ହେଡଲାଇନସ୍:

ମୋ ସ୍କୁଲ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ ସହ ସଂପର୍କକୁ ସୁଦୃଢ କରିବ: ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

21-05-18-JAJ.jpg - 61.42 kB

ଯାଜପୁର(ଜୟଶଙ୍କର ଦାଶ)  : ବିଦ୍ୟାଳୟ ସହ ସଂପର୍କକୁ ସୁଦୃଢ କରିବାରେ ମୋ ସ୍କୁଲ କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ ହୋଇପାରିବ ବୋଲି  ଜିଲ୍ଲାପାଳ  ରଂଜନ କୁର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୋ ସ୍କୁଲ କାର୍ଯ୍ୟକ୍ରମ ସଂପର୍କରେ ଏକ ଦିବସୀୟ ଜିଲ୍ଲା  ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ବିଦ୍ୟାଳୟକୁ ଜନନୀ ସହିତ ତୁଳନା କରାଯାଇଥାଏ ବୋଲି କହିଥିଲେ । ଶିକ୍ଷା, ସଂସ୍କାର ଓ ମାନବିକତା ବାର୍ତ୍ତାର ଶିକ୍ଷା ଦେଊଥିବା ପ୍ରାଚୀନ ଶିକ୍ଷାନୁଷ୍ଠାନ ଗୁରୁକୂଳ ମାନଙ୍କରେ ଶିକ୍ଷାର୍ଥୀ, ଗୁରୁଜନ, ଗ୍ରାମବାସୀଙ୍କ ସହଯୋଗରେ ସମୃଦ୍ଧ ହେଊଥିଲା ।  ପରେ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହିଭଳି ସହଯୋଗ ମିଳୁଥିଲା ।  କିନ୍ତୁ ବର୍ତ୍ତମାନ ସରକାର ଭିଋିଭୂମି ବିକାଶ ଇଚ୍ଛ୍ୟାଦି ପାଇଁ ଅର୍ଥ ଯୋଗାଊଥିଲେ ମଧ୍ୟ ଆହୁରି ଅନେକ କ୍ଷେତ୍ର ପାଇଁ ସହାୟତା ଆବଶ୍ୟକ ।  ପୁରାତନ ଚ୍ଥାତ୍ର ଯିଏ ଯେଊଁ କ୍ଷେତ୍ରରେ ଥିଲେ ମଧ୍ୟ ସେମାନେ ନିଜ ଶିକ୍ଷାନୁଷ୍ଠାନ ର ବିକାଶ ପାଇଁ ଆଗେଇ ଆସିବା ଓ ସହାୟତା ପ୍ରଦାନ କରିବା ଊଦେ୍ଧଶ୍ୟରେ ଆରମ୍ଭ ହୋଇଚ୍ଥି ଏହି ଅଭିନବ ମୋ ସ୍କୁଲ କାର୍ଯ୍ୟକ୍ରମ ।  କେବଳ ଅର୍ଥ ନୁହେଁ, ଶିକ୍ଷାନୁଷ୍ଠାନର ଆବଶ୍ୟକତାକୁ ଚାହିଁ ବିବିଧ ସାମଗ୍ରୀ, ପ୍ରତିଭା ଚିହ୍ନଟ କରି ସେମାନଙ୍କର ଊନ୍ନତ ପାଠ୍ୟ ସାମଗ୍ରୀ, ନିଜର ବହୁମୂଲ୍ୟ ଊପଦେଶ ମାଧ୍ୟମରେ ଚ୍ଥାତ୍ର ଚୀାତ୍ରୀଙ୍କୁ ପ୍ରେରଣା ମଧ୍ୟ ପ୍ରଦାନ  କରାଯାଇପାରିବ ।  ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସୁ ସଂପର୍କ ଯେ କୈାଣସି ଶିକ୍ଷାନୁଷ୍ଠାନର ସମୃଦ୍ଧ ଘଟାଇ ପାରିବ ବୋଲି କହିବା ସହ ପ୍ରତ୍ୟେକ ପୁରାତନ ଚ୍ଥାତ୍ର ଏଥିରେ ସକ୍ରିୟ ସହଯୋଗ ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।  ଊପ ଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ ଶିକ୍ଷାନୁଷ୍ଠାନ ରୁ ଶିକ୍ଷାଲାଭ କରି ଆମେ ଆଜି ମଣିଷ ହୋଇଚ୍ଥନ୍ତି । ତେଣୁ ସେହି ଋଣ ପରିଶୋଧର ସମୟ ଆସିଚ୍ଥି ।  ନିଜ ନିଜ କ୍ଷେତ୍ରରେ ପ୍ରତ୍ୟେକ ସହଯୋଗ ପାଇଁ ଆଗେଇ ଆସିବାର ଏହା ଏକ ପ୍ରକୁଷ୍ଠ  କାର୍ଯ୍ୟକ୍ରମ ବୋଲି ସେ ଆହ୍ୱାନ ଦେଇଥିଲେ ।  ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସାଧାରଣ ଜନତାଙ୍କର ସହାୟତା ଶିକ୍ଷାନୁଷ୍ଠାନକୁ ମଜବୁତ କରିବା ସହ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଋଦ୍ଧିମନ୍ତ କରିବ । ସହଯୋଗ ମାଧ୍ୟମରେ ମଧ୍ୟ ଶିକ୍ଷାନୁଷ୍ଠାନ ଭିତ୍ତିଭୂମୀ, ଶିକ୍ଷାଦାନ ପଦ୍ଧତି ଓ ଚ୍ଥାତ୍ର ଚୀାତ୍ରୀଙ୍କ ପ୍ରତି ଊତ୍ତରଦାୟିତ୍ୱ ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠାନ  ଏହି କାର୍ଯ୍ୟକ୍ରମକୁ ଜିଲ୍ଲା  ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ସଂଯୋଜନା  କରିଥିଲେ ।  ଶେଷରେ ଅତିରିକ୍ତ ଜିଲ୍ଲା  ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଗତ ଶିଶୁ ଦିବସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଓ ଦେଶ ବାହାରେ ରହୁଥିବା ପୁରାତନ ଚ୍ଥାତ୍ର ମାନେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ସହଯୋଗ ଦେଇପାରିବେ ।  ମୋ ସ୍କୁଲ ନିର୍ବାହୀ ପରିଷଦ ଦୈନନ୍ଦିନ ଏହାକୁ ପରିଚାଳନା ପରିଷଦ ସହଯୋଗରେ ଆଗେଇ ନେବେ ।  ଯେତିକି ଆର୍ଥିକ ସହଯୋଗ ମିଳିବ ସରକାର ତାହାର ୨ ଗୁଣା ଅର୍ଥ ଯୋଗାଇ ଦେବେ ।  ଏହି ଅର୍ଥର ହିସାବ ପତ୍ର ସଠିକ ଭାବରେ ରଖାଯିବା ସହ ସଂପୃକ୍ତ ଅର୍ଥଦାତାଙ୍କୁ ସମ୍ମାନ ମଧ୍ୟ ପ୍ରଦାନ କରାଯିବ । ଏହି ଅର୍ଥରେ ଶିକ୍ଷାନୁଷ୍ଠାନର ହଷ୍ଟେଲ, ଲ୍ୟାବ, ଲାବୋରେଟୋରୀ, ଇଣ୍ଟରନେଟ୍, ବୈଦୁତିକ ସାମଗ୍ରୀ, କ୍ଳ୍ାସ ରୁମ, ଆସବାବପତ୍ର, ଶୈାଚାଳୟ, ପାଚେରୀ, ହ୍ୱିଲ ଚେୟାର, RAMP  ଇତ୍ୟାଦି ପ୍ରସ୍ତୁତ ହୋଇପାରିବ ।  ଊନ୍ନତ ମାନର ପୁଷ୍ଟିକର ମଧ୍ୟାହ୍ନ ଭୋଜନ, ଊନ୍ନତ କ୍ରୀଡା ବ୍ୟବସ୍ଥା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷା ଇତ୍ୟାଦି ଊନ୍ନତ ବ୍ୟବସ୍ଥା କରାଯାଇ ପାରିବ ।  ଏଥିପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ  ସେମାନଙ୍କ ପୁରାତନ ଚ୍ଥାତ୍ର ମାନଙ୍କ ସଂପର୍କରେ ଡାଟାବେସ୍ ତିଆରି କରିବେ ।  ସେମାନଙ୍କ ଠିକଣା, ଯୋଗାଯୋଗ ନମ୍ୱର ଏଥିରେ ସନ୍ନିବେଶିତ ହେବ ।  ସଂପୃକ୍ତ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷକ ବା ପ୍ରଧାନ ଶିକ୍ଷୟତ୍ରୀ  ନୋଡାଲ ଅଧିକାରୀ ଭାବେ ଯୋଗାଯୋଗ କରିବେ ।  ଏ ସଂପର୍କିତ ବିସ୍ତୃତ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଊଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । 

 

0
0
0
s2sdefault