ହେଡଲାଇନସ୍:

ଜିଲ୍ଲା ଲେଖକ ପରିଷଦ ତରଫରୁ ଜୁନ୍ ୩ ରେ ବହୁଭାଷୀ  କବିତା ଉତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗିର -(ନିରୋଜ ମିଶ୍ର) -  ଆସନ୍ତା ଜୁନ ମାସ ୩ ତାରିଖ ରବିବାର ଦିନ ପୂର୍ବାହ୍ନ ୯ ଘଣ୍ଟା ସମୟରୁ ବଲାଙ୍ଗିର ସହରର ଉପକଣ୍ଠସ୍ଥ ପଥରଚେପା “ପଞ୍ଚବଟୀ” ଅରୁଣ ମିଶ୍ରଙ୍କ ପାଟଣାଗଡ ରୋଡ ସ୍ଥିତ ଆମ୍ବ ବଗିଚା ଠାରେ ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ଶତାଧିକ କବି / କବୟିତ୍ରୀ ମାନଙ୍କୁ ନେଇ ପଶ୍ଚିମାଞ୍ଚଳ ବହୁଭାଷୀ କବିତା ଉତ୍ସବ  “ଆଦ୍ୟ ଆଷାଢ” ମହା ସମାରୋହରେ ଅନୁଷ୍ଠିତ  ହେବ । ଏଥିରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଏବଂ ସୁପ୍ରତିସ୍ଥିତ  ନିମନ୍ତ୍ରୀତ କବି ମାନଙ୍କ ସହ ଉପସ୍ଥିତ କବି / କବୟିତ୍ରୀ ମାନେ ସ୍ୱରଚିତ କବିତା ଆବୃତ୍ତି କରିବେ । ଏହା ସହ ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଇତ୍ୟାଦି ସହ କବିତା ଗୁଡିକ ଉପରେ ଆଲୋକପାତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଏହି ନିଆରା ସାରସ୍ୱତ ଉତ୍ସବରେ  ଯୋଗ ଦେବାକୁ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀ ଜଣାଇଛନ୍ତି । 

0
0
0
s2sdefault