ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ଶୋଷଣ କରିଥିବା ଜଣେ ସ୍ଥାନୀୟ ଯୁବକଙ୍କ ବିରୋଧରେ ସ୍ଥାନୀୟ ମହିଳା ସଂଗଠନମାନେ ଥାନାରେ ଏତଲା ଦେବା ସହ ପୀଡ଼ିତାଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ସାମାଜିକ ସଂଗଠନ 'ଏଇତ ଜୀବନ' ଓ ସରସ୍ଵତୀ ମହିଳା ସଂଗଠନ ପକ୍ଷରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରାଯାଇଥିଲା। ଏହାପରେ ସଂଗଠନର ସଦସ୍ୟାମାନେ ଯୁବତୀଙ୍କ ପରିବାରକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ଅନୈତିକ ଭାବରେ ଶାରୀରିକ ସଂପର୍କ ରଖି ଗର୍ଭବତୀ କରାଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ନାମରେ ଏକ ଏତଲା ମଧ୍ୟ ଦିଆଯାଇଥିଲା। ଅଭିଯୁକ୍ତକୁ ଗିରଫ କରିବା ସହ ଯୁବତୀଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନ ପାଖରେ ଦାବି ରଖିଛନ୍ତି ସଂଗଠନମାନେ। ଏହି ଅବସରରେ ଗୁଡୁ ଥାପା, ବବିତା ମୋଦି, କବିତା ପଣ୍ଡା, ଆରତୀ ପଣ୍ଡା, ମିନର୍ଭା ପଣ୍ଡା, ସୁଜାତା ମିଶ୍ର, ବୀଣା ସିଂହ,ପଙ୍କଜିନୀ ମେହେର ତଥା ଗ୍ରାମବାସୀମାନେ ଉପସ୍ଥିତ ଥିଲେ।