ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ଆହ୍ଵାନ କ୍ରମେ ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ଏନଏଫପିଇ) ସମ୍ବଲପୁର ଡାକ ସଂଘ ପକ୍ଷ ରୁ ମଣ୍ଡଳ ସାରା ଦୃଢ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ପ୍ରତ୍ୟକ ବର୍ଷ ଦଶହରା ଉପଲକ୍ଷେ କେନ୍ଦ୍ର ସରକାର କର୍ମଚାରୀ ମାନଂକୁ ବୋନସ ଦେଇଥାନ୍ତି | କିନ୍ତୁ ଚଳିତ ବର୍ଷ ବୋନସ ପ୍ରକ୍ରିୟା ଙ୍କୁ ସରକାର ଜାଣିଶୁଣି ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ | ସରକାର ଶ୍ରମ ଆଇନ ସଂଶୋଧନ ଓ ମୌଳିକ ଅଧିକାର ଖଣ୍ଡନ ନୀତି ଆପଣାଇ ଥିବା ବେଳେ ଏହି କରୋନା ମୁକାବଲା ସମୟ ରେ ବୋନସ ନ ଦେବା ପଦକ୍ଷେପ କର୍ମଚାରୀମାନେ ସ୍ୱୀକାର କରୁନାହାନ୍ତି ୲ ଏହି ପରିପେକ୍ଷୀ ରେ ସମ୍ବଲପୁର ଏନଏଫପିଇ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁ,ସମ୍ପାଦକ ରୁପେଶ ବାଗ, ରାଜ୍ୟ ସଙ୍ଘ ସଭାପତି ପ୍ରଦୀପ ଚନ୍ଦ୍ର ରାଉତ, ପୋଷ୍ଟମାଷ୍ଟର ଅଶୋକ ମିର୍ଦ୍ଧା ଓ ଶ୍ରୀ ଗଣେଶ ରାମ କୁଅଁର, ମହେଶ କୁମାର ସାହୁ, ଅରୁଣ ବାଗ ଓ ଶ୍ରୀ ମକରଧ୍ବଜ ବାରିକ , ଏଲ ଏନ ମିଶ୍ର ଓ ପୋଷ୍ଟମାନ ଏମଟିଏସ ସଙ୍ଘ ସମ୍ପାଦକ କମଳ ଲୋଚନ, କ୍ଷେତ୍ରପାଳ ପଧାନ ଓ ଜିଡିଏସ ସଙ୍ଘ ସମ୍ପାଦଶଙ୍କର କରଙ୍କ ତତ୍ବାବଧାନ ଯଥାକ୍ରମେ ଶାସନ ଉପଡାକଘର, ବରଗଡ ପ୍ରଧାନଡାକଘର,ଧନୁପାଲୀ ଉପଡାକଘର,ସମ୍ବଲପୁର ପ୍ରଧାନ ଡାକଘର,ବରଡୋଲ ଉପଡାକଘର, ହୀରାକୁଦ ଉପଡାକଘରଓ କ୍ଷେତରାଜପୁର ଉପଡାକଘର ଓ ତୋରା ଉପଡାକଘରରେ ମାଧ୍ୟାନ୍ନ ଭୋଜନ ବିରତି ସମୟ ରେ ସାମାଜିକ ଦୂରତା ରକ୍ଷା କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ୲ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ୩ ଜିଲ୍ଲା ଯଥା ବରଗଡ, ଦେବଗଡ ଓ ସମ୍ବଲପୁର ର ସବୁ ଡାକଘରେ ମଧ୍ୟ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l
ରାଜ୍ୟ
ସମ୍ବଲପୁର ଡାକ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ l
- Hits: 257