ହେଡଲାଇନସ୍:

ବେଦାନ୍ତ ତରଫରୁ ଝାରସୁଗୁଡାରେ ଏଚ୍.ଆଇ.ଭି. ସଚେତନତା ଅଭିଯାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:( ସୁଭାଷ ସହାରେ)- ଦେଶର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡାର ଗ୍ରାମାଞ୍ଚଳରେ ଏକ ଏଚ୍.ଆଇ.ଭି / ଏଡସ୍ ସଚେତନତା ଅଭିଯାନର ଆୟୋଜନ କରି ଏହି ପ୍ରକ୍ରିୟାରେ 2000 ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି। ଓଡ଼ିଶା ରାଜ୍ୟ ଏଡସ୍ କଣ୍ଟ୍ରୋଲ୍ ସୋସାଇଟି (OSACS) ଙ୍କ ସହଯୋଗରେ ବେଦାନ୍ତ କାତିକେଲା, ଭୁର୍କାମୁଣ୍ଡା, ଭାଗିପାଲି, ବୃନ୍ଦାମଲ, କୁରେବଗା, କେଲେଣ୍ଡାମାଲ, ଓରାମପଡା, ମା ସମଲେଶ୍ୱରୀ ନଗର, ବଞ୍ଜାରୀ, ଚିତୁପଡା, ବାଦମଲ ଏବଂ ସୁନାରିମୁଣ୍ଡା ଗ୍ରାମରେ ଏହି ଅଭିଯାନ ଚଳାଇଥିଲେ।

ଏଚ୍.ଆଇ.ଭି / ଏଡସ୍ ସଚେତନତା ପାଇଁ ବେଦାନ୍ତର ପ୍ରୋଜେକ୍ଟ  'ଜାଗୃତି' ଅଧୀନରେ କମ୍ପାନୀର ମୋବାଇଲ୍ ହେଲଥ୍ ୟୁନିଟ୍ (ଏମ୍ଏଚ୍ୟୁ) ଦଳର ସଦସ୍ୟମାନେ ଗ୍ରାମାଞ୍ଚଳରେ ଏଚ୍.ଆଇ.ଭି. ସଂପୃକ୍ତ ଅନ୍ଧବିଶ୍ୱାସ ଏବଂ ପ୍ରଭାବିତଙ୍କ ଭେଦଭାବ ଦୂରେଇବା ପାଇଁ ଚେଷ୍ଟା କରିଥିଲେ।

ଏହି ଅବସରରେ ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, “ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ବେଦାନ୍ତ ଏହାର ସାମାଜିକ ଦାୟିତ୍ୱବୋଧ ପ୍ରତି ଯେମିତି ପ୍ରତିବଦ୍ଧ, ସେହିପରି ଆଲୁମିନିୟମ ଉପରେ ଭାରତର ଆତ୍ମନିର୍ଭରଶୀଳତା ପ୍ରତି ଅଗ୍ରସର । ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଠିତ ବିକାଶମୂଳକ ପ୍ରକଳ୍ପ ମାଧ୍ୟମରେ ଆମେ ଆମର ସାମାଜିକ କର୍ତ୍ତବ୍ୟ ପୂରଣ କରୁ । ଅଗ୍ରଗତିରେ ଓଡିଶାର ଅଂଶୀଦାର ହେବାକୁ ଆମର ମିଶନରେ, ଆମେ ସମାନ ସଂଗଠନ ଏବଂ ସରକାରଙ୍କ ସହ ସହଭାଗୀ ହୋଇଛୁ। ଅଗ୍ରଗତିରେ ଓଡିଶାର ଅଂଶୀଦାର ହେବାକୁ ଆମର ମିଶନରେ, ଆମେ ସମାନ ସଂଗଠନ ଏବଂ ସରକାରଙ୍କ ସହ ସହଭାଗୀ ହୋଇ ଏହି ଅଂଚଳର ଜୀବନଜୀବିକାକୁ ଉନ୍ନତ କରିବାରେ ଲାଗିଛୁ । ପ୍ରକୃତରେ, ଆମେ ଭାରତର ପ୍ରଥମ କର୍ପୋରେଟ୍ ଯିଏକି ଏଚ୍.ଆଇ.ଭି / ଏଡସ୍ ସଚେତନତା ପାଇଁ ଏକ ଏମ୍ପ୍ଲୟର୍-ଲେଡ୍ ମଡେଲ୍ (ELM) ଆରମ୍ଭ କରିଛୁ, ଯାହା ଶେଷରେ ଜାଗୃତି ପ୍ରୋଜେକ୍ଟରେ ପରିଣତ ହୋଇଛି।”

OSACS ବୈଷୟିକ ଦଳର ମୁଖ୍ୟ ପ୍ରଶାନ୍ତ ପାତ୍ର, କହିଛନ୍ତି ଯେ , “OSACS ଏବଂ NACO ସହିତ ସହଭାଗୀ ହୋଇଥିବାରୁ ସେମାନଙ୍କ ଶିଳ୍ପ କର୍ମଜୀବୀ ତଥା ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ମୁଁ ବେଦାନ୍ତ ପରିଚାଳନାକୁ ଧନ୍ୟବାଦ ଦେଉଛି। ଏକ ଏମ୍ପ୍ଲୋୟର ଲେଡ଼ ଏଚ୍.ଆଇ.ଭି./ ଏଡ୍ସ ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଥିବାରୁ ଆମେ ବେଦାନ୍ତ ପାଖେ ଉପକୃତ ।”

ସୂଚନାଯୋଗ୍ୟ ଯେ ଜାଗୃତି ପ୍ରକଳ୍ପ ମଧ୍ୟରେ ବେଦାନ୍ତ ଏହାର ଚଳନ୍ତା କର୍ମଜୀବୀ, ଲଜିଷ୍ଟିକ୍ ପାର୍ଟନର, ଟ୍ରକ ଡ୍ରାଇଭର, ପ୍ଲାଣ୍ଟର ପାରିପାର୍ଶ୍ୱିକ ତଥା କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନେକ ଅଭିଯାନ ଚଳାଇଛି। ସ୍ଥାୟୀ ଜୀବିକା, ମହିଳା ସଶକ୍ତିକରଣ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଏବଂ ପରିମଳ, ଜୈବିକ ବିନିଯୋଗ ଏବଂ ସମ୍ପ୍ରଦାୟର ଭିତ୍ତିଭୂମିରେ ବେଦାନ୍ତର ସାମାଜିକ ହସ୍ତକ୍ଷେପ ଝାରସୁଗୁଡା ଏବଂ ନିକଟବର୍ତ୍ତୀ ଅଞ୍ଚଳର ମୋଟ ୭୨ ଟି ଗ୍ରାମରେ ପହଞ୍ଚି ଏକ ବର୍ଷରେ ପ୍ରାୟ ୮୦,୦୦୦ ଲୋକଙ୍କୁ ଉପକୃତ କରିଛି। ଏହା ୩୩୦ ରୁ ଅଧିକ SHG ରୁ ୪୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତିକରଣ, ବାର୍ଷିକ ପ୍ରାୟ ୩୨,୦୦୦ ଲୋକଙ୍କୁ ଦ୍ୱାରଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ୬୪୦୦ ରୁ ଅଧିକ ଛାତ୍ରଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ, ସମ୍ପ୍ରଦାୟ ସହଭାଗିତାରେ ୧.୪୮ ଲକ୍ଷରୁ ଅଧିକ ଗଛ ଲଗାଇବା ଏବଂ ୫୭୦ ରୁ ଉର୍ଦ୍ଧ୍ଵ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିସାରିଛି ବୋଲି କହନ୍ତି ବେଦାନ୍ତ କର୍ତ୍ତୃପକ୍ଷ।

0
0
0
s2sdefault