ଭୁବନେଶ୍ୱର (ଶାସକ ପ୍ରଶାସକ) କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ 3 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ୧୯୯୯ରେ ଝାରଖଣ୍ଡ କୋଇଲା ବ୍ଲକ ଆବଣ୍ଟନରେ ହୋଇଥିବା ଅନିୟମିତତା ଘଟଣାରେ ତାଙ୍କ ଭୂମିକା ଥିବାରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ଏହି ଦଣ୍ଡାଦେଶ ହୋଇଛି।
ଏହି ମାମଲାର ଶୁଣାଣି କରି ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ଏହି ମାସ ଆରମ୍ଭରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସିବିଆଇ ସ୍ୱତନ୍ତ୍ର ଜଜ ଭାରତ ପରାଶର ଦଣ୍ଡବିଧାନ ପାଇଁ ଆଜି (ଅକ୍ଟୋବର 26) ପାଇଁ ଏହି ଆଦେଶ ସଂରକ୍ଷିତ ରଖିଥିଲେ।
ଶୁଣାଣି ସମୟରେ ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜୀବନ କାରାଦଣ୍ଡ ମାଗିଥିଲା | ଯେ ହ୍ବାଇଟ କୋଲର ଅପରାଧ ବୃଦ୍ଧି ପାଉଠିବା ବେଳେ ସମାଜକୁ ବାର୍ତ୍ତା ପଠାଇବା ପାଇଁ ସର୍ବାଧିକ ଦଣ୍ଡ ଆବଶ୍ୟକ ବୋଲି ସିବିଆଇ ଓକିଲ ଦାବି କରିଥିଲେ |
ସିବିଆଇ ପକ୍ଷରୁ ସରକାରୀ ଓକିଲ ଭି.କେ ଶର୍ମା ଏବଂ ଏପି ସିଂ କୋଇଲା ସ୍କାମରେ ଦୋଶୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ରାୟ ଓ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଦୁଇଜଣ ବରିଷ୍ଠ ଅଧିକାରୀ ପ୍ରଦିପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରୋନ ଟେକ୍ନୋଲୋଜି ଲିମିଟେଡର (ସିଟିଏଲ) ନିର୍ଦ୍ଦେଶକଙ୍କୁ ଆଜୀବନ କାରାଦଣ୍ଡ ଦେବା ପାଇଁ ଦାବି କରିଥିଲେ |
ହେଲେ ଶ୍ରୀ ରାୟା ଓ ଅନ୍ୟ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ପୂର୍ବରୁ କେବେ ଦୋଶୀଷ ସାବ୍ୟସ୍ତ ହୋଇନଥିବା ତଥା ସେମାନଙ୍କର ବୃଦ୍ଧାବସ୍ଥାକୁ ବିଚାର କରି ସହାନୁଭୂତି ଦେଖାଇବାକୁ ଅଦାଲତକୁ ଅନୁରୋଧ କରିଥିଲେ | ଅଦାଲତ ଆଜି ଶେଷରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି |
ସୁଚନାଯୋଗ୍ୟ ଯେ ଚଳିତ ମାସ ୬ ତାରିଖରେ ସିବିଆଇ ସ୍ୱତନ୍ତ୍ର ଅଦାଲତ "୧୯୯୯ ଝାରଖଣ୍ଡ କୋଇଲା ଘୋଟାଲାରେ ସମ୍ପୃକ୍ତ ଥିବାରୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ଆଜି ଶ୍ରୀ ରାୟ ଏବଂ ଅନ୍ୟମାନଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା 120-ବି, 409 ଏବଂ 420 ଅନୁଯାୟୀ ଷଡଯନ୍ତ୍ର, ଠକେଇ ଏବଂ ବିଶ୍ୱାସର ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ରାୟଙ୍କ ବ୍ୟତୀତ କୋର୍ଟ କୋଇଲା ମନ୍ତ୍ରଣାଳୟର ଦୁଇଜଣ ବରିଷ୍ଠ ଅଧିକାରୀ ପ୍ରଦିପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରୋନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ ।
ସିବିଆଇ ଦ୍ୱାରା ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର ଆଇନଗତ ବୈଧତାକୁ ନେଇ ଶ୍ରୀ ରାୟ ଓ ଅନ୍ୟଅଭିଯୁକ୍ତମାନେ ପ୍ରଶ୍ନ ଉଠାଇ ଯୁକ୍ତି ଦର୍ଶାଯାଇଥିଲା ଯେ,ଶ୍ରୀ ରାୟ, ଶ୍ରୀ ଗୌତମ ଏବଂ ଶ୍ରୀ ବାନାର୍ଜୀ ସରକାରୀ ସେବାରେ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପୂର୍ବ ମଞ୍ଜୁରୀ ଆବଶ୍ୟକ ଥିଲା। ସ୍ୱତନ୍ତ୍ର ଜଜ୍ କହିଛନ୍ତି ଯେ ଚାର୍ଜସିଟ୍ ଦାଖଲ କରିବା ସମୟରେ ଶ୍ରୀ ରାୟ, ଶ୍ରୀ ଗୌତମ ଏବଂ ଶ୍ରୀ ବାନାର୍ଜୀ ସେବାରୁ ନିବୃତ ହୋଇସାରିଥିଲେ | ତେଣୁ ସେ ନିୟମ ସେମାନଙ୍କ ପାଇଁ ଲାଗୁ ହେବ ନାହିଁ | ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ ହେବା ପୂର୍ବରୁ ମଧ୍ୟ ମଞ୍ଜୁର ପାଇଁ ଆବଶ୍ୟକ କରୁଥିବା ଅଧିନିୟମ (ଧାରା 19) ର ସଂଶୋଧନ ଅଭିଯୁକ୍ତଙ୍କ ପାଇଁ ବି ପ୍ରଯୁଜ୍ୟ ନୁହେଁ। କାରଣ ସଂଶୋଧନ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରୋସେକ୍ୟୁସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା |