଶିଳ୍ପି ପ୍ରଭାତ ମାହାଣାଙ୍କ ଯାଦୁକରି ବିନ୍ଧାଣିରେ ମାଁଙ୍କ ମୃଣ୍ମୟ ମୁର୍ତ୍ତି ଭକ୍ତଙ୍କ ବିଶେଷ ଆକର୍ଷଣଥିଲା।