ଯାଜପୁର ରୋଡ(ଜୟଶଙ୍କର ଦାଶ/ ବିଶ୍ୱଜିତ ମାଝି) - ଯାଜପୁର ରୋଡ ଆଖପାଖ ଅଂଚଳରେ ଥିବା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ ୨୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୧୦ ଜଣ, ୨ୟ ସ୍ଥାନରେ ୬୦ ଜଣ ଓ ୩ୟ ଶ୍ରେଣୀରେ ୪୬ ଜଣ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଜୁପଟ୍ଟନାୟକ ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ମୋଟ ୬୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ୧ମ ଶ୍ରେମୀରେ, ରାମଚନ୍ଦ୍ର ମହାରଣା ସର୍ବୋଚ ୪୭୮ ନଂ ରଖିଛନ୍ତି । ସେହିପରି କଳିଙ୍ଗ ଜାଭିୟର କଲେଜର +୨ ବିଜ୍ଞାନ ପରୀକ୍ଷାରେ ସଫଳତା ହାର ୧୦୦ ପ୍ରତିଶତ ପାଇଛି । ସେଥିମଧ୍ୟରୁ ୬୮ ପ୍ରତିଶତ ୧ମ ଶ୍ରେଣୀରେ, ୮ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ନମ୍ବର ରଖି ପାସ୍ କରିଛନ୍ତି । ଛାତ୍ରୀ ଅଭିଲିପ୍ସା ଦାସ ୫୨୮ ନଂ ରଖି କଲେଜରେ ଟପ୍ପର ହୋଇଛନ୍ତି । କାହ୍ନୁଚରଣ ମହାବିଦ୍ୟାଳୟରେ ମୋଟ ୪୦ ଜଣ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୬ ଜଣ ଉତୀର୍ଣ୍ଣ ହୋଇଛନ୍ତି । ୨ ଜଣ ପ୍ରଥମ ଶ୍ରେଣୀରେ ଓ ୬ ଜଣ ୨ୟ ଶ୍ରେଣୀରେ ଓ ୮ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ଇନ୍ଦିରାଗାନ୍ଧି ମହିଳା ମହାବିଦ୍ୟାଳୟରେ ୬୫ ଜଣ ପରୀକ୍ଷା ଦେଇଥିଲେ । ପ୍ରଥମ ଶ୍ରେମୀରେ ୨ ଜଣ , ଦ୍ୱିତୀୟ ଶ୍ରେଣୀରେ ୩୨ ଜଣ , ୨୮ ଜଣ ୩ୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ।
ରାଜ୍ୟ
ଯାଜପୁର ରୋଡ଼ ବିଭିନ୍ନ କଲେଜରେ +୨ ବିଜ୍ଞାନ ପରୀକ୍ଷା ଫଳ
- Hits: 495