ଗୁରୁ ସତ୍ୟନାରାୟଣ  ସ୍ମୃତି ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ  ସଫେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରୀ ଭାଷା ସାହିତ୍ୟ ର ଜନକ ଗୁରୁ ସତ୍ୟନାରାୟଣଙ୍କ ସ୍ମୃତିରେ ଜେଲ ଛକ ନିକଟରେ ତିଆରିି ହୋଇଥିବା ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆଜି  ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା l ରକ୍ଷଣା ବେକ୍ଷଣା ଅଭାବରୁ   ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିରହିଥିବା ଏହି ଉଦ୍ୟାନ ଦେଇ ଭାରିଯାନ ଚଳାଚଳ ଯୋଗୁଁ  ପେଭର୍ରସ ସବୁ ଭାଂଗି ରୁଚି  ଯାଇଛି । ତେଣୁ ଆଜି ଉଦ୍ୟାନ ଭିତର ଦେଇ ଭାରିଯାନ  ଚଳାଚଳ  ବନ୍ଦ କରାଯାଇଥିଲା । ଆଜି ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ପାର୍କରେ  ସଫେଇ ଅଭିଯାନ କରାଯିବା ସହ ଫୁଳଗଛ ଲଗାଯାଇଥିଲା । ସମ୍ବଲପୁର  ମହାନଗର ନିଗମ ପକ୍ଷରୁ ସଫେଇ  କାର୍ଯ୍ୟକ୍ରମ ରେ ସହଯୋଗ କରାଯିବା ସହ ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସ୍ମୃତି ଉଦ୍ୟାନରେ ପାଚେରୀ  ନିର୍ମାଣ କରିଯିବା ସହ ସମ୍ବଲପୁରୀ  ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ତଥ୍ୟ ରଖାଯିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଆଲୋଚନା କରାଯାଇଛି । ଏହାସହ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ସ୍ମୃତି ଭବନ ଏବଂ ସମ୍ବଲପୁରୀ ପାଠାଗାର ଶିଘ୍ର  ନିର୍ମାଣ ଆରମ୍ଭ କରିବାକୁ  ମହାନଗର ନିଗମ କୁ ଅନୁରୋଧ କରାଯାଇଛି । ଆଜି ର  କାର୍ଯକ୍ରମ ରେ  ପଶ୍ଚିମାଞ୍ଚଳ ଏକତା ମଂଚ ର ଆବାହକ ଭବାନି ଶଙ୍କର ଭୋଇ,ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି,ସୁବୋଧ ଦୋରା , ସନ୍ତୋଷ ବଢେଇ,ସୁଦାମ ମେହେର,କାନ୍ତି ମେହର,ପଙ୍କଜିନୀ ମେହେର,ଅମିତାଭ ମାଝୀ,ଆଭାସ ପଣ୍ଡା,ରାହୁଲ ଗୁପ୍ତା,ନିଶି କାନ୍ତ ବିଶ୍ବାଳ,ରାଜେଷ ସ୍ବାଇଁ,ସବ୍ଯସାଚି ମିଶ୍ର ଦେବାଶିଷ ବେହେରା , କମଲ ଷଡଙ୍ଗୀ,ଜିତୁ ପାତ୍ର  ପ୍ରମୁଖଙ୍କ  ସମେତ  ମହାନଗର ସ୍ବଚ୍ଛତା ଅଧିକାରୀ  ସୌମ୍ଯା ଚୌଧୁରୀ, ପ୍ରଭାସିନୀ ମଲ୍ଲିକ, ସୁମନ ପ୍ରକାଶ  ହର,ସୁଶାନ୍ତ ପ୍ରଧାନ, ସ୍ବଚ୍ଛ ସାଥୀ  ଗାୟତ୍ରୀ ନାଟକ,ଅନ୍ନପୂର୍ଣ୍ଣା ବାଗ,କ୍ରିଷ୍ଣା ନାଏକ ପ୍ରମୁଖ   ସାମିଲ ହୋଇଥିଲେ l

 

0
0
0
s2sdefault