ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ ଟାଉନ ଥାନା ରାଜବଗିଚାସ୍ଥିତ ଅମରେନ୍ଦ୍ର ବଜାର ଲେନ ଅଂଚଳର ଏକ ଭଡା ଘରୁ ଜବତ ହୋଇଛି ଜାଲ ନୋଟ ଏବଂ ତିଆରି ଯନ୍ତ୍ରାଂଶ । ଆଜି ଅଭିଯୁକ୍ତ ନିଜେ ଏକ ୟ୍ୟାମ୍ହା ସୋରୁମ୍ରୁ ବାଇକ କିଣିବା ପାଇଁ ଯାଇଥିବା ବେଳେ ସେଠାରେ ଟଙ୍କା ଦବା ନବା ବେଳେ ଏଭଳି ଘଟଣା ସାମନାକୁ ଆସିଛି । ଅଭିଯୁକ୍ତ ସେଠାରେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିବା ବେଳେ ତା ମଧ୍ୟରୁ କେବଳ ୫ ହଜାର ଟଙ୍କା ଅସଲି ଥିଲା । ଉକ୍ତ ସୋରୁମ୍ ନୟାଗଡ଼ ଟାଉନ ଥାନା ପୋଲିସକୁ ଏ ନେଇ ଖବର ଦେଇଥିଲେ । ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜରାଯାଇ ନୟାଗଡ଼ ସହର ରାଜବଗିଚା ଅଞ୍ଚଳର ଏକ ଭଡାଘରୁ ଜାଲି ନୋଟ ଆଉ ଛପା ଯାଉଥିବା ସମସ୍ତ ଯନ୍ତ୍ରାଂଶ ଏବଂ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଖଣ୍ଡପଡ଼ା ଥାନା କୋସକା ଫାଣ୍ଡି ଅନ୍ତର୍ଗତ ଶରଧାପୁର ଗ୍ରାମର ଦିବ୍ୟରଂଜନ ହୋତା । ଯଦି କୌଣସି ବ୍ୟକ୍ତି ଏହି ଜାଲି ନୋଟ ପାଆନ୍ତି କିମ୍ବା ସନ୍ଦେହ ହୁଏ ତେବେ ତୁରନ୍ତ ନୟାଗଡ଼ ଟାଉନ ଥାନା ସହ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।।